Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗଞ୍ଜାମ ଜିଲ୍ଲାପାଳଙ୍କୁ ସବୁ ତଥ୍ୟ ସହ ଏମିତି ଜବାବ ଦେଲେ ସୋନୁ ସୁଦ, କହିଲେ- ଆମକୁ ଆମର କର୍ତ୍ତବ୍ୟ କରିବାକୁ ହେବ, ଧନ୍ୟବାଦ ଦେଲେ ଜିଲ୍ଲାପାଳ

17/05/2021 at 11:08 PM

ବ୍ରହ୍ମପୁର ୧୭।୦୫: ବଲିଉଡ ଅଭିନେତା ସୋନୁ ସୁଦ କରୋନାର ମୁସ୍କିଲ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ମାଗୁଥିବା ୟୁଜର୍ସଙ୍କ ସହ କଥା ହୋଇ ସେମାନଙ୍କ ପର୍ଯ୍ୟନ୍ତ ସହାୟତା ପହଞ୍ଚାଇବାରେ କାମ କରୁଛନ୍ତି ଅଭିନେତା। କାହାକୁ ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି ତ କାହାକୁ ଶଯ୍ୟାର ବନ୍ଦୋବସ୍ତ କରାଉଛନ୍ତି।  ହେଲେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସଂକ୍ରମିତଙ୍କୁ ସାହାଯ୍ୟ କରିବା ନେଇ ଅଭିନେତା ସୋନୁ ସୁଦ୍ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟରେ ଟ୍ଵିଟ୍‌ ଜରିଆରେ ବାକ୍‌ଯୁଦ୍ଧ ହୋଇଛି। ପ୍ରଥମେ ସୋନୁ ସୁଦଙ୍କ ସାହାଯ୍ୟଙ୍କୁ ଖଣ୍ଡନ କରିଥିବା ଜିଲ୍ଲାପାଳ ଏବେ ଅଭିନେତାଙ୍କ ଦ୍ଵାରା ପ୍ରମାଣ ଦେବା ପରେ ନିଜ ସ୍ଵର ବଦଳାଇଛନ୍ତି। ଏପରିକି  ୟୁଟର୍ଣ୍ଣ ମାରି ସୋନୁ ସୁଦଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁ ସୁଦ୍‌ଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ। ସେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ କୌଣସି ହସ୍‌ପିଟାଲ୍‌ରେ ଶଯ୍ୟା ମିଳୁନି। ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ସେ ଅନୁରୋଧ କରିଥିଲେ । ଟ୍ୱିଟ୍‌ କରିବାର କିଛି ସମୟ ପରେ ସୋନୁ ସୁଦ୍‌ ନିଜ ଟ୍ୱିଟ୍‌ ଆକାଉଣ୍ଟ୍‌ରେ ଲେଖିଥିଲେ ଯେ, ‘ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍‌ରେ  ଶଯ୍ୟାର ବନ୍ଦୋବସ୍ତ ହୋଇ ସାରିଛି।

ତେବେ ଗଞ୍ଜାମ  ଜିଲ୍ଲାପାଳ ସଂକ୍ରମିତଙ୍କ ପାଇଁ ସିଟି ହସ୍ପିଟାଲରେ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଇଥିବା ଅଭିନେତାଙ୍କ ଦାବିକୁ ଖଣ୍ଡନ କରିଥିଲେ। ଜିଲ୍ଲାପାଳ ସୋନୁ ସୁଦଙ୍କ ଟ୍ଵିଟ୍‌ର ସ୍କ୍ରିନସଟ୍ ସେୟାର କରି ଲେଖିଥିଲେ ଯେ, ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ। ବ୍ରହ୍ମପୁରରେ କରୋନାର ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏହାର ତଦାରଖ କରୁଛନ୍ତି।

ଏହା ପରେ ସୋନୁ ସୁଦ ଟ୍ଵିଟ୍ କରି ଜିଲ୍ଲାପାଳଙ୍କୁ ଉତ୍ତର ଦେଇଛନ୍ତି ଯେ,  ମହୋଦୟ ଆମେ କେବେ ଦାବି କରୁନାହୁଁ ଯେ, ଆମେ ଆପଣଙ୍କ ସହ ଯୋଗାଯୋଗ କରିଛୁ। ଆମେ ସେହି ବ୍ୟକ୍ତିଙ୍କୁ ଶଯ୍ୟାର ବନ୍ଦୋବସ୍ତ କରାଇଛୁ ଯିଏ କରୋନା ସଂକ୍ରମିତ ପତ୍ନୀର ସାହାଯ୍ୟ ପାଇଁ ଆମ ସହ ଯୋଗାଯୋଗ କରିଥିଲେ। ଆପଣଙ୍କ କାର୍ଯ୍ୟାଳୟ ବହୁତ ଭଲ କାମ କରୁଛି ଏବଂ ଆପଣ ଏହାର ପୁନର୍ବାର ଯାଞ୍ଚ କରି ପାରିବେ ଯେ ଆମେ ତାଙ୍କର ସାହାଯ୍ୟ କରିଥିଲୁ କି ନାହିଁ। ପ୍ରମାଣ ଆଧାରରେ ସଂପୃକ୍ତ ବ୍ୟକ୍ତିଙ୍କ ଚ୍ୟାଟ୍ ମଧ୍ୟ ଟ୍ଵିଟ୍‌ରେ ପୋଷ୍ଟ କରିଛନ୍ତି ସୋନୁ।

ସୋନୁଙ୍କ ପ୍ରତିଉତ୍ତର ପରେ ଗଞ୍ଜାମ ଜିଲ୍ଲାପାଳ ୟୁଟର୍ଣ୍ଣ ମାରି ଆଉ ଏକ ଟ୍ଵିଟ୍ କରିଥିଲେ। ଜିଲ୍ଲାପାଳ ଲେଖିଛନ୍ତି ଯେ, ଆମର ଉଦ୍ଦେଶ୍ୟ ଆପଣଙ୍କ ସିଷ୍ଟମର ସମାଲୋଚନା କରିବା ନଥିଲା। ୨୪ ଘଣ୍ଟା ସାତ ଦିନ ରୋଗୀଙ୍କ ସେବା ପାଇଁ ଶଯ୍ୟା ସୁନିଶ୍ଚିତ କରିବା ପାଇଁ ଆମର ଟିମ୍ ଗଞ୍ଜାମ ରହିଛି। ତଥାପି ଶଯ୍ୟା ସଂପର୍କିତ କିଛି ସମସ୍ୟା ଅଛି କି ନାହିଁ ତାହା ଯାଞ୍ଚ କରିବା ଆମର କର୍ତ୍ତବ୍ୟ। ସୋନୁ ସୁଦଙ୍କୁ ପ୍ରଶଂସା କରି ଜିଲ୍ଲାପାଳ କହିଛନ୍ତି ଯେ, ଆପଣ ଏବଂ ଆପଣଙ୍କ ଟିମ୍ ମଧ୍ୟ ବହୁତ ଭଲ କାମ କରୁଛନ୍ତି। ତେବେ ଅଭିନେତା ଏବଂ ଜିଲ୍ଲାପାଲଙ୍କ ମଧ୍ୟରେ ଟ୍ଵିଟ୍ ଓ୍ଵାର୍‌କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଖୁବ୍ ଜୋର ଧରିଛି।

   Related Posts