Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ସୋନୁ ସୁଦ୍‌ଙ୍କୁ ‘ଫ୍ରଡ୍’ କହି ଆକ୍ଷେପ କରିବାରୁ ଜବାବରେ ସୋନୁ କହିଲେ-‘ମୋତେ ଟ୍ରୋଲ୍ କରିବା ବଦଳରେ କାହାକୁ ସାହାଯ୍ୟ କର’

22/09/2020 at 5:05 PM

ମୁମ୍ବାଇ ୨୨/୦୯ : କରୋନା ମହାମାରୀ ଓ ଲକଡାଉନ୍ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ହଜାର ହଜାର ପ୍ରବାସୀ ଶ୍ରମିକ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କର ଏହି ମହାନତା ପାଇଁ ସାରା ଦେଶ ତାଙ୍କୁ ପ୍ରଶଂସା କରୁଛି । ଏବେ ସୁଦ୍ଧା ସେ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ଚାଲିଛନ୍ତି । ଏସବୁ ସତ୍ତ୍ୱେ କିଛି ଲୋକ ତାଙ୍କୁ ଆକ୍ଷେପ କରିଛନ୍ତି । କିଛି ସୋନୁଙ୍କ ପରୋପକାରୀ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କିଛି ଟ୍ରୋଲର୍ସ ସୋନୁ ସୁଦଙ୍କୁ ଫ୍ରଡ କହିଛନ୍ତି । ଏନେଇ ସୋନୁ ସୁଦ୍ ପ୍ରତିକ୍ରିୟା ରଖିଛନ୍ତି ।

ନିକଟରେ ଗଣମାଧ୍ୟମ ପ୍ରତିନିଧି ବରଖା ଦତ୍ତଙ୍କ ସହ କଥାବାର୍ତ୍ତା ହେବା ସମୟରେ ସୋନୁ ନିଜେ ଟ୍ରୋଲ୍ ହୋଇଥିବାରୁ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ‘ବୋଧହୁଏ ସେମାନେ ଏମିତି ଏଇଥିପାଇଁ କହିଛନ୍ତି କାରଣ ତାହା ତାଙ୍କର ପେସା ହୋଇଥିବ ଏବଂ ଏଇଥିପାଇଁ ତାଙ୍କୁ ପେମେଣ୍ଟ କରାଯାଉଥିବ । କିନ୍ତୁ ଏହା ମୋତେ ପ୍ରଭାବିତ କରିବନି । ମୁଁ ଯାହା କରୁଛି ତାହା କରିବି ।’ ସୋନୁ ଏକ କାହାଣୀ ଜରିଆରେ ଲୋକଙ୍କୁ ନିଜ କଥା କହିଛନ୍ତି ।

ସୋନୁ ସୁଦ କହିଛନ୍ତି, “ଯେଉଁମାନେ ଦାବି କରୁଛନ୍ତି ଯେ ମୁଁ କିଛି କରୁନି, ସେମାନଙ୍କ ପାଇଁ ମୋ ପାଖରେ ଜବାବ ଅଛି । ମୋ ପାଖରେ ୭ ଲକ୍ଷ ୩ ହଜାର ୨୪୬ ଲୋକଙ୍କ ଡାଟାବେସ ଅଛି । ମୁଁ ଯେଉଁମାନଙ୍କୁ ସାହାଯ୍ୟ କରିଛି, ସେମାନଙ୍କ ଫୋନ ନମ୍ବର, ଠିକଣା, ଆଧାର କାର୍ଡ ନମ୍ବର ମୋ ପାଖରେ ଅଛି । ବିଦେଶରୁ ଆସିବାକୁ ଯେଉଁ ଛାତ୍ରମାନଙ୍କୁ ମୁଁ ସାହାଯ୍ୟ କରିଥିଲି ମୋ ପାଖରେ ସେମାନଙ୍କ ସମ୍ପୂର୍ଣ ବିବରଣୀ ଅଛି । ମୁଁ ସ୍ପଷ୍ଟ କରିବାକୁ ଚାହୁଁନି କିନ୍ତୁ ମୋ ପାଖରେ ପୁରା ଡାଟା ଅଛି । ମୋତେ ଟ୍ରୋଲ ବଦଳରେ ବାହାରକୁ ଯାଇ କାହାର ସାହାଯ୍ୟ କର ।”

   Related Posts