Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୨୦ ହଜାର ପ୍ରବାସୀ ଶ୍ରମିକଙ୍କୁ ନୋଏଡାରେ ଘର ଅଫର୍ କଲେ ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦ୍

24/08/2020 at 5:43 PM

ମୁମ୍ବାଇ ୨୪/୦୮ : କରୋନା ମହାମାରୀ ସାରା ଦୁନିଆକୁ କବଳିତ କରିଛି | ଦେଶରେ ସଂକ୍ରମଣକୁ ବ୍ରେକ ଲାଗୁନି | ମହାମାରୀ ଯୋଗୁଁ ଗରିବ, ଶ୍ରମିକ ଓ ପ୍ରବାସୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି | ଏହି ବିପର୍ଯୟ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀଙ୍କ ପାଇଁ ଭଗବାନ ସାଜିଛନ୍ତି | ପ୍ରବାସୀଙ୍କ ଛଡା ସେ ଅନ୍ୟ ଅଭାବୀଙ୍କ ମଧ୍ୟ ଗୁହାରି ଶୁଣିଛନ୍ତି | ଲକଡାଉନ ସମୟରେ ଚାଲି ଚାଲି ଘରକୁ ଯାଉଥିବା ପ୍ରବାସୀଙ୍କୁ ସେ ବସ, ଟ୍ରେନ ଓ ବିମାନ ଯୋଗେ ସେମାନଙ୍କ ଘରକୁ ପଠାଇଥିଲେ | ଏବେ ସୁଦ୍ଧା ସୋନୁଙ୍କ ଟ୍ୱିଟର ଆକାଉଣ୍ଟରେ ଯେଉଁ ଫଟୋ ରହିଛି ସେଥିରେ ଲେଖାଯାଇଛି- ‘ଚାଲି ଚାଲି ଘର ଯିବନାହିଁ’

ନିଜର ୪୭ତମ ଜନ୍ମଦିନ ଅବସରରେ ରିୟଲ ଲାଇଫ ହିରୋ ସୋନୁ ସୁଦ ପ୍ରବାସୀଙ୍କୁ ଚାକିରୀ ଯୋଗାଇବାରେ ସାହାଯ୍ୟ କରିବେ ବୋଲି ଘୋଷଣା କରିଥିଲେ | ଏଥିପାଇଁ ସେ ‘ପ୍ରବାସୀ ରୋଜଗାର’ ନାମକ ଏକ ଆପ ଲଞ୍ଚ କରିଥିଲେ | ସୋନୁ ନିଜ ପ୍ରୟାସରେ ୫୮ ପ୍ରବାସୀଙ୍କୁ ଚାକିରୀ ଯୋଗାଇ ଦେଇଛନ୍ତି |

ସୋନୁ ପୁଣି ଏକ ବହୁତ ମହାନ କାମ କରିଛନ୍ତି | ସୋନୁ ଏହିଭଳି ଏକ ମହତ କାମ କରିଛନ୍ତି ଯାହା ସରକାର ମଧ୍ୟ ସହଜରେ କରିପାରନ୍ତି ନାହିଁ | ସୋନୁ ୨୦ ହଜାର ପ୍ରବାସୀ ଶ୍ରମିକଙ୍କୁ ନୋଏଡାରେ ଘର ଅଫର କରିଛନ୍ତି | ସେ ନିଜେ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି | ସେ ଲେଖିଛନ୍ତି, ୨୦ ହଜାର ଶ୍ରମିକଙ୍କ ପାଇଁ ଘର ତିଆରି କରିବା ପାଇଁ ନ୍ୟାସନାଲ ଏସୋସିଏସନ ଫର ଏଲିଭେସନ କଣ୍ଟ୍ରାକ୍ଟରର ଅଧ୍ୟକ୍ଷ ଲଳିତ ଠାକୁରଙ୍କ ସହ ମିଶି ସେ ୨୪ ଘଣ୍ଟା କାମ କରିବେ |

ଏହା ପୂର୍ବରୁ ସୋନୁ ସୁଦ ପ୍ରଥମଥର ପାଇଁ କହିଥିଲେ ଯେ ପ୍ରତିଦିନ କେତେ ଲୋକ ତାଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଆସିଥାନ୍ତି | ଏନେଇ ସେ ତାଲିକା ସେୟାର କରିଛନ୍ତି | ନିଜ ଟ୍ୱିଟର ଆକାଉଣ୍ଟରେ ସେ କହିଛନ୍ତି ଯେ କେତେ ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ତାଙ୍କ ପାଖକୁ ସାହାଯ୍ୟ ପାଇଁ ଆସିଥାନ୍ତି | ସୋନୁ ସୁଦ ସେୟାର କରିଥିବା ଏହି ପରିସଂଖ୍ୟାନ ଅନୁଯାୟୀ ୧୧୩୭ ଇ-ମେଲ, ୧୯ ହଜାର ଫେସବୁକ ମେସେଜ, ୪ ହଜାର ୮୧୨ ଇନ୍ସଟାଗ୍ରାମ ମେସେଜ, ୬ ହଜାର ୭୪୨ ଟ୍ୱିଟର ମେସେଜ…(ସୋମବାରର ହେଲ୍ପ ମେସେଜ) ଆଦି ଆସିଥାଏ | ଦିନକୁ ଏତିକି ଲୋକ ତାଙ୍କୁ ସାହାଯ୍ୟ ମାଗିଥାନ୍ତି | ସନଜସେବା କରି ସୋନୁ ସୁଦ ଭଗବାନ ହୋଇଯାଇଛନ୍ତି | ତାଙ୍କ ଠାରୁ ସାହାଯ୍ୟ ପାଇଥିବା ଲୋକ ତାଙ୍କୁ ପୂଜା କରୁଛନ୍ତି | ନିଜର ସମାଜସେବା ଯୋଗୁଁ ସୋନୁ ସୋସିଆଲ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି |

   Related Posts