Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଦେଶରେ ବଢୁଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ ଭୟ, କିଭଳି ପ୍ରସ୍ତୁତ କରୁଛନ୍ତି ସୋନୁ ସୁଦ?

3/12/2021 at 9:25 PM

ନୂଆଦିଲ୍ଲୀ ୦୩/୧୨ : ବିଶ୍ବରେ ଆତଙ୍କ ଖେଳାଇଚାଲିଛି କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟ । ଭାରତରେ ମଧ୍ୟ ୨ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍‌ ଜରିଆରେ ସୂଚନା ଦିଆଯାଇଛି । ତେବେ ଦେଶରେ କରୋନା ଆରମ୍ଭରୁ ବର୍ତ୍ତମାନ ଯାଏଁ ଯିଏ ଅହରହ ଲୋକଙ୍କ ସେବା ଜାରି ରଖିଛନ୍ତି ଏବଂ ହଜାର ହଜାର ଲୋକଙ୍କ ହୃଦୟରେ ପ୍ରକୃତ ହିରୋ ଆକ୍ଷା ପାଇଛନ୍ତି । ସୋନୁ ସୁଦ । ଓମିକ୍ରନ୍‌କୁ ସାମ୍ନା କରିବାକୁ ସୋନୁ ସୁଦ କିଭଳି ପ୍ରସ୍ତୁତି କରିଛନ୍ତି ?

ଏ ନେଇ ସୋନୁ କହିଛନ୍ତି, ‘ମୁଁ ସବୁବେଳେ ପ୍ରସ୍ତୁତ ଅଛି । ଲୋକଙ୍କୁ ସାହାଯ୍ୟ କରୁଛି । ମୋ ଫୋନ୍‌ ୨୪ ଘଣ୍ଟା ବାଜୁଛି । ସାରା ଦେଶରେ ଆମର ନେଟଓ୍ବର୍କ କାମ କରୁଛି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦିନରାତି ଆମ ଟିମ କାମ କରୁଛି । କୌଣସି ଆବଶ୍ୟକତା ହେଲେ ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ । ଯଦି ଜଣେ ଅସୁବିଧାରେ ଅଛି ଏବଂ ସାହାଯ୍ୟ ମାଗୁଛି ତେବେ ତାକୁ କେବେ ଫେରାଇବା ଉଚିତ ନୁହେଁ । ଯେତିକି ପାରିବେ ସାହାଯ୍ୟ କରିବା ଉଚିତ ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଲୋକମାନେ କୁହନ୍ତି ମୁଁ କେମିତି ଏତେ ଲୋକଙ୍କୁ ସାହାଯ୍ୟ କରିପାରୁଛି । ମୁଁ କୁହେ, କୌଣସି ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ଥିବା ଆବଶ୍ୟକ । ଅଜଣା ଲୋକଙ୍କ ୨ ଥର ଫୋନ୍‌ କରିବା ପାଇଁ ମୁଁ ୨ ଥର ଭାବେ ନାହିଁ । ବେଳେବେଳ ଆମେ ଭାବୁ ମୁଁ ଜଣଙ୍କ ଠାରୁ ଥରେ ସାହାଯ୍ୟ ନେଇସାରିଛି ତାକୁ ଆଉ ଥରେ କେମିତି ଫୋନ କରିବି । ଆପଣ ୧୦ ଥର ଫୋନ କରନ୍ତୁ ଏବଂ କୁହନ୍ତୁ ମୁଁ ଯାହାକୁ ସାହାଯ୍ୟ କରିବାକୁ ଚାହୁଁଛି ତାଙ୍କୁ ଜାଣିନାହିଁ ପ୍ଲିଜ୍‌ ସାହାଯ୍ୟ କରନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ ମିଳିବ ।’

   Related Posts