Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସୋନୁଙ୍କୁ ଭେଟିବାକୁ ପହଞ୍ଚିଲେ କ୍ୟାନ୍ସର ରୋଗୀ, ଭିଡିଓ ପୋଷ୍ଟ କରି ଅଭନେତା କହିଲେ- ଏହା ଅତ୍ୟନ୍ତ ହୃଦୟବିଦାରକ

15/06/2021 at 8:50 AM

ନୂଆଦିଲ୍ଲୀ ୧୫/୦୬: ସୋନୁ ସୁଦ ଗତ ବର୍ଷ ଲକଡାଉନ ଠାରୁ ଲୋକଙ୍କୁ ନିରନ୍ତର ସାହାଯ୍ୟ କରିଆସୁଛନ୍ତି । ଏହି ସମୟରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏବେ ଲୋକମାନେ ତାଙ୍କୁ ଭେଟିବା ପାଇଁ ତାଙ୍କ ଘର ବାହାରେ ପହଞ୍ଚିଯାଉଛନ୍ତି । ସୋମବାର ଦିନ ସୋନୁ ସୁଦ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଜଣେ କ୍ୟାନ୍ସର ରୋଗୀ ତାଙ୍କୁ ଭେଟିବାକୁ ପହଛନ୍ତି।

ସେୟାର ହୋଇଥିବା ଭିଡିଓଟି ହୃଦୟସ୍ପର୍ଶୀ । ଅଭିଷେକ ନାମକ ଜଣେ ଯୁବକ ସୋନୁଙ୍କୁ ଦେଖି କାନ୍ଦିବାକୁ ଲାଗିଛନ୍ତି ଏବଂ ତାଙ୍କ ପାଦ ଛୁଇଁଛନ୍ତି । ସୋନୁ ସୁଦ ମଧ୍ୟ ତାଙ୍କୁ ଚୁପ୍ କରାଇଛନ୍ତି । ଭିଡିଓ ସହିତ ସୋନୁ କ୍ୟାପସନରେ ଲେଖିଛନ୍ତି , ‘ସମଗ୍ର ଦେଶରେ ଲୋକମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାହା ହୃଦୟବିଦାରକ, ଯଦିଓ ବର୍ତ୍ତମାନ କୋଭିଡ ୧୯ ର ମାମଲା ହ୍ରାସ ପାଉଛି କିନ୍ତୁ କିଛି ପରିବାରର ଅବସ୍ଥା ଏବେ ମଧ୍ୟ ସମାନ ରହିଛି । ଅଭିଷେକ ଯିଏ ତାଙ୍କ ଶ୍ରବଣଶକ୍ତି ହରାଇଛନ୍ତି ଏବଂ ଏବେ ମଧ୍ୟ ଚିକିତ୍ସାରେ ଅଛନ୍ତି । ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି । ଲୋକମାନଙ୍କୁ ନିବେଦନ କରୁଛି ସେମାନେ ଆଗକୁ ଆସନ୍ତୁ ଏବଂ ଏକତ୍ର ହୋଇ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ ଯାହା ଦ୍ୱାରା ସେମାନେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।‘

ଏଥି ସହିତ ଜଣେ ୟୁଜର୍ ଟ୍ୱିଟରରେ ସମାନ ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ‘ଅଭିଷେକ ଜୈନ କ୍ୟାନ୍ସର ସହିତ ଲଢେଇ କରୁଛନ୍ତି। ସେ କେବଳ ସୋନୁ ସୁଦଙ୍କୁ ଭେଟିବାକୁ ଚାହୁଁଥିଲେ। ସୋନୁ ସୁଦଙ୍କୁ ଦେଖିବା ପରେ ତାଙ୍କ ଲୁହ ବନ୍ଦ ହେଉନଥିଲା । ୟୁଜରଙ୍କ ଟ୍ୱିଟରେ ସୋନୁ ସୁଦ ଲେଖିଛନ୍ତି  ‘ମୁଁ ମୋ ଜୀବନରେ କିଛି ଭଲ କାମ କରିଛି, ଯେଉଁଥିପାଇଁ ପ୍ରତିଦିନ ଲୋକମାନଙ୍କର ଏତେ ଭଲ ପାଇବା ମିଳୁଛି।’

   Related Posts