ଦର୍ଜୀ ହେଲେ ସୋନୁ ସୁଦ୍, ଖୋଲିଲେ ଓପନ୍ ଟେଲର୍ ଦୋକାନ, ଭାଇରାଲ୍ ହେଉଛି ଭିଡିଓ
16/01/2021 at 6:27 PM

ମୁମ୍ବାଇ ୧୬/୦୧ : ବଲିଉଡ୍ ଅଭିନେତା ସୋନୁ ସୁଦ୍ ଜାନୁଆରୀ ୧୬ ତାରିଖ ଦିନ ନିଜ ଟ୍ୱିଟର ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର୍ କରି ସେ ଲେଖିଛନ୍ତି, “ସୋନୁ ସୁଦ ଟେଲରିଂ ଶପ୍। ଏଠାରେ ମାଗଣାରେ ସିଲେଇ ହୋଇଥାଏ। ତେବେ ପ୍ୟାଣ୍ଟ ବଦଳରେ ଯଦି ନିକର୍ ହୋଇଯାଏ ତାର କିଛି ଗ୍ୟାରେଣ୍ଟି ଦେଇହବନି।”

୨୦ ସେକେଣ୍ଡର ଏହି ଭିଡିଓରେ ସୋନୁ ସୁଦ୍ ଦର୍ଜୀ ଭଳି ଝଟପଟ୍ ସିଲେଇ କରୁଥିବା ନଜର ଆସିଛନ୍ତି। ଭିଡିଓକୁ ଏବେ ସୁଦ୍ଧା ୨୫ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଛନ୍ତି ଏବଂ ପାଖାପାଖି ଅଢେଇ ହଜାର ୟୁଜର୍ସ ରିଟ୍ୱିଟ୍ କରିଛନ୍ତି। ହଜାର ହଜାର ପ୍ରଶଂସକ ଭିଡିଓରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସୋନୁ ସୁଦଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେଉଛି। ଏହି ଭିଡିଓକୁ ସୋନୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ସେୟାର୍ କରିଛନ୍ତି।
ସୂଚନା ଅନୁଯାୟୀ, କପଡା ବ୍ୟବସାୟ ସହ ସୋନୁ ସୁଦଙ୍କ ଖାସ ସମ୍ପର୍କ ଅଛି। ତାଙ୍କ ପିତାଙ୍କର ଶୋ’ରୁମ୍ ଥିଲା। ସେଠାରେ ସେ ବିଭିନ୍ନ ପ୍ରକାର ଫ୍ୟାବ୍ରିକ୍ ଚିହ୍ନିବା କାମ ଶିଖିଥିଲେ। ଗ୍ରାହକଙ୍କୁ କିଭଳି ହ୍ୟାଣ୍ଡଲ୍ କରାଯିବ ତାହା ମଧ୍ୟ ସେ ସେଠାରୁ ଶିଖିଥିଲେ।