Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସୋନୁଙ୍କୁ ଲାଗିଲା ରୋକ୍ : ପ୍ରବାସୀ ଶ୍ରମିକଙ୍କୁ ବିଦା କରିବାକୁ ଯିବାବେଳେ ଅଟକାଇଲା ପୋଲିସ୍

9/06/2020 at 5:14 PM

ମୁମ୍ବାଇ ୦୯/୦୬ : ଲକଡାଉନରେ ସୋସିଆଲ ମିଡ଼ିଆର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ସୋନୁ ସୁଦ | ମୁମ୍ବାଇରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ସୋନୁ ଲଗାତାର ବ୍ୟବସ୍ଥା କରୁଛନ୍ତି | ସୋମବାର ରାତିରେ ବାନ୍ଦ୍ରା ଟର୍ମିନସରେ ପ୍ରବାସୀ ଶ୍ରମିକଙ୍କୁ ବିଦା କରିବାକୁ ପହଞ୍ଚିବା ପରେ ସୋନୁଙ୍କୁ ମୁମ୍ବାଇ ପୋଲିସ ଷ୍ଟେସନ ବାହାରେ ଅଟକାଇ ଦେଇଥିଲା | ଅଧିକାରୀଙ୍କ ସୂଚନା ଦେଇଛନ୍ତି ଯେ ସୋନୁଙ୍କୁ ମୁମ୍ବାଇ ପୋଲିସ ନୁହେଁ ରେଲୱେ ପ୍ରୋଟେକ୍ସନ ଫୋର୍ସ ଅଟକାଇଥିଲେ |  

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ବାନ୍ଦ୍ରା ଟର୍ମିନସରେ ଉପସ୍ଥିତ ଥିବା ପ୍ରବାସୀ ଶ୍ରମିକଙ୍କୁ ସ୍ପେଶାଲ ଟ୍ରେନ ଯୋଗେ ଉତ୍ତର ପ୍ରଦେଶ ଯିବାକୁଥିଲା | ମୁମ୍ବାଇ ନିର୍ମଳ ନଗର ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଶଶିକାନ୍ତ ଭଣ୍ଡାରେ କହିଛନ୍ତି ଯେ, ଅଭିନେତାଙ୍କୁ ରେଲୱେ ପୋଲିସ ଫୋର୍ସ ଷ୍ଟେସନ ବାହାରେ ଅଟକାଇ ଦେଇଥିଲା | ସେତେବେଳେ ସେ ପ୍ରବାସୀ ଶ୍ରମିକଙ୍କୁ ବିଦା କରିବାକୁ ଷ୍ଟେସନକୁ ଆସିଥିଲେ | ତେବେ ଏହି ମାମଲାରେ ତାଙ୍କୁ ଏପର୍ଯ୍ୟଙ୍କ କୌଣସି ଅଭିଯୋଗ ହସ୍ତାନ୍ତର ହୋଇନାହିଁ ବୋଲି ସେ କହିଛନ୍ତି | ତେବେ ତାଙ୍କୁ କାହିଁକି ଷ୍ଟେସନ ବାହାରେ ଅଟକାଇ ଦିଆଯାଇଥିଲା ତାହା ଏବେ ଜଏନ ସ୍ପଷ୍ଟ ହୋଇନାହିଁ |

ସୋସିଆଲ ମିଡ଼ିଆରେ ସୋନୁଙ୍କର ବହୁତ ପ୍ରଶଂସା ହେଉଛି | ଘରକୁ ପହଞ୍ଚି ପ୍ରବାସୀ ନିଜ ନିଜ ଅନ୍ଦାଜରେ ସୋନୁଙ୍କୁ ଧନ୍ୟବାଦ ଜଣାଇ ଭିଡିଓ ପୋଷ୍ଟ କରୁଛନ୍ତି | ସୋନୁଙ୍କ ଏହି ବଦାନ୍ୟତା ପାଇଁ ଶିବସେନା ତାଙ୍କୁ ଟାର୍ଗେଟ କରିଥିଲା | ସୋନୁଙ୍କ ଏହି ପଦକ୍ଷେପ ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ବୋଲି ଶିବସେନା ଆକ୍ଷେପ କରି କହିଥିଲା | ସୋନୁଙ୍କ ଏହି ଛବି ପଛରେ ବିଜେପି ହାତ ଥିବା ଶିବସେନା ଆରୋପ ଲାଗିଛି |

   Related Posts