Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

୪୮ ବର୍ଷରେ ପାଦ ଦେଲେ ସୋନୁ ସୁଦ୍ ; ଫିଲ୍ମରେ ଖଳନାୟକ କିନ୍ତୁ ଅସଲ ଜୀବନରେ ଜଣେ ଅନନ୍ୟ ନାୟକ

30/07/2021 at 6:59 PM

ମୁମ୍ବାଇ ୩୦/୦୭  :  କେତେବେଳେ ଅଭିନେତା ତ କେତେ ବେଳେ ସମାଜ ସେବାରେ ଲିପ୍ତ । କରୋନା ମାହାମାରୀ ସମୟରେ ଅହରହ ଲୋକମାନଙ୍କୁ ସାହାଯ୍ୟ କରିବା ସହିତ ଅଭାବୀମାନଙ୍କ ଦୁଃଖ ବୁଝି ପାଖରେ ଛିଡା ହେଉଥିବା ମଣିଷ ହେଉଛନ୍ତି ସୋନୁ ସୁଦ୍ । ଚଳଚିତ୍ର ଜଗତର ଅଭିନୟରେ ହିରୋ ଏବଂ ଭିଲେନ ଭୂମିକାରେ ନଜର ଆସୁଥିବା ସୋନୁ ବାସ୍ତବ ଜୀବନରେ ଜଣେ ମହାନାୟକ ।  ଅସଲ ଜୀବନରେ ସୋନୁ କେଉଁ ସୁପର୍ ହିରୋ ଠାରୁ ବି କମ୍ ନୁହନ୍ତି । ସୋନୁ ଯେଉଁ ଭଳି ଭାବରେ ଗରିବ ଲୋକଙ୍କର ସାହାଯ୍ୟ କରିଛନ୍ତି ତାହା କହିବା କମ୍ ପଡିବ । ସେ କେବଳ ଗରିବ ଏବଂ ଅସହାୟ ନୁହେଁ ବରଂ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେଥି ପାଇଁ ତ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି। ସୋନୁଙ୍କର ବଲିଉଡ ଯାତ୍ରା ଏତେ ସହଜ ନଥିଲା ।

Sonu Sood Spotted Outside His Residence Consoling Visitors Who Sought Help  From Him

୩୦ ଜୁଲାଇ ୧୯୭୩ରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ ସୋନୁ ସୁଦ ଏବଂ ଆଜି ହେଉଛି ତାଙ୍କର ୪୮ତମ ଜନ୍ମ ଦିନ । ଆଜି ଆଉ ଏକ ବର୍ଷ ବୟସ ଆଗକୁ ବଢିଛନ୍ତି ସୋନୁ । ସେ ନାଗପୁରକୁ ଇଞ୍ଜିନିୟରିଂ କରିବା ପାଇଁ ଆସିଥିଲେ । ହେଲେ ତାଙ୍କର  ଭାଗ୍ୟ ତାଙ୍କୁ ଅଭିନୟ ଦୁନିଆକୁ ଟାଣି ଆଣିଥିଲା। କିନ୍ତୁ ଯେତେବେଳେ ସୋନୁ ମୁମ୍ବାଇ ପହଞ୍ଚିଥିଲେ ତାଙ୍କ ପାଖରେ କେବଳ ୫ ହଜାର ଟଙ୍କା ଥିଲା । ତାଙ୍କ କ୍ୟାରିୟରର ଆରମ୍ଭ ପ୍ରଥମେ ତାମିଲ ଫିଲ୍ମ ‘କଲ୍ଲାଝାଗର’ ରୁ ହିଁ ଆରମ୍ଭ ହୋଇଥିଲା । ପରେ ସେ ‘ସହିଦ -ଏ-ଆଜମ’ ରୁ ବଲିଉଡ୍ ରେ ଡେବ୍ୟୁ କରିଥିଲେ । ସୋନୁ ସେହି ଫିଲ୍ମରେ ‘ସହିଦ ଭଗତ ସିଂ’ଙ୍କ ଭୂମିକାରେ ଥିଲେ ।

Will continue sending migrants home until the last one reunites with  family: Sonu Sood | Deccan Herald

ତେବେ ଫିଲ୍ମରେ ସୋନୁ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ଖଳନାୟକ ଭୂମିକାରେ ଦର୍ଶକ ବେଶ ପସନ୍ଦ କରିଥିଲେ । ସୋନୁ ତାଙ୍କ ଗାର୍ଲଫ୍ରେଣ୍ଡ ସୋନାଲିଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ । ଉଭୟଙ୍କର ବର୍ତ୍ତମାନ ଦୁଇଟି ସନ୍ତାନ ରହିଛନ୍ତି । ଏହା ସହ ସୋନୁ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କ ମାଆଙ୍କ ମୃତ୍ୟୁ ଯୋଗୁଁ ସେ ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ । ସେ କେବଳ ତାଙ୍କ ପରିବାର ଓ କିଛି ସାଙ୍ଗ ସାଥୀମାନଙ୍କ ସହ ସମୟ ଅତିବାହିତ କରିବେ ।

A glimpse into actor Sonu Sood's luxurious abode in Andheri | Housing News

   Related Posts