Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଫୁଟ୍‌ପାଥ୍‌ରେ ଦିନ କାଟୁଥିବା ମହିଳା ଓ ଶିଶୁଙ୍କୁ ଦେଖି ଭାବବିହ୍ଵଳ ହୋଇଗଲେ ସୋନୁ, କହିଲେ- ‘କାଲି ଏମାନଙ୍କ ମୁଣ୍ଡ ଉପରେ ଛାତ ଥିବ’

20/07/2020 at 11:44 AM

ମୁମ୍ବାଇ ୨୦/୦୭ : ବଲିଉଡ ଅଭିନେତା ସୋନୁ ସୁଦ ନିଜ କାମ ପାଇଁ ବହୁତ ଚର୍ଚ୍ଚିତ | ସେ ଲକଡାଉନ ସମୟରେ ପ୍ରବାସୀଙ୍କୁ ସହାୟତା କରି ରିୟଲ ଲାଇଫ ହିରୋ ସାଜିଛନ୍ତି | ପ୍ରବାସୀ ଶ୍ରମିକଙ୍କ ପାଇଁ ସେ ଭଗବାନଙ୍କ ଠାରୁ କମ ନୁହନ୍ତି | ସୋନୁ ସୁଦ ଶ୍ରମିକଙ୍କ ପାଇଁ ବସ, ଟ୍ରେନ, ଫ୍ଲାଇଟ ସୁବିଧା କରିବା ସହ ଅଲଗା ଅଲଗା ରାଜ୍ୟର ପ୍ରଶାସନ ଠାରୁ ଅନୁମତି ମଧ୍ୟ ନେଇଥିଲେ | ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବା ପାଇଁ ସେ କରୋନା କାଳରେ ଘରେ ନ ରହି ରାସ୍ତାକୁ ଓହ୍ଲାଇଥିଲେ | ସୋନୁ ପୁଣି ଥରେ ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେଇଛନ୍ତି | ଜଣେ ଅଭାବୀ ମହିଳା ଓ ତାଙ୍କ ଦୁଇ ଶିଶୁଙ୍କୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି | ମହିଳା ଜଣକ ନିଜ ପରିସ୍ଥିତି ଯୋଗୁଁ ଫୁଟପାଥରେ ରହିବାକୁ ବାଧ୍ୟ ହୋଇଛନ୍ତି |

ସୋନୁ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟକୁ ରିଟ୍ୱିଟ କରିଥିଲେ | ପୋଷ୍ଟରେ ଅଙ୍କିତ ରାଜଗଡି଼ଆ ନାମକ ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୟାଗ କରି ତାଙ୍କୁ ସାହାଯ୍ୟ ମାଗିଛନ୍ତି | ଅଙ୍କିତ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ସାର, ମହିଳାଙ୍କ ସ୍ୱାମୀର ମୃତ୍ୟୁ ହୋଇଯାଇଛି ଏବଂ ସେ ପାଟଣା ରହୁଥିଲେ | କିନ୍ତୁ ଏବେ ତାଙ୍କୁ ତାଙ୍କ ଘର ମାଲିକ ଘରୁ ବାହାର କରିଦେଇଛି | ମାସେ ହେଲାଣି ସେ ରାସ୍ତା କଡରେ ପଡି ରହିଛନ୍ତି | ତାଙ୍କର ଦୁଇଟି ଛୁଆ ଭୋକ ବିକଳରେ ଆଉଟୁପାଉଟୁ ହେଉଛନ୍ତି | ଆପଣ ଟିକେ ସାହାଯ୍ୟ କରନ୍ତୁ | ସରକାରଙ୍କ ଠାରୁ ତାଙ୍କୁ ଆଶା ନାହିଁ ଯେ ସରକାର ତାଙ୍କୁ ସାହାଯ୍ୟ କରିବେ |’ 

ସୋନୁ ସୁଦ ଏହି ପୋଷ୍ଟକୁ ଦେଖି ଇମୋସନାଲ ହୋଇଗଲେ | ସେ ରିଟ୍ୱିଟ କରି ଲେଖିଲେ, କାଲି ଏହି ପରିବାର ମୁଣ୍ଡ ଉପରେ ଛାତ ଥିବ | ଏହି ଛୋଟ ଛୋଟ ଶିଶୁଙ୍କ ପାଇଁ ଘର ନିଶ୍ଚୟ ହେବ | ସୋନୁ ଏହି ଅଭାବୀ ମହିଳା ଓ ତାଙ୍କ ଶିଶୁଙ୍କୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି | ପୁଣିଥରେ ସୋସିଆଲ ମିଡ଼ିଆରେ ସୋନୁଙ୍କ ପ୍ରଶଂସା ହୋଇଛି | ଏହି କାମ ପାଇଁ ସମସ୍ତେ ଆଭାର ବ୍ୟକ୍ତ କରିଛନ୍ତି |

ସୋନୁ କେବଳ ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ସାହାଯ୍ୟ କରିନାହାନ୍ତି ବରଂ ସୋସିଆଲ ମିଡ଼ିଆ ଜରିଆରେ ସାହାଯ୍ୟ ମାଗିଥିବା ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି | ସେ ଅନେକ ଲୋକଙ୍କୁ ସୁରକ୍ଷିତ ଘରକୁ ପହଞ୍ଚାଇଛନ୍ତି | ସୋନୁଙ୍କ ଏହି ବଦାନ୍ୟତାରୁ ପ୍ରଭାବିତ ହୋଇ ଜଣେ ପ୍ରବାସୀ ସୋନୁଙ୍କ ନାଁରେ ଦୋକାନ ଖୋଲିଛନ୍ତି |

   Related Posts