Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଅଧରାତିରେ ଆସିଲା ଫୋନ, ହସ୍ପିଟାଲରେ ଅକ୍ସିଜେନ୍‌ ସିଲିଣ୍ଡର ପହଞ୍ଚାଇଲେ ସୋନୁ ସୁଦ : ବଞ୍ଚିଗଲା ୨୨ ଆକ୍ରାନ୍ତଙ୍କ ଜୀବନ

5/05/2021 at 5:58 PM

ନୂଆଦିଲ୍ଲୀ ୦୫/୦୫ : ଦେଶରେ କରୋନା ସଂକ୍ରମଣ ବ୍ୟାପକ ହେଉଥିବା ବେଳେ ସଂକ୍ରମିତଙ୍କୁ ସହାନୁଭୁତି ତ ଦେଖାଇବା ଦୂରର କଥା ସେମାନଙ୍କ ପାଖ ମାଡିବାକୁ ଅନେକ ଲୋକ କୁଣ୍ଠାବୋଧ କରୁଛନ୍ତି । କିନ୍ତୁ ଏମିତି ବି କିଛି ବ୍ୟକ୍ତିତ୍ବ ଅଛନ୍ତି ଯେ କି ଦିନ ରାତି କରୋନା ଆକ୍ରାନ୍ତଙ୍କ ଠାରୁ ଆରମ୍ଭ କରି ପ୍ରବାସୀ, ଗରିବ, ଦିନ ମଜୁରିଆଙ୍କୁ ଅନବରତ ଭାବେ ସାହାଯ୍ୟ ଯୋଗାଇ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅଭିନେତା ସୋନୁ ସୁଦ ଅନ୍ୟତମ । କରୋନା ସଂକ୍ରମଣ ଆରମ୍ଭ ହେବାପରଠୁ ସେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି । ଦିନ ରାତି ସେ ତାଙ୍କ ଟିମ ସହ ମିଶି କରୋନାରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରିବା​‌ରେ ଲାଗିପଡିଛନ୍ତି ।

କେତେବେଳେ ରୋଗୀଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେଉଛନ୍ତି ତ କେତେବେଳେ କାହାର ପ୍ଲାଜା ଦରକାର ହେଲେ ତୁରନ୍ତ ପହଞ୍ଚିଯାଉଛନ୍ତି । ନିକଟରେ ବେଙ୍ଗାଲୁରୁରେ ୨୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇ ଲୋକଙ୍କ ନଜରରେ ସୋନୁ ସୁଦ ପୁଣିଥରେ ମହାନ ହୋଇଯାଇଛନ୍ତି ।

ଗତ ମଙ୍ଗଳବାର ସୋନୁଙ୍କ ଟିମରେ କାମ କରୁଥିବା ଜଣେ ସଦସ୍ୟଙ୍କ ନିକଟକୁ ବେଙ୍ଗାଲୁରୁ ୟେଲାହାଙ୍କା ଟାଉନରୁ ଜଣେ ପୋଲିସ ଅଧିକାରୀଙ୍କ ଫୋନ ଆସିଥିଲା । ARAK ହସ୍ପିଟାଲରେ ଅକ୍ସିଜେନ୍‌ ସଙ୍କଟ ବ୍ୟାପକ ହେଉଥିବା ଜଣାଇଥିଲେ । ସୋନୁଙ୍କ ଏହି ଖବର ମିଳିବା ପରେ, ସେ ଏବଂ ତାଙ୍କ ଟିମ ମଧ୍ୟ ରାତ୍ରିରେ ହିଁ ୧୫ଟି ଅକ୍ସଜେନ ସିଲିଣ୍ଡର ହସ୍ପିଟାଲରେ ପହଞ୍ଚାଇଥିଲେ । ପରେ ହସ୍ପିଟାଲରେ ଭର୍ତ୍ତି ଥିବା ପ୍ରାୟ ୨୨ ଜଣ ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ଲଗାଯାଇଥିଲା । ଯାହାଫଳରେ ରୋଗୀଙ୍କ ଜୀବନ ରକ୍ଷା ପାଇଯାଇଥିଲା ।

ଘଟଣାକୁ ନେଇ ସୋନୁ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏହାର ଶ୍ରେୟ ନିଜ ଟିମକୁ ଦେଇଛନ୍ତି । ସୋନୁ କହିଛନ୍ତି, ‘ମିଶନରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ । ଏତେ ସଙ୍କଟ ମଧ୍ୟରେ ଅଧରାତିରେ ସେମାନେ ତୁରନ୍ତ ଅକ୍ସିଜେନ ନେଇ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ୨୨ ଜଣଙ୍କ ଜୀବନ ରକ୍ଷା ପାଇଯାଇଥିଲା ।’

   Related Posts