Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସୋନୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ହୁମା କ୍ୟୁରେଶି, ଅଭିନେତା କହିଲେ- ‘ଟିକେ ଅଧିକ ହୋଇଗଲା’

5/06/2021 at 4:48 PM

ମୁମ୍ବାଇ ୦୫/୦୬ : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ସୋନୁ ସୁଦ ନିଜେ ଲାଜେଇ ଯାଇଛନ୍ତି । ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି, ‘ଟିକେ ଅଧିକ ହୋଇଗଲା’ । ସେ କହିଛନ୍ତି, ‘ହୁମା ବହୁତ ଦୟାଳୁ |। ଯଦି ସେ ଭାବୁଛନ୍ତି ଯେ ମୁଁ ଏହି ସମ୍ମାନ ପାଇଁ ଯୋଗ୍ୟ ତାହେଲେ ନିଶ୍ଚୟ କିଛି ଭଲ କରିଥିବେ । କିନ୍ତୁ ମୁଁ ଏଥିରେ ତାଙ୍କ ସହ ସହମତ ନୁହେଁ । ଆମ ପାଖରେ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ଅଛନ୍ତି । ଏହିଭଳି ଦାୟିତ୍ୱ ନେବାପାଇଁ ମୋର ବୟସ ହୋଇନି ।

ରାଜୀବ ଗାନ୍ଧୀ ୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ସେତେବେଳେ ସେମିତି ପରିସ୍ଥିତି ଥିଲା । ତାଛଡା ସେ ଜଣେ ରାଜନୈତିକ ପରିବାରରୁ ଆସିଥିଲେ । କିନ୍ତୁ ଏହିଭଳି କୌଣସି ଯୋଗ୍ୟତା ନାହିଁ ।’ ସ୍ପଟବଏ ସହ କଥା ହୋଇ ସୋନୁ ସୁଦ କହିଛନ୍ତି ଯେ ସେ ନିଜକୁ ରାଜନୀତିଠୁ ଦୁରେଇ ରଖିବାକୁ ଚାହୁଁଛନ୍ତି । ରାଜନୀତି ତାଙ୍କ ବିରୋଧୀଙ୍କୁ ଅଶାନ୍ତି କରିବ । ସେ କହିଛନ୍ତି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜମା ଚାହାଁନ୍ତିନି ଯେ ସୋନୁ ସୁଦ ରାଜନୀତିରେ ପ୍ରବେଶ କରନ୍ତୁ । ସେମାନଙ୍କୁ ସେ ଧୋକା ଦେବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ।

ସେ ବାସ ନିଜ କାମ କରିବାକୁ ଚାହୁଁଛନ୍ତି । ସେ ଜଣେ ଅଭିନେତା ଭାବେ ନିଜ କାମକୁ ଖୁବ ଉପଭୋଗ କରୁଛନ୍ତି ଓ ସାଧାରଣ ଜନତାଙ୍କ ସମସ୍ୟାର ଏକ ଅଂଶ ବୋଲି ସୋନୁ କହିଛନ୍ତି । ରାଜନୀତିରେ ସାମିଲ ନ ହୋଇ ମଧ୍ୟ ଆମେ ସମସ୍ତ ନିଜ ନିଜ କାମ କରିପାରିବା ବୋଲି କହିଛନ୍ତି ସୋନୁ ସୁଦ ।କିଛି ଦିନ ପୂର୍ବରୁ ହୁମା କ୍ୟୁରେଶି ବଲିଉଡ ହଙ୍ଗାମା ସହ କଥାବାର୍ତ୍ତା ବେଳେ ସେ କଣ ବିଚାର କରୁଛନ୍ତି ସେ ସମ୍ପର୍କରେ କହିଥିଲେ । ହୁମା କହିଥିଲେ ଯେ ସୋନୁ ସୁଦ ନିର୍ବାଚନ ଲଢ଼ି ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ ।

କରୋନା କାଳରେ ଲୋକଙ୍କୁ ସେ ଯେଉଁଭଳି ଭାବେ ସାହାଯ୍ୟ କରିଛନ୍ତି ଏବଂ ଏବେ ବି କରୁଛନ୍ତି ତାକୁ ଦେଖି ଅନେକ ଲୋକ ସୋନୁଙ୍କୁ ଏହିଭଳି ପରାମର୍ଶ ଦେଇଛନ୍ତି । କିନ୍ତୁ ସୋନୁ ସୁଦ କେବଳ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି ।ହୁମା କ୍ୟୁରେଶି ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ମହାରାଣୀ’ରେ ନିଜର ଅଭିନୟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ହୁମା ମୁଖ୍ୟମନ୍ତ୍ରୀ ଚରିତ୍ରରେ ଅଭିନୟ କରିଛନ୍ତି ।

   Related Posts