ସୋନୁ ସୁଦ୍ ଏବେ ସୁପର ହିରୋ ! କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସେନା ଅଧିକାରୀ ମାଗିଛନ୍ତି ସହାୟତା, ଚିଠି ଭାଇରାଲ

Published By : Prameya-News7 Bureau | May 23, 2021 IST

ନୂଆଦିଲ୍ଲୀ,୨୩/୦୫:    କୋଭିଡ୍ ସଙ୍କଟ ବେଳେ ସୋସିଆଲ ମିଡିଆ ସାହାଯ୍ୟ ମାଗିବାର ପ୍ରଧାନ ମାଧ୍ୟମ ପାଲଟିଛି । ଲୋକମାନେ ପରସ୍ପରକୁ ସାହାଯ୍ୟ ସହଯୋଗ ମାଗୁଛନ୍ତି । ଏଙାସହ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାହାଯ୍ୟ ଯୋଗାଇ ଦେଇଛନ୍ତି । ଅଭିନେତା ସୋନୁ ସୁଦ ମହାମାରୀ ବେଳେ ଦେବଦୂତ ସାଜିଛନ୍ତି । ରୋଗୀଙ୍କୁ ବେଡ୍, ପ୍ରବାସୀଙ୍କୁ ଘରକୁ ଫେରାଇ ନେବା, ରୋଜଗାର ଆଦି ପ୍ରଦାନ କରିଛନ୍ତି । ଏବେ ଭାରତୀୟ ସେନାର ଜଣେ କମାଣ୍ଡର ଅଫିସର ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଜୈଶାଲମରରେ ନିୟୋଜିତ ଥିବା ଏକ ଇନଫେଣ୍ଟ୍ରି ବାଟାଲିଅନର କମାଣ୍ଡର ଅଫିସର ଚିଠି ଲେଖି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି । ସେ କୋଭିଡ୍ ହସ୍ପିଟାଲ ସହ କରୋନା ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛ ।

{"id":455988,"sizeSlug":"large","linkDestination":"none"}

ମେ ମାସ ୧୩ ତାରିଖରେ ଲେଖାଯାଇଥିବା ଏହି ଚିଠିରେ ଉଲ୍ଲେଖ ଅଛି ଯେ, ସେନା ଜୈଶାଲମେର ମିଲଟାରୀ ଷ୍ଟେସନରେ ୨୦୦ ବେଡ୍‌ ଥିବା କୋଭିଡ କେୟାର ସେଣ୍ଟର ତିଆରି କରିବାକୁ ଚାହୁଁଛି । ହସ୍ପିଟାଲ ପାଇଁ ୪ଟି ଆଇସିୟୁ ବେଡ, ୧୦ଟି ଅକ୍ସିଜେନ କନସେଂଟ୍ରେଟର୍, ୧୦ଟି ଜୁମୋ ଅକ୍ସିଜେନ୍ ସିଲିଣ୍ଡର, ଗୋଟିଏ ଏକ୍ସ-ରେ ମେସିନ୍ ଓ ୧୫ କେଭିଏର ଜେନେରେଟର ଦରକାର । ସେନା ଅଧିକାରୀ ସୋନୁ ସୁଦଙ୍କୁ ସିଏସଆର ମାଧ୍ୟମରେ ଏହି ସାହାଯ୍ୟ ପ୍ରଦାନ ପାଇଁ ଅପିଲ କରିଛନ୍ତି ।

ସେନା ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କମାଣ୍ଡର ଅଫିସର ଜଣଙ୍କ ଅତି ଉତ୍ସାହରେ ପତ୍ର ଲେଖିଚନ୍ତି । ସେନା ଦେଶର ଅନେକ ସ୍ଥାନରେ ବିଭିନ୍ନ ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ କୋଭିଡ ହସ୍ପିଟାଲ କରିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୫୦ ବେଡ୍ ଥିବା ଏକ ହସ୍ପିଟାଲ ତିଆରି କରିଛି ସେନା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.