Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅକ୍ଷୟ କୁମାରଙ୍କ ସୁପର୍ ପାୱାର୍ ବିଷୟରେ ସୋନୁ ସୁଦ୍ କହିଲେ, ‘ସେ ନୋଟ୍ ବହୁତ ଶୀଘ୍ର ଗଣନ୍ତି’

2/09/2020 at 11:49 AM

ମୁମ୍ବାଇ ୦୨/୦୯ : ବଲିଉଡ ସିନେମାରେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ସୋନୁ ସୁଦ ବର୍ତ୍ତମାନ ଅସହାୟ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି | ଅସହାୟ ଓ ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବାକୁ ସୋନୁ ସବୁବେଳେ ଆଗେଇ ଆସିଛନ୍ତି | ଲକଡାଉନ ପରଠାରୁ ସେ ଲଗାତାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ସୋସିଆଲ ମିଡ଼ିଆରେ ଯିଏ ତାଙ୍କୁ ସାହାଯ୍ୟ ମାଗେ ସେ ନିଜ ତରଫରୁ ସବୁ ସମ୍ଭବ ସାହାଯ୍ୟ କରୁଛନ୍ତି | ନିକଟରେ ସେ ନେହା ଧୂପିଆଙ୍କ ସହ ତାଙ୍କ ଶୋ’ ନୋ ଫିଲ୍ଟର ସିଜନ-୫ (#NoFilterNeha Season 5) ରେ ନଜର ଆସିଛନ୍ତି | ଶୋ’ରେ ସେ ବଲିଉଡର ଖିଲାଡୀ ଅର୍ଥାତ ଅକ୍ଷୟ କୁମାରଙ୍କ ସୁପର ପାୱାର ସମ୍ପର୍କରେ କହିଛନ୍ତି |

ଶୋ’ରେ ସୋନୁ ସୁଦ ନିଜ ଜୀବନ ସମ୍ପର୍କରେ କହିଛନ୍ତି | ଅକ୍ଷୟ କୁମାରଙ୍କୁ ସମ୍ପର୍କରେ ବହୁତ ମଜାଦାର କଥା କହିଛନ୍ତି | ଏହାସହ ସେ ଅନ୍ୟ କଳାକାରଙ୍କ ସୁପର ପାୱାର ସମ୍ପର୍କରେ ମଧ୍ୟ କହିଛନ୍ତି | ଅକ୍ଷୟ କୁମାରଙ୍କ ସମ୍ପର୍କରେ ସେ କହିଛନ୍ତି, ‘ସେ ନୋଟ ବହୁତ ଶୀଘ୍ର ଗଣିଥାନ୍ତି, ଯେତିକି ରୋଜଗାର କରନ୍ତି ଧଡ଼ ଧଡ଼ ଧଡ଼ ଧଡ଼…ମୋତେ ଲାଗୁଚି ସେ କାଉଣ୍ଟିଙ୍ଗ ମେସିନ ମଧ୍ୟ ରଖିଥିବେ | କିନ୍ତୁ ମେସିନକୁ ସେ କହୁଥିବେ ମେସିନ ବହୁତ ଧୀରେ ଗଣୁଛି, ତାକୁ ହଟାଅ, ପଞ୍ଜାବର ଦେଶୀ ଷ୍ଟାଇଲରେ ତଡ଼ ତଡ଼ ତଡ଼ ତଡ଼…’

ଫରହା ଖାନଙ୍କ ସମ୍ପର୍କରେ ସୋନୁ କହିଛନ୍ତି, ‘ତାଙ୍କୁ ତୁମ ଉପରେ ପାଟି କରିବାକୁ ମାଇକ ଦରକାର ନାହିଁ | ତାଙ୍କ ପାଟି ଯଥେଷ୍ଟ | ସେ ମୁମ୍ବାଇରୁ ଗାଳି କଲେ ପଞ୍ଜାବ ଯାଏଁ ସୁଭାଯିବ |’

   Related Posts