କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ ସୋନୁ ସୁଦ୍: ଇନ୍ଦୋରକୁ ପଠାଇଲେ ୧୦ଟି ଅକ୍ସିଜେନ୍ ଜେନେରେଟର୍

Published By : Prameya-News7 Bureau | April 16, 2021 IST

ମୁମ୍ବାଇ ୧୬/୦୪ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରୀ ଜାରି ରହିଛି। ଦ୍ୱିତୀୟ ଲହରୀ ଖୁବ ଦ୍ରୁତ ଗତିରେ ବ୍ୟାପି ଚାଲିଛି ଯାହାକୁ ନେଇ ସରକାର, ପ୍ରଶାସନ ଓ ଜନତା ଚିନ୍ତିତ। ସ୍ଥିତି ଦିନକୁ ଦିନ ବେକାବୁ ହେବାକୁ ଲାଗିଛି। ସଂକ୍ରାମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଯେଉଁଥିପାଇଁ ହସ୍ପିଟାଲରେ ରୋଗୀଙ୍କୁ ବେଡ଼ ମିଳୁନାହିଁ। ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ପାର କରିଛି। ହସ୍ପିଟାଲମାନଙ୍କରେ ଅକ୍ସିଜେନ ସିଲିଣ୍ଡରର ମଧ୍ୟ ଅଭାବ ଦେଖାଦେଇଛି। ଏହିଭଳି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ କରୋନାର ଦ୍ୱିତୀୟ ଲହର ସହ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋର ପାଇଁ ସୋନୁ ସୁଦ ସହାୟତାର ହାତ ବଢ଼ାଇଛନ୍ତି।

ସୋନୁ ସୁଦଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ସେ କହିଛନ୍ତି "ଯେ ସମସ୍ତ ଇନ୍ଦୋରବାସୀ ମୁଁ କହିବାକୁ ଚାହୁଁଛି ଯେ ନିଜର ଯତ୍ନ ନିଅନ୍ତୁ। ଗତକାଲି ମୁଁ ଜାଣିବାକୁ ପାଇଲି ଯେ ଇନ୍ଦୋରବାସୀଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ। ସେଥିପାଇଁ ମୁଁ ୧୦ଟି ଅକ୍ସିଜେନ ଜେନେରେଟର ପଠାଉଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ପରସ୍ପରକୁ ସାହାଯ୍ୟ କରନ୍ତୁ, ଯେଭଳି ଆମେ ଏହି ଭୟାବହ ମହାମାରୀରୁ ବାହାରି ପାରିବା। ମୋର ପୁରା ବିଶ୍ୱାସ ଯଦି ଆମେ ପରସ୍ପରକୁ ସାହାଯ୍ୟ କରିବା ତାହେଲେ ଏହି ସମସ୍ୟା ନିଶ୍ଚୟ ଦୂର ହେବ।"

wp:embed {"url":"https://twitter.com/Lkg1255/status/1382572786233745415","type":"rich","providerNameSlug":"twitter","responsive":true,"className":""}
https://twitter.com/Lkg1255/status/1382572786233745415
/wp:embed

ସୋନୁ ସୁଦ ଆଉ ଟ୍ୱିଟ ସେୟାର କରିଥିଲେ। ଟ୍ୱିଟ୍ ସେୟାର କରି ଅଭିନେତା କହିଥିଲେ, ମହାମାରୀର ସବୁଠାରୁ ବଡ ଶିକ୍ଷା। ଏହା ଆମକୁ ଶିକ୍ଷା ଦେଇଛି ଯେ ଦେଶକୁ ବଞ୍ଚାଇବାକୁ ହେଲେ ହସ୍ପିଟାଲ ତିଆରି କରିବାକୁ ହେବ। ସୋନୁ ସୁଦଙ୍କ ଏହି ଟ୍ୱିଟ୍ ଇସାରା କରୁଛି ଯେ ଖୁବ ଶୀଘ୍ର ସେ ହସ୍ପିଟାଲ ମଧ୍ୟ ଖୋଲି ପାରନ୍ତି। ତେବେ ଏ ସମ୍ବନ୍ଧରେ ସେ କିଛି ସ୍ପଷ୍ଟ କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.