ଦିନେ ୫୫୦୦ ଟଙ୍କା ନେଇ ଆସିଥିଲେ ମୁମ୍ବାଇ, ଆଜି ୧୩୦ କୋଟିର ମାଲିକ ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦ୍

Published By : Prameya-News7 Bureau | September 15, 2021 IST

ମୁମ୍ବାଇ ୧୫/୦୯ : ଆୟକର ବିଭାଗର ଟିମ୍ ବୁଧବାର ଫିଲ୍ମ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଛି। ଯାଞ୍ଚ ପରେ ଏହାର କାରଣ ଯାହା ବି ସାମ୍ନାକୁ ଆସିଥାଉ, କିନ୍ତୁ ବର୍ତ୍ତମାନ ସାରା ଦେଶରେ ଲୋକମାନେ ତାଙ୍କ ସମ୍ପତ୍ତି ବିଷୟରେ ଜାଣିବାକୁ ଆଗ୍ରହୀ। ସୋନୁ ସୁଦ ଦିନେ ମାତ୍ର ୫୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିଲେ। ଆଜି ଏହି ୪୮ ବର୍ଷୀୟ 'ଅଭିନେତା ୧୩୦ କୋଟି ମୂଲ୍ୟ ସମ୍ପତ୍ତିର ମାଲିକ।

{"id":512138,"sizeSlug":"full","linkDestination":"none"}

Caknowledge.com ର ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୧୧ ସୁଦ୍ଧା ସୋନୁ ସୁଦଙ୍କ ସମ୍ପତ୍ତି ୧୩୦ କୋଟି (୧୭ ମିଲିୟନ ଡ଼ଲାର)। ସୋନୁ ବର୍ତ୍ତମାନ ପତ୍ନୀ ଏବଂ ପିଲାମାନଙ୍କ ସହିତ ମୁମ୍ବାଇରେ ରହୁଛନ୍ତି। ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ପଞ୍ଜାବୀ ଫିଲ୍ମରେ ଅଭିନୟ କରିଛନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ତାଙ୍କ ରୋଜଗାରର ମୁଖ୍ୟ ଉତ୍ସ।

ସେ ପ୍ରତ୍ୟେକ ଫିଲ୍ମ ପାଇଁ ପ୍ରାୟ ୨ କୋଟି ଟଙ୍କା ଫି ନେଇଥାନ୍ତି। ଶକ୍ତି ସାଗର ପ୍ରଡକ୍ସନ୍ସ ନାମକ ତାଙ୍କର ଏକ ପ୍ରଡକ୍ସନ୍ ହାଉସ୍ ଅଛି। ଏହା ତାଙ୍କ ପିତାଙ୍କ ନାଁରେ ନାମିତ। ସୋନୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୭୦ ଟି ଫିଲ୍ମରେ କାମ କରିଛନ୍ତି। ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଫିଲ୍ମରୁ ସେ ପ୍ରତି ମାସରେ ପ୍ରାୟ ଏକ କୋଟି ଟଙ୍କା ଅର୍ଥାତ୍ ବର୍ଷକୁ ପ୍ରାୟ ୧୨ କୋଟି ଟଙ୍କା ରୋଜଗାର କରନ୍ତି।

{"id":512139,"sizeSlug":"large","linkDestination":"none"}

ସୋନୁ ନିଜ ପରିବାର ସହ ଅନ୍ଧେରୀ ଲୋଖଣ୍ଡୱାଲା ସ୍ଥିତ ୨୬୦୦ ବର୍ଗଫୁଟ 4BHK ଆପାର୍ଟମେଣ୍ଟରେ ରୁହନ୍ତି। ଏହା ବ୍ୟତୀତ ମୁମ୍ବାଇରେ ତାଙ୍କର ଆଉ ଦୁଇଟି ଫ୍ଲାଟ ମଧ୍ୟ ଅଛି। ତାଙ୍କର ନିଜ ସହର ମୋଗାରେ ମଧ୍ୟ ତାଙ୍କର ଗୋଟିଏ ବଙ୍ଗଳା ଅଛି। ଜୁହୁରେ ତାଙ୍କର ଗୋଟିଏ ହୋଟେଲ ଅଛି। ଲକଡାଉନ୍ ସମୟରେ ଆଇସୋଲେସନ କେନ୍ଦ୍ର କରିବା ପାଇଁ ସେ ଏହାକୁ ଖୋଲିଥିଲେ।

ଏହା ବ୍ୟତୀତ ସୋନୁଙ୍କ କାର ମଧ୍ୟରେ ୬୬ ଲକ୍ଷ ମୂଲ୍ୟର ମର୍ସିଡିଜ୍ ବେଞ୍ଜ୍ ML କ୍ଲାସ୍ 350 CDI, ୮୦ ଲକ୍ଷ ମୂଲ୍ୟର ଅଡି Q7 ଏବଂ ୨ କୋଟି ମୂଲ୍ୟର ପୋର୍ସ ପନାମା ମଧ୍ୟ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.