ସୋନୁ ସୁଦଙ୍କ ହ୍ବାଟ୍ସଆପ୍‌ ଅଟକୁନି କି ରେଷ୍ଟ୍ ନେଉନି, ପ୍ରତି ସେକେଣ୍ଡରେ ଆସି ଚାଲିଛି ଅକ୍ସିଜେନ ଓ ବେଡ୍‌ ପାଇଁ ଅନୁରୋଧ : ଦେଖନ୍ତୁ ଭିଡିଓ

Published By : Prameya-News7 Bureau | April 28, 2021 IST

ନୂଆଦିଲ୍ଲୀ ୨୮/୦୪ : ବଲିଉଡ ଅଭିନେତା ସୋନୁ ସୁଦ । ଅଭିନେତା ସୋନୁ ସୁଦ ନୁହେଁ ତ ଗରିବଙ୍କ ଭଗବାନ ଆକ୍ଷା ପାଇଥିବା ବ୍ୟକ୍ତିତ୍ବ । ଦେଶରେ ସଂକ୍ରମଣ ବ୍ୟାପକ ହେଉଥିବା ବେଳେ ପୁଣି ଥରେ ସାହାଯ୍ୟ ପାଇଁ ଆଗେଇଆସିଛନ୍ତି ସୋନୁ । ସୋନୁ ସୁଦଙ୍କ ହ୍ବାଟ୍ସଆପ ଅଟକୁନି କି ରେଷ୍ଟ୍ ବି ନେଉନାହିଁ । ପ୍ରତି ସେକେଣ୍ଡରେ ସୋନୁଙ୍କ ମୋବାଇଲକୁ ଆସି ଚାଲିଛି ଅକ୍ସିଜେନ, ମେଡିସିନ୍‌ ଓ ବେଡ୍‌ ପାଇଁ ଅନୁରୋଧ । ଯାହାର ଏକ ଭିଡିଓ ସେ ନିଜେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

କିଛି ଦିନ ତଳେ ନିଜେ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଲଗାତାର ଭାବେ ଅସୁବିଧାରେ ଥିବା ଲୋକମାନଙ୍କୁ ସାହାଯ୍ୟ କରୁଥିଲେ । ଆଉ ଏବେ କରୋନାରୁ ମୁକ୍ତ ହେବା ପରେ ପୁଣିଥରେ ସାହାଯ୍ୟ ଜାରି ରଖିଛନ୍ତି । ସାରା ଦେଶରୁ ସୋନୁଙ୍କ ନିକଟକୁ ହଜାର ହଜାର ସଂଖ୍ୟାରେ ମେସେଜ ଆସୁଛି । କିଏ କହୁଛି ବେଡ୍‌ ଦରକାର ତ କିଏ କହୁଛି ଅକ୍ସିଜେନ୍‌ ଦରକାର ଆଉ ପୁଣି କିଏ କହୁଛି ମେଡିସିନ୍‌ ଦରକାର ।

wp:html
/wp:html

ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ପ୍ରତି ସେକେଣ୍ଡରେ ସୋନୁଙ୍କ ମୋବାଇଲକୁ ମେସେଜ ଆସୁଛି । ଯାହାକି ପଢିବା ମଧ୍ୟ ଅସମ୍ଭବ ହୋଇପଡୁଛି । ତେବେ ଏହାକୁ ନେଇ ସୋନୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିବା​‌ ସହିତ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ, ‘ମୋତେ ସାହାଯ୍ୟ ଆବଶ୍ୟକ । କିଛି ହେଲ୍ପିଂ ହ୍ୟାଣ୍ଡ ଦରକାର । ଦେଶର କୋଣ ଅନୁକୋଣରୁ ସାହାଯ୍ୟ କରିବାକୁ ମେସେଜ୍‌ ଆସୁଛି । ସମସ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛି । ପ୍ଳିଜ୍‌ ଆପଣମାନେ ମଧ୍ୟ ଆଗକୁ ଆସନ୍ତୁ ଆମକୁ ସାହାଯ୍ୟ କରଦାର । ନିଜ କ୍ଷମତା ଅନୁଯାୟୀ ସାହାଯ୍ୟ କରନ୍ତୁ ।’

ସୂଚନାଯୋଗ୍ୟ, ପୂର୍ବରୁ ସୋନୁ ସୁଦ ‘କୋଭିଡ୍‌-୧୯ ହେଲ୍‌ପ’ ଲଞ୍ଚ କରିଛନ୍ତି । ଯେଉଁଥିରେ ଲୋକମାନେ ମାଗଣାରେ କୋଭିଡ୍‌ ଟେଷ୍ଟ ଏବଂ ଅନ୍‌ଲାଇନ୍‌ରେ ଡକ୍ଟରମାନଙ୍କ ସହିତ ପରାମର୍ଶ କରିପାରିବେ । କୋଭିଡ୍‌-୧୯ ହେଲପ୍‌ ଲଞ୍ଚ କରି ସୋନୁ କହିଛନ୍ତି, ‘ଆପଣମାନେ ଆରାମ କରନ୍ତୁ, ମୁଁ ଆପଣମାନଙ୍କ କୋଭିଡ୍ ଟେଷ୍ଟ କରାଇବି । ମାଗଣାରେ କୋଭିଡ୍‌-୧୯ ହେଲପ ଲଞ୍ଚ କରିଛି ଯେଉଁଥିରେ କିଛି ଫାଉଣ୍ଡେସନ୍‌, ମେଡିକାଲର ସହଯୋଗ ନିଆଯାଇଛି।’  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.