ଗାଁ ପିଲାଙ୍କୁ ଅନଲାଇନ୍ ପାଠ ପଢିବା ପାଇଁ ସାହାଯ୍ୟ କଲେ ରିୟଲ ଲାଇଫ ହିରୋ ସୋନୁ ସୁଦ୍: ଯୋଗାଇଲେ ସ୍ମାର୍ଟଫୋନ

Published By : Prameya-News7 Bureau | August 26, 2020 IST

ମୁମ୍ବାଇ ୨୬/୦୮ : ବଲିଉଡ ଅଭିନେତା ସୋନୁ ସୁଦଙ୍କ ବଦାନ୍ୟତାକୁ ନେଇ ସାରା ଦେଶରେ ଚର୍ଚ୍ଚା | ବିଗତ ୫ ମାସ ହେଲା ଲଗାତାର ଅଭାବୀ ଓ ପ୍ରବାସୀଙ୍କୁ ସାହାଯ୍ୟ କରି ଆସୁଛନ୍ତି ସୋନୁ ସୁଦ | ଲକଡାଉନ ସମୟରେ ସେ ପ୍ରଥମେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ | ବର୍ତ୍ତମାନ ସେ ପ୍ରବାସୀଙ୍କ ଛଡା ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି | ପଞ୍ଚକୁଲାର ମୋରନି ଅଞ୍ଚଳରେ ଥିବା ଏକ ଗାଁର ଶିଶୁଙ୍କୁ ପାଠ ପଢାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସୋନୁ |

ସୋନୁ ସୁଦ ଏହି ପିଲାମାନଙ୍କୁ ସ୍ମାର୍ଟଫୋନ ଦେଇଛନ୍ତି | ଫଳରେ ପିଲାମାନେ ନିଜ ଘରେ ରହି ଅନଲାଇନ ପାଠ ପଢିବେ | ସୋନୁ ଟ୍ୱିଟ କରି କହିଛନ୍ତି, "ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ ପାଇଁ ସ୍ମାର୍ଟଫୋନ ଦେବ ସହ ତାଙ୍କ ଦିନର ଆରମ୍ଭ ବହୁତ ଭଲ ହୋଇଥିଲା | ପଢ଼େଗା ଭାରତ ତଭି ବଢ଼େଗା ଭାରତ |"

wp:core-embed/twitter {"url":"https://twitter.com/SonuSood/status/1298496211855400961","type":"rich","providerNameSlug":"twitter","className":""}
https://twitter.com/SonuSood/status/1298496211855400961
/wp:core-embed/twitter

ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ପବନ ଜୈନ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ ନଥିବାରୁ ସେମାନେ ଅନଲାଇନ କ୍ଲାସ କରି ପାରୁନାହାନ୍ତି | ଅଧିକାଂଶ ପିଲା ଚାଲି ଚାଲି ୪-୫ କିମି ଅନ୍ୟ ପିଲାଙ୍କ ଘରକୁ ଯାଇ ପାଠ ପଢ଼ିଥାନ୍ତି | ପବନ ଜୈନ କହିଛନ୍ତି ଯେତେବେଳେ ସୋନୁ ସୁଦ ଏ ସମ୍ବନ୍ଧରେ ଜାଣିବାକୁ ପାଇଲେ ସେତେବେଳେ ସେ ଚଣ୍ଡୀଗଡ଼ରେ ତାଙ୍କ ବନ୍ଧୁ କରଣ ଲୁଥରା ତାଙ୍କୁ ଯୋଗାଯୋଗ କରି ପିଲାମାନଙ୍କୁ ମୋବାଇଲ ଫୋନ ଦେଇଥିଲେ | ସେ ସୋନୁ ସୁଦଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି |

ମୋରନି ଗାଁ ହିମାଚଳ ପ୍ରଦେଶ ସୀମାରେ ରହିଛି | ଏଠାରେ ମୋବାଇଲ ନେଟୱାର୍କ ମଧ୍ୟ ଭଲ ଭାବେ ଆସେନାହିଁ | କିନ୍ତୁ ପିଲାଙ୍କ ପାଖରେ ମୋବାଇଲ ଫୋନ ନଥିବାରୁ ସେମାନେ ପାଠ ପଢି ପାରୁନଥିଲେ | ସୋନୁ ସୁଦ ଏ ସମ୍ପର୍କରେ ଜାଣିବା ପରେ ସେମାନଙ୍କ ପାଖକୁ ମୋବାଇଲ ଫୋନ ପଠାଇ ଦେଇଥିଲେ | ଯେପରିକି ସେମାନଙ୍କ ପାଠ ପଢାରେ କୌଣସି ବାଧା ନ ଉପୁଜେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.