Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସୋନୁଙ୍କୁ ଯୁବକ କହିଲେ, ‘ଭାଇ ପ୍ରେମିକା ସହ ଫେରାର ହେବାକୁ ଚାହୁଁଛି’, ଜବାବରେ ସୋନୁ କହିଲେ, ‘ମୋ ପାଖରେ ଆହୁରି ଭଲ ଆଇଡ଼ିଆ ଅଛି…’

12/06/2020 at 4:12 PM

ମୁମ୍ବାଇ ୧୨/୦୬ : ବଲିଉଡ ଅଭିନେତା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ମାନବିକତାର ପରିଚୟ ଦେବା ସହ ନିଜ ବଦାନ୍ୟତାର ମଧ୍ୟ ପରିଚୟ ଦେଇଛନ୍ତି | ଯାହାଫଳରେ ସେ ଲୋକଙ୍କର ଅତି ପ୍ରିୟ ହୋଇଛନ୍ତି | ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି | ସେ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ପ୍ରବାସୀ ତାଙ୍କୁ ଭଗବାନ ଭଳି ସମ୍ମାନ ଦେଉଛନ୍ତି | ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରୁଥିବାରୁ ଜଣେ ବ୍ୟକ୍ତି ନିଜର ଏକ ଅଜବ ଇଛା ବ୍ୟକ୍ତ କରିଛନ୍ତି ଏବଂ ତାଙ୍କୁ ସାହାଯ୍ୟ ମାଗିଛନ୍ତି | ଜଣେ ଯୁବକ କହିଛନ୍ତି ସେ ନିଜ ପ୍ରେମିକାଙ୍କ ସହ ଫେରାର ହେବାକୁ ଚାହୁଁଛନ୍ତି | ସେଥିପାଇଁ ସେ ସୋନୁଙ୍କୁ ସାହାଯ୍ୟ ମାଗିଛନ୍ତି ଯେପରିକି ସୋନୁ ତାଙ୍କୁ ଅଲଗା ଜାଗାକୁ ପଠାଇଦେବେ | ଯୁବକ ଜଣକ କହିଛନ୍ତି ସେ ତାଙ୍କୁ ଆଣ୍ଡାମାନ ନିକୋବର ପଠାଇ ଦିଅନ୍ତୁ | ଯୁବକଙ୍କ ଏହି ସାହାଯ୍ୟ ମାଗିବା ପରେ ସୋନୁ ଟ୍ୱିଟରରେ ତାଙ୍କୁ ଜବାବ ଦେଇଛନ୍ତି | ସୋନୁଙ୍କ ଏହି ଟ୍ୱିଟ ବହୁତ ଭାଇରାଲ ହୋଇଛି |

ସୋନୁଙ୍କୁ ଯୁବକ ଜଣକ କହିଛନ୍ତି, ‘ଭାଇ ମୋତେ ବି କେଉଁଆଡେ ଛାଡି ଦିଅନ୍ତୁ, ମୁଁ ମୋ ପ୍ରେମିକା ସହ ପଳାଇବାକୁ ଚାହୁଁଚି | ଆଣ୍ଡାମାନ ନିକୋବରରେ ହିଁ ଛାଡି ଦିଅନ୍ତୁ |’ ସୋନୁ ଜବାବ ଦେଇଛନ୍ତି, ‘ମୋ ପାଖରେ ଏହା ଠାରୁ ବହୁତ ଭଲ ଆଇଡ଼ିଆ ଅଛି | କାଇଁ ନା ଆପଣ ଦୁଇଜଣଙ୍କ ସହ ଉଭୟଙ୍କ ପରିବାର ଲୋକଙ୍କୁ ମଧ୍ୟ ପଠାଇଦିଏ | ଫଳରେ ତୁରନ୍ତ ବାହାଘର ମଧ୍ୟ ହୋଇଯିବ |’

ସୋନୁଙ୍କ ଏହି ଟ୍ୱିଟ ଲୋକଙ୍କୁ ଆକର୍ଷଣ କରିଥିଲା | ଲୋକେ ଏହି ଟ୍ୱିଟ ପରେ ବହୁତ କମେଣ୍ଟ କରିଥିଲେ | ଏହା ପୂର୍ବରୁ ସୋନୁ ଜଣେ ଦମ୍ପତ୍ତିଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ | ଜଣେ ବ୍ୟକ୍ତି କହିଥିଲେ ଯେ, ସେ ଗୁଆହାଟୀରେ ଫସି ଯାଇଛନ୍ତି | ଏହିଭଳି ପରିସ୍ଥିତିରେ ସ୍ତ୍ରୀ ସହ ତାଙ୍କର ପ୍ରତିଦିନ ଝଗଡା ହେଉଛି | ସୋନୁ ତାଙ୍କୁ ଝଗଡା ଶେଷ କରି ମିଳିମିଶି ଖୁସିରେ ରହିବାକୁ ପରାମର୍ଶ ଦେଇଥିଲେ | ଏହାସହ ସୋନୁ ତାଙ୍କୁ କହିଥିଲେ ଯେ ସେ ଦିନେ ତାଙ୍କୁ ଡିନରରେ ନେଇକି ଯିବେ |

ଲକଡାଉନ ସମୟରେ ଲୋକଙ୍କୁ ସାହାଯ୍ୟ କରିବାରେ ସୋନୁ ବହୁତ ପ୍ରୟାସ କରିଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ କରୁଛନ୍ତି ମଧ୍ୟ | ଯିଏ ବି ତାଙ୍କୁ ସାହାଯ୍ୟ ମାଗିଛି ସେ ତାକୁ ସାହାଯ୍ୟ କରିଛନ୍ତି | ସେ କାହାକୁ ନିରାଶ କରି ନାହାନ୍ତି | ପ୍ରଥମେ ସେ ଜୁହୁ ସ୍ଥିତ ନିଜ ହୋଟେଲ କରୋନା ଯୋଦ୍ଧାଙ୍କ ପାଇଁ ଖୋଲି ଦେଇଥିଲେ | କରୋନା ଯୋଦ୍ଧା ସେଠାରେ ରହୁଥିଲା | ସେଠାରେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା |

   Related Posts