ଅଗଷ୍ଟ ୧୫ରେ ଦେଶଭକ୍ତି ଦେଖାଉଥିବା ଲୋକଙ୍କ ପାଇଁ ସୋନୁଙ୍କ ଖାସ୍ ସନ୍ଦେଶ-ଏହାଠୁ ଜରୁରୀ ସମୟ…

Published By : Prameya-News7 Bureau | April 23, 2021 IST

ମୁମ୍ବାଇ ୨୩/୦୪ : ଦେଶରେ କରୋନା ମାମଲା ଲଗାତାର ବୃଦ୍ଧି ପାଉଛି। ସବୁଆଡେ ହସ୍ପିଟାଲ, ବେଡ଼ ଓ ଅକ୍ସିଜେନ ପାଇଁ ହାହାକାର। ହସ୍ପିଟାଲରେ ନା ଅଛି ବେଡ଼ ନା ଅକ୍ସିଜେନ। ବେଡ୍ ଓ ଅକ୍ସିଜେନ୍ ଅଭାବରେ ଅନେକ ଲୋକ ଜୀବନ ହାରି ସାରିଲେଣି। ଏହିଭଳି ସଙ୍କଟ ପରିସ୍ଥିତିରେ ପୀଡିତଙ୍କୁ ସାହାଯ୍ୟ କରିବାକୁ କିଛି ଲୋକ ସବୁ ପ୍ରକାର ସମ୍ଭାବ୍ୟ ପ୍ରୟାସ କରୁଛନ୍ତି। ଅଭିନେତା ସୋନୁ ସୁଦ କରୋନା ସଂକ୍ରମିତ ହୋଇ ମଧ୍ୟ ଲୋକଙ୍କୁ ସାହାଯ୍ୟ ଜାରି ରଖିଛନ୍ତି। ଶୁକ୍ରବାର ସୋନୁ ସୁଦ ଏକ ଖାସ ସନ୍ଦେଶ ଦେଇଛନ୍ତି। ସୋନୁଙ୍କ ଏହି ସନ୍ଦେଶ ସେମାନଙ୍କ ପାଇଁ ଯେଉଁମାନେ ଅଗଷ୍ଟ ୧୫ ତାରିଖରେ ଦେଶଭକ୍ତି ଦେଖାଇଥାନ୍ତି। 

wp:embed {"url":"https://twitter.com/SonuSood/status/1385464306641166336","type":"rich","providerNameSlug":"twitter","responsive":true,"className":""}
https://twitter.com/SonuSood/status/1385464306641166336
/wp:embed

ଟ୍ୱିଟରରେ ସୋନୁ ସୁଦ ଲେଖିଛନ୍ତି, 'ଅଗଷ୍ଟ ୧୫ରେ ଦେଶଭକ୍ତି ଦେଖାଉଥିବା ଲୋକଙ୍କ ପାଇଁ ଖାସ ସନ୍ଦେଶ, ଦେଶ ପାଇଁ କିଛି କରିବା ଓ ଦେଶଭକ୍ତି ଦେଖାଇବାକୁ ଏହି ସମୟ ଠାରୁ ଅଧିକ ଜରୁରୀ ସମୟ କେବେ ଆସିବନି। ଏହାସହ ସେ ତ୍ରିରଙ୍ଗା ଓ ନମସ୍କାରର ଏକ ଇମୋଜୀ ସେୟାର କରିଛନ୍ତି।' ଏହା ପୂର୍ବରୁ ସେ ଆଉ ଏକ ଟ୍ୱିଟ କରିଥିଲେ। ସେଥିରେ ସେ ଲେଖିଥିଲେ, ବର୍ତ୍ତମାନ ଏହି ସଙ୍କଟ ସମୟରେ ଲୋକେ ୩ଟି ଜିନିଷ ମାଗୁଛନ୍ତି-ଅକ୍ସିଜେନ୍, ରେମଡେଶିଭିର୍ ଓ ବେଡ୍। ସେ ଲେଖିଛନ୍ତି ଯେ ବେଳେବେଳେ ସେ ସାହାଯ୍ୟ କରିବାରେ ସଫଳ ହେଉଛନ୍ତି ତ କେତେବେଳେ ଫେଲ ହୋଇଯାଉଛନ୍ତି।

ସୋନୁ ସୁଦ ନିକଟରେ ମଧ୍ୟପ୍ରଦେଶକୁ ଅକ୍ସିଜେନ ପଠାଇଥିଲେ। ତାଛଡା ସୋସିଆଲ ମିଡ଼ିଆ ଜରିଆରେ ସେ ଲଗାତାର ଲୋକଙ୍କୁ ଯେତେ ସମ୍ଭବ ସାହାଯ୍ୟ କରୁଛନ୍ତି। ଅଭିନେତା ଲଗାତାର ଲୋକଙ୍କୁ ପ୍ରେରିତ ମଧ୍ୟ କରୁଛନ୍ତି ଯେପରି ଲୋକେ ବି ନିଜ ଦ୍ୱାରା ଯେତିକି ସମ୍ଭବ ନିଜ ଆଖପାଖ ଲୋକଙ୍କୁ ସାହାଯ୍ୟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.