Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଉ ପାଦେ ଆଗକୁ ବଢିଲେ ସୋନୁ : ଘରକୁ ଫେରିବାବେଳେ ଆହତ ହୋଇଥିବା ଓ ପ୍ରାଣ ହରାଇଥିବା ୪୦୦ ପରିବାରକୁ ଆର୍ଥିକ ସାହାଯ୍ୟ କରିବେ

14/07/2020 at 11:51 AM

ମୁମ୍ବାଇ ୧୪/୦୭ : ବଲିଉଡ ଅଭିନେତା ତଥା ପ୍ରବାସୀ ଶ୍ରମିକଙ୍କ ମସିହା ସୋନୁ ସୁଦ୍ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି | ମାନବିକତାର ଜୀବନ୍ତ ଉଦାହରଣ ଦେଇଛନ୍ତି | ସେ ଏବେ ମଧ୍ୟ ପ୍ରବାସୀଙ୍କୁ ସାହାଯ୍ୟ କରୁଛନ୍ତି | ଶ୍ରମିକଙ୍କୁ ବସ୍, ଟ୍ରେନ୍, ଫ୍ଲାଇଟ୍ ଜରିଆରେ ଏବେ ମଧ୍ୟ ଘରକୁ ପଠାଉଛନ୍ତି | ସୋନୁଙ୍କ ମହାନତା ପାଇଁ ଲୋକେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି | ସୋନୁଙ୍କୁ ଲୋକେ ଏବେ ମଧ୍ୟ ଟ୍ୱିଟର ଜରିଆରେ ସାହାଯ୍ୟ ମାଗୁଛନ୍ତି | ପ୍ରବାସୀଙ୍କ ପାଇଁ ସୋନୁ ଭଗବାନ ହୋଇଯାଇଛନ୍ତି | ଏବେ ସୋନୁ ଆଉ ଗୋଟିଏ ପାଦ ଆଗକୁ ବାଢ଼ିଛନ୍ତି | ଘରକୁ ଫେରିବା ସମୟରେ ଆହତ ହୋଇଥିବା ଏବଂ ପ୍ରାଣ ହରାଇଥିବା ପ୍ରବାସୀଙ୍କ ପରିବାର ସାହାଯ୍ୟ କରିବାକୁ ସୋନୁ ଆଗେଇ ଆସିଛନ୍ତି |

ପ୍ରାପ୍ତ ସୂଚନା ଅନୁଯାୟୀ, ସୋନୁ ସୁଦ୍ ଏବଂ ତାଙ୍କ ଟିମ ୪୦୦ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ସାହାଯ୍ୟ କରିବେ ଯେଉଁମାନେ ଘରକୁ ଫେରିବା ସମୟରେ ଆହତ ହୋଇଥିଲେ କିମ୍ବା ପ୍ରାଣ ହରାଇଥିଲେ | ସୋନୁ ସୁଦ୍ ଓ ତାଙ୍କ ବାନ୍ଧବୀ ନୀତି ଗୋୟଲ୍ ଏହି ୪୦୦ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବା ସହ ସେମାନଙ୍କ ଶିଶୁମାନଙ୍କ ପାଠ ପଢା ଖର୍ଚ୍ଚ ବହନ କରିବେ | କାରଣ ଏହି ପରିବାର ପାଖରେ ରୋଜଗାରର କୌଣସି ମାଧ୍ୟମ ନାହିଁ | 

ସୋନୁ ସୁଦ୍ ଓ ତାଙ୍କ ଟିମ ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡର ଅଧିକାରୀଙ୍କ ସହିତ ଯୋଗାଯୋଗ କରିଛନ୍ତି ଏବଂ ମୃତକ ଏବଂ ଆହତଙ୍କ ତଥା ମାଗିଛନ୍ତି | ଏଥିରେ ସେମାନଙ୍କ ପରିବାରର ଠିକଣା, ବ୍ୟାଙ୍କ ଡିଟେଲ ରହିବ ଯେପରିକି ସେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରିବେ | ଏହାଛଡା ସୋନୁ ଓ ତାଙ୍କ ଟିମ୍ ଏହି ପରିବାରର ଶିଶୁମାନଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ଏବଂ ଘର ତିଆରି କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ |

ନିକଟରେ ସୋନୁ କହିଥିଲେ, ‘ଆପଣ ସେତେବେଳେ ସଫଳତା ହାସଲ କରନ୍ତି ଯେତେବେଳେ ଆପଣ କାହାକୁ ସାହାଯ୍ୟ କରନ୍ତି, ନଚେତ ଆପଣ ଅସଫଳ |’ ଇକୋନୋମିକ୍ସ ଟାଇମ୍ସ ଅନୁସାରେ ସୋନୁ ଓ ତାଙ୍କ ଟିମ ଜୁନ ୮ ତାରିଖ ସୁଦ୍ଧା ୨୧ ହଜାର ପ୍ରବାସୀ ଶ୍ରମିକଙ୍କୁ ଟ୍ରେନ, ବସ ଓ ଫ୍ଲାଇଟ ଜରିଆରେ ସେମାନଙ୍କ ଘରକୁ ପଠାଇ ସାଇଥିଲେ |

   Related Posts