ଆୟକର ଠକେଇ ଅଭିଯୋଗ ନେଇ ମୁହଁ ଖୋଲିଲେ ସୋନୁ ସୁଦ, ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | September 21, 2021 IST

ନୂଆଦିଲ୍ଲୀ ୨୧।୯: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ଆୟକର ଠକେଇର ଅଭିଯୋଗ ଆସିଛି। ତାଙ୍କର ବିଭିନ୍ନ ଠିକଣାରେ ଚଢଉ ପରେ ଆୟକର ଅଧିକାରୀମାନେ ୨୦କୋଟି ଟଙ୍କାର ଶୁଳ୍କ ଠକେଇ ନେଇ ଅଭିଯୋଗ କରିଛନ୍ତି। ମାମଲାରେ ସୋନୁ ସୁଦ ଶେଷରେ ମୁହଁ ଖୋଲିଛନ୍ତି। ଏ ନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ସୁଦ କହିଛନ୍ତି ଯେ ମୁଁ କେବେ ବି କୌଣସି ଅନିୟମିତତା କରି ନାହିଁ, ମୋତେ ୨ ଥର ରାଜ୍ୟସଭା ସାଂସଦ ଅଫର ମଧ୍ୟ ଦିଆଯାଇଛି।

{"id":515278,"width":839,"height":471,"sizeSlug":"full","linkDestination":"none"}

ଆୟକର ଅଧିକାରୀମାନେ ତାଙ୍କୁ ଲଗାତାର ୪ ଦିନ ଧରି ପଚରା ଉଚରା କରିଥିଲେ। ସେମାନେ ଯାହା ପଚାରିଥିଲେ ତାର ଯଥାଯଥ ଉତ୍ତର ଦେଇଥିବା ଓ ଯେଉଁ ଯେଉଁ କାଗଜ ମାଗିଥିଲେ ତାହା ଉପସ୍ଥାପନ କରିଥିବା ସୁଦ କହିଛନ୍ତି। ଏହା ଛଡା ତାଙ୍କୁ ୨ଟି ରାଜନୈତିକ ଦଳ ରାଜ୍ୟସଭା ସାଂସଦ ହେବା ଲାଗି ଅଫର ଦେଇଥିବାର ଓ ସେମାନଙ୍କ ପ୍ରସ୍ତାବକୁ ସେ ଟାଳି ଯାଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି। ତେବେ ମୁଁ ମୋର କାର୍ଯ୍ୟ କରିଛି, ସେମାନେ ମୋତେ ଯାହାବି ପଚାରିଛନ୍ତି କାଗଜପତ୍ର ସହ ତାର ଜବାବ ରଖିଛି ବୋଲି ସୋନୁ ସୁଦ କହିଛନ୍ତି।

{"id":515281,"width":840,"height":631,"sizeSlug":"full","linkDestination":"none"}

ତେବେ ତାଙ୍କ ବିରୋଧରେ ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ କାର୍ଯ୍ୟାନୁଷ୍ଠାନ ଥିଲାକି ବୋଲି ପଚରା ଯିବାରୁ ଏ ନେଇ ସେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ନଥିବା କହିଛନ୍ତି। ତେବେ ଯାହା କିଛି ବି ହୋଇଛି ଏଥିରେ ମୁଁ ଆଦୌ ବିଚଳିତ ନୁହେଁ ବୋଲି କହିଛନ୍ତି। ତେବେ ଏଥିଯୋଗୁ ସେ ଲୋକଙ୍କ ସହାୟତା ବନ୍ଦ କରିବେନି ବୋଲି ସଫାସଫା କହିଛନ୍ତି। ଯିଏ ଯେତେବେଳେ ଯେଉଁଠି ମୋର ସହାୟତା ଚାହିଁବେ ମୁଁ ସେଠାରେ ତାଙ୍କୁ ନିଶ୍ଚିତ ସହଯୋଗ କରିବି ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.