Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

IAS ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ସୋନୁ ଦେବେ ମାଗଣା କୋଚିଂ, ଆରମ୍ଭ କଲେ “ସମ୍ଭବମ”

12/06/2021 at 11:02 PM

ମୁମ୍ବାଇ, ୧୨/୦୬ : ବଲିଉଡ ଅଭିନେତା ସୋନୁ ସୁଦ କରୋନା ଭାଇରସର ପ୍ରଥମ ଲହର ଠାରୁ ଆରମ୍ଭ କରି ଦ୍ଵିତୀୟ ଲହର ପର୍ଯ୍ୟନ୍ତ ଆବଶ୍ୟକତା ଥିବା ଲୋକଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ ଯୋଗାଇ ଆସୁଛନ୍ତି l ଖାଲି ସେତିକି ନୁହେଁ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ ମଧ୍ୟ୍ୟ କରିଛନ୍ତି l ଏଥି ମଧ୍ୟରେ ସେ ଶିକ୍ଷା କ୍ଷେତ୍ରରେ ଆଉ ଏକ ମୋହାନ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି l

ଏହି ଅଭିନେତା ଏବେ ସଭିଲ ସର୍ଭିସ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କୋଚିଂ ସ୍କଲାରସିପ ଯୋଗାଇଦେବାକୁ ନିଷ୍ପତ୍ତି କରିଛନ୍ତି l ଏନେଇ ସୋନୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି l ସେ ଟ୍ୱିଟ କରି କହିଛନ୍ତି ଯେ, ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ “ସମ୍ଭବମ” ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି l

ସେ ମାଗଣା କୋଚିଂ ଦେବା ନେଇ ଟ୍ୱିଟରେ ଲେଖିଛନ୍ତି ଯେ, करनी है आईएएस की तैयारी… हम लेंगे आपकी जिम्मेदारी। ସମ୍ଭବମର ଘୋଷଣା କରିବା ସମୟରେ ସେ ବହୁତ ରୋମାଂଚିତ ଥିବା ଜଣାଇଛନ୍ତି l ଏହା ସୁଦ ଚାରିଟି ଫାଉଣ୍ଡେସନ ଏବଂ ଦିଆ ଦିଲ୍ଲୀର ଏକ ଆରମ୍ଭ l ଏହି ସୂଚନା ସହ ସେ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି l ଏଥିରେ ସେ ଲେଖିଛନ୍ତି ଯେ ମୁଁ ଇଛୁକ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ରେ ଆଇଏଏସ କୋଚିଂ ଦେବା ପାଇଁ ପ୍ରତିଜ୍ଞା କରୁଛି l

   Related Posts