Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଇନ୍ଦୋରରେ ଅସହାୟ ବୃଦ୍ଧଙ୍କୁ ଗାଈଗୋରୁ ଭଳି ଉଠେଇନେବା ଘଟଣାରେ ମର୍ମାହତ ସୋନୁ ସୁଦ୍: ସାହାଯ୍ୟ ପାଇଁ କଲେ ଅପିଲ୍

30/01/2021 at 4:54 PM

ଭୋପାଲ ୩୦/୦୧ : ମଧ୍ୟ ପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରରେ ନଗର ନିଗମର ଅମାନବିକତା ଦେଖି ଅଭିନେତା ସୋନୁ ସୁଦଙ୍କ ହୃଦୟ ଯନ୍ତ୍ରଣାରେ ଭରି ଯାଇଛି। ସେ ସହରର ଅସହାୟ ଓ ଵାହହୀନ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ଇନ୍ଦୋରବାସୀଙ୍କୁ ଅପିଲ କରିଛନ୍ତି ଯେ ସେମାନେ ତାଙ୍କୁ ଏହି କାମରେ ସାହାଯ୍ୟ କରନ୍ତୁ। ଇନ୍ଦୋରରେ କିଛି ବୃଦ୍ଧ ଅସହାୟ ବୃଦ୍ଧ ଓ ଭିକାରୀଙ୍କୁ ନଗର ନିଗମ ଗାଡିରେ ଉଠେଇ ନେଇଯାଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବାପରେ ସୋନୁ ସୁଦ ପ୍ରତିକ୍ରିୟା ରଖିଛନ୍ତି।

ଶୁକ୍ରବାର ଦିନ ସୋନୁ ସୁଦ ଭାଇରାଲ ଭିଡିଓ ଦେଖି ତୁରନ୍ତ ଏକ ଭିଡିଓ ସନ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି, “ଇନ୍ଦୋର ଭାଇ-ଭଉଣୀଙ୍କୁ ମୋର ଅନୁରୋଧ, ମୁଁ ଗତକାଲି ଏକ ଖବର ଦେଖିଲି ଯେଉଁଥିରେ ଅସହାୟ ବୃଦ୍ଧଙ୍କୁ ଇନ୍ଦୋର ସୀମାରୁ ବାହାରେ ରଖିବାକୁ ପ୍ରୟାସ କରାଯାଇଛି। ମୁଁ ଏବଂ ଆପଣମାନେ ମିଶି ଏମାନଙ୍କ ରହିବା ବ୍ୟବସ୍ଥା କରିବା ଉଚିତ। ମୁଁ ଏହି ଅସହାୟ ବୃଦ୍ଧଙ୍କୁ ସେମାନଙ୍କ ଅଧିକାର ଦେବାକୁ ଚାହୁଁଛି, ତାଙ୍କ ମୁଣ୍ଡ ଉପରେ ଛାତ ଦେବାକୁ ଚାହୁଁଛି। ଏମାନଙ୍କ ଖାଇବା-ପିଇବା ପ୍ରବନ୍ଧ କରିବାକୁ ଚାହୁଁଛି। କିନ୍ତୁ ଇନ୍ଦୋରବାସୀଙ୍କ ବିନା ସାହାଯ୍ୟରେ ଏହା ସହଜ ନୁହେଁ।”

ଇନ୍ଦୋର ଘଟଣାର ଉଦାହରଣ ଦେଇ ସୋନୁ ସୁଦ କହିଛନ୍ତି ଯେ ପିଲାମାନଙ୍କୁ ଅନୁରୋଧ ଯେଉଁମାନେ ପିତାମାତାଙ୍କୁ ଅଲଗା ଛାଡି ଦେଉଛନ୍ତି ସେମାନଙ୍କ ପାଇଁ ଏକ ଶିକ୍ଷା ହେବା ଉଚିତ ଯେ ନିଜ ପିତାମାତାଙ୍କୁ ସବୁବେଳେ ନିଜ ପାଖରେ ରଖନ୍ତୁ, ସେମାନଙ୍କ ଯତ୍ନ ନିଅନ୍ତୁ। ଏହିଭଳି ଏକ ଉଦାହରଣ ସୃଷ୍ଟି କରିବାକୁ ସେ ଇନ୍ଦୋରବାସୀ ଅପିଲ କରିଛନ୍ତି।

ସୂଚନା ଅନୁଯାୟୀ, ନଗର ନିଗମ କର୍ମଚାରୀ ଶୁକ୍ରବାର ଦିନ ସହରର ବୃଦ୍ଧ ଭିକାରୀଙ୍କୁ ଡମ୍ପରରେ ଗାଈ ଗୋରୁ ଭଳି ଉଠେଇ ଇନ୍ଦୋର-ଦେବାସ ସୀମାରେ ଛାଡି ଦେଇଥିଲେ। ଏସବୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକେ ଏସବୁକୁ ବିରୋଧ କରିଥିଲେ। ଏହାପରେ ନଗର ନିଗମ କର୍ମଚାରୀ ନିଜ ଭୁଲ ବୁଝି ପାରିଥିଲେ। ସିପ୍ରା ନଦୀ କୂଳରେ ଯେଉଁ ବୃଦ୍ଧଙ୍କୁ ଛଡା ଯାଇଥିଲା ସେମାନଙ୍କ ମଧ୍ୟରୁ କିଛି ବୃଦ୍ଧ ଚାଲିବା ସ୍ଥିତିରେ ମଧ୍ୟ ନଥିଲେ। ଗାଡିରେ ବୃଦ୍ଧମାନେ ଲଦାଲଦି ହୋଇଥିଲେ। ସେଠାରେ ଉପସ୍ଥିତ ଲୋକେ ଯେତେବେଳେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଥିଲେ ସେମାନେ ନଗର ନିଗମ କର୍ମଚାରୀଙ୍କୁ ଘେରିଥିଲେ। ଗ୍ରାମବାସୀଙ୍କ ବିରୋଧ ପରେ ନିଗମ କର୍ମଚାରୀ ପୁଣିଥରେ ଲୋକଙ୍କ ସାହାଯ୍ୟରେ ବୃଦ୍ଧଙ୍କୁ ସେହି ଗାଡିରେ ବସାଇ ପୁଣି ଇନ୍ଦୋର ନେଇ ଆସିଥିଲେ। ଏହି ଭିଡିଓ ଭାଇରାଲ ହେବାପରେ ଲୋକେ ଏହାହିଁ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନଗର ନିଗମ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିଛନ୍ତି ଓ ଇନ୍ଦୋର ବାହାରେ ପଦସ୍ଥ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts