ଲୋକଙ୍କୁ ସାହାଯ୍ୟ କରିବାକୁ ଘର ବନ୍ଧା ପକାଇଛନ୍ତି ସୋନୁ ସୁଦ୍ : କରିଛନ୍ତି ୧୦ କୋଟି ଟଙ୍କା ଋଣ

Published By : Prameya-News7 Bureau | December 09, 2020 IST

ମୁମ୍ବାଇ ୦୯/୧୨ : ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ଆଜି ଯାଏଁ ବି ସେ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି। ଅନେକ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଛି ଯେ ସୋନୁ ସୁଦ୍ କିଭଳି ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ନିକଟରେ ଏକ ରିପୋର୍ଟ ଏ ସମ୍ପର୍କରେ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ, ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାକୁ, ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ପାଇଁ, ଲୋକଙ୍କ ରହିବା ପାଇଁ ଘର ତିଆରି କରିବା, ଲୋକଙ୍କ ଚିକିତ୍ସା ପାଇଁ ସୋନୁ ନିଜର କିଛି ବହୁମୂଲ୍ୟ ଜିନିଷ ବନ୍ଧା ପକାଇଛନ୍ତି।

ସୋନୁ ସୁଦ୍ ଅଭାବୀ ଓ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ନିଜର ୮ଟି ପ୍ରପର୍ଟି ବନ୍ଧା ରଖିଛନ୍ତି। ପ୍ରପର୍ଟି ବନ୍ଧା ପକାଇ ସେ ୧୦ କୋଟି ଟଙ୍କା ଋଣ ଆଣିଛନ୍ତି ଏବଂ ଲୋକଙ୍କୁ ସାହାଯ୍ୟ କରିବାକୁ ହାତ ବଢ଼ାଇଛନ୍ତି।

{"id":375109,"width":569,"height":421,"sizeSlug":"large","linkDestination":"none"}

ମନିକଣ୍ଟ୍ରୋଲ ରିପୋର୍ଟ ଅନୁଯାୟୀ, ସୋନୁ ସୁଦ୍ ନିଜର ଦୁଇଟି ଦୋକାନ ଓ ୬ଟି ଫ୍ଲାଟ୍ ବନ୍ଧା ପକାଇ ୧୦ କୋଟି ଟଙ୍କା ଋଣ କରିଛନ୍ତି। ଏହିସବୁ ପ୍ରପର୍ଟିର ମାଲିକ ସୋନୁ ସୁଦ୍ ଓ ତାଙ୍କ ପତ୍ନୀ ସୋନାଲି। ବନ୍ଧା ପକାଇଥିବା ଦୁଇଟି ଦୋକାନ ଗ୍ରାଉଣ୍ଡ ଫ୍ଲୋରରେ ଅଛି ଏବଂ ଫ୍ଲାଟ୍ ଶିବସାଗର କୋଅପରେଟିଭ୍ ହାଉସିଂ ସୋସାଇଟିରେ ଅଛି। ଏହି ହାଉସିଂ ସୋସାଇଟି ଇସ୍କନ୍ ମନ୍ଦିର ପାଖରେ ଏବି ନାୟର ରୋଡରେ ରହିଛି।

ଦସ୍ତାବିଜ ଅନୁସାରେ ୧୦ କୋଟି ଟଙ୍କାର ଋଣ ପାଇଁ ୫ ଲକ୍ଷ ଟଙ୍କା ପଞ୍ଜିକରଣ ଶୁଳ୍କ ଦିଆଯାଇଛି। ତେବେ ସୋନୁ ସୁଦଙ୍କ ତରଫରୁ ଏହି ଖବରକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, ସୋନୁ ସୁଦ ଲକଡାଉନ ସମୟରୁ ଅଭାବୀଙ୍କୁ ଲଗାତାର ସାହାଯ୍ୟ କରୁଛନ୍ତି। ସେ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତି। ଟ୍ୱିଟର ମାଧ୍ୟମରେ ଲୋକେ ତାଙ୍କୁ ସାହାଯ୍ୟ ମାଗିଥାନ୍ତି ଏବଂ ସେ ସାହାଯ୍ୟ କରିଥାନ୍ତି। ତାଛଡା ସେ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.