ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନକୁ ଡ୍ରଗ୍ସ ଲିଙ୍କ ମାମଲାରେ ମିଳିଲା ଜାମିନ, ପ୍ରତିକ୍ରିୟା ରଖିଲେ ସୋନୁ ସୁଦ

Published By : Prameya-News7 Bureau | October 28, 2021 IST

ମୁମ୍ବାଇ ୨୮/୧୦ : ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ଶେଷରେ ଜାମିନ ମିଳିଛି । କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲାରେ ଗତ ଅକ୍ଟୋବର ୧ ତାରିଖ ମଧ୍ୟ ରାତ୍ରୀରେ ଗିରଫ ହୋଇ ଜେଲରେ ଥିବା ଆର୍ଯନ ଖାନ ସମେତ ଅରବାଜ ମର୍ଚାଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାକୁ ମଧ୍ୟ ଜାମିନ ମିଳିଛି । ୨୭ ଦିନ ଧରି ଜେଲରେ ରହିବା ପରେ ଶେଷର ଗୁରୁବାର ତାଙ୍କୁ ଜାମିନ ମିଳିଛି । ବେଲ ମିଳିଥିଲେ ବି ଆର୍ଯ୍ୟନ ଆଜି ଜେଲରୁ ମୁକୁଳି ପାରିନାହିଁ । ଆସନ୍ତାକାଲି ସେ ଜେଲରୁ ବାହାରିପାରେ ବୋଲି ସୂଚନା ମିଳିଛି ।

ଆର୍ଯ୍ୟନ ଖାନକୁ ବେଲ ମିଳିବା ନେଇ ପ୍ରଥମେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ସୋନୁ ସୁଦ । ଟ୍ବିଟ୍ କରି ସୋନୁ ସୁଦ ଲେଖିଛନ୍ତି, ‘ସମୟ ଯେତେବେଳେ ନ୍ୟାୟ ଦିଏ ସେତେବେଳେ ସାକ୍ଷୀମାନଙ୍କ ଆବଶ୍ୟକତା ନଥାଏ ।’ ଅବଶ୍ୟ ଆର୍ଯ୍ୟନ ଖାନର ନାଁ ନେଇନାହାନ୍ତି ସୋନୁ ସୁଦ କିନ୍ତୁ ଇସାରାରେ ଇସାରା​‌ରେ ହିଁ ଆର୍ଯ୍ୟନର ଜେଲରୁ ମୁକୁଳିବାକୁ ନେଇ କହିଛନ୍ତି ।

ଯେବେ ଠାରୁ ଆର୍ଯ୍ୟନ୍ ଜେଲ୍ ଯାଇଥିଲା, ଅନେକ ସେଲିବ୍ରିଟି ସୋସିଆଲ୍ ମିଡିଆରେ ତାଙ୍କ ସମର୍ଥନରେ ବାହାରିଥିଲେ । ଅକ୍ଟୋବର ୨୭ ରେ, ଯେତେବେଳେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି ସ୍ଥଗିତ ରଖାଯାଇଥିଲା, ହ୍ରିତିକ ରୋଶନ ଏଥିରେ ଅତ୍ୟନ୍ତ ନିରାଶ ହୋଇଥିଲେ ଏବଂ କହିଥିଲେ ଯେ ଆର୍ଯ୍ୟନଙ୍କୁ ଜାମିନ ମିଳିନଥିବାରୁ ସେ ଅତ୍ୟନ୍ତ ଦୁଃଖିତ । ଏହା ପୂର୍ବରୁ ହ୍ରିତିକ ସୋସିଆଲ ମିଡିଆରେ ଏକ ଲମ୍ବା ନୋଟ୍ ଲେଖି ଆର୍ଯ୍ୟନଙ୍କୁ ସମର୍ଥନ କରିଥିଲେ, ଯେଉଁଥିରେ ଆର୍ଯ୍ୟନଙ୍କ ଭଉଣୀ ସୁହାନା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ସେହି ପୋଷ୍ଟକୁ ସମର୍ଥନ ଜଣାଇଥି​‌ଲେ । ଡ୍ରଗ୍ସ ଲିଙ୍କ ମାମଲାରେ ଆର୍ଯ୍ୟନଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ଏବଂ ମୁନ୍‌ମୁନ୍ ଧମେଚା ମଧ୍ୟ ଜାମିନ ପାଇଛନ୍ତି। ଅରବାଜ ଆର୍ଥର ରୋଡ ଜେଲରେ ଆର୍ଯ୍ୟନଙ୍କ ସହ ରହିଥିବା ବେଳେ ମୁନମୁନ୍ ଧମେଚା ମହିଳା ଜେଲରେ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.