ଟୋଲଫ୍ରି ନମ୍ବର ଜାରି କଲେ ରିୟଲ ଲାଇଫ ହିରୋ : ପ୍ରବାସୀ ଶ୍ରମିକଙ୍କୁ କହିଲେ - 'ପୁଣି ଫେରି ଆସିବ'

Published By : Prameya-News7 Bureau | May 27, 2020 IST

ମୁମ୍ବାଇ ୨୭/୦୫ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଭିଲିଆନ ସୋନୁ ସୁଦ ବର୍ତ୍ତମାନ ମୁମ୍ବାଇରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ଫେରିବାରେ ସାହାଯ୍ୟ କରି ରିୟଲ ଲାଇଫ ହିରୋ ସାଜିଛନ୍ତି | ଫିଲ୍ମରେ ସବୁବେଳେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ଏହି କଳାକାରଙ୍କ ହୃଦୟ ସତରେ ବହୁତ ବଡ | ଅଭାବୀ ଶ୍ରମିକ ଓ ପ୍ରବାସୀଙ୍କୁ ସାହାଯ୍ୟ କରିବାରେ ସେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି | ସେ ଲଗାତାର ବସ ଯୋଗେ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ଫେରିବାରେ ସାହାଯ୍ୟ କରୁଛନ୍ତି | ସୋନୁଙ୍କ ଏହି କାମ ପାଇଁ କେବଳ ବଲିଉଡ ନୁହେଁ ବରଂ ସାରା ଦେଶ ତାଙ୍କ ପାଇଁ ଗର୍ବିତ | ଏପରିକି ଟ୍ୱିଟର ସାହାଯ୍ୟ ଲୋକଙ୍କ ଯୋଗାଯୋଗ କରୁଛନ୍ତି | ଯିଏ ତାଙ୍କୁ ସାହାଯ୍ୟ ମାଗୁଛି ସେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି |

{"id":276909,"sizeSlug":"large"}

ବର୍ତ୍ତମାନ ଏହି ରିୟଲ ଲାଇଫ ହିରୋ ଏହି କାମକୁ ଆହୁରି ଭଲ ଭାବେ ସମ୍ପାଦନା କରିବାକୁ ଏକ ଟୋଲଫ୍ରି ନମ୍ବର ଜାରି କରିଛନ୍ତି | ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି | ସେ ପ୍ରତିଦିନ ହଜାର ହଜାର ଶ୍ରମିକଙ୍କୁ ବସ ଯୋଗେ ସେମାନଙ୍କ ଗାଁକୁ ପଠାଉଛନ୍ତି | ବୁଧବାର ଦିନ କିଛି ବସ ପ୍ରବାସୀ ଶ୍ରମିକଙ୍କୁ ନେଇ ବିହାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି | ଯାତ୍ରୀମାନେ ସୋନୁଙ୍କୁ ଧନ୍ୟବାଦ ଜଣାଇ ନିଜ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ | ତେବେ ଗଲାବେଳେ ଯାତ୍ରୀଙ୍କୁ ପୁଣି ଶୀଘ୍ର ଫେରି ଆସିବାକୁ ସୋନୁ ଅପିଲ କରିଥିଲେ |

{"id":276910,"width":568,"height":378,"sizeSlug":"large"}

ଟୋଲଫ୍ରି ନମ୍ବର ସମ୍ପର୍କରେ ସୋନୁ କହିଛନ୍ତି ଯେ ପ୍ରତିଦିନ ତାଙ୍କ ପାଖକୁ ହଜାର ହଜାର ଫୋନ କଲ ଆସୁଛି | ତାଙ୍କ ପରିବାର ଓ କିଛି ବନ୍ଧୁ ତାଙ୍କୁ ଏହି କାମରେ ସହଯୋଗ କରୁଛନ୍ତି | ଲୋକଙ୍କ ଡାଟା ଏକାଠି କଲାବେଳେ ସେ ଦେଖିଲେ ଯେ ଅନେକ ଲୋକ ତାଙ୍କ ପାଖକୁ ପହଞ୍ଚି ପାରୁନାହାନ୍ତି | ସେଥିପାଇଁ ସେମାନେ କଲ ସେଣ୍ଟର ଖୋଲିବାକୁ ଚିନ୍ତା କଲେ | ଏହାପରେ ଏକ ଟୋଲଫ୍ରି ନମ୍ବର ଜାରି କଲେ | ତାଙ୍କର ଏକ ଟିମ ରହିଛି ଯିଏ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ କରୁଛି | ତେବେ ସେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି |

{"id":276916,"sizeSlug":"large"}

ବସରେ ଯାତ୍ରୀଙ୍କୁ ପଠାଇବା ପୂର୍ବରୁ ପୁରା ବସକୁ ଭଲ ଭାବେ ସାନିଟାଇଜ କରାଯାଇଥାଏ | ଏହାପରେ ସମସ୍ତ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ | ସୋନୁ ନିଜେ ବସ ପାଖରେ ଉପସ୍ଥିତ ରହି ସବୁ ତଦାରଖ କରନ୍ତି ଏବଂ ଯାତ୍ରୀଙ୍କୁ ପଠାନ୍ତି | ଏବେ ସୁଦ୍ଧା ସେ ମୁମ୍ବାଇରୁ ୧୨ ହଜାର ଲୋକଙ୍କୁ ବିହାର, ଝାରଖଣ୍ଡ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଆଦି ରାଜ୍ୟକୁ ପଠାଇ ସାରିଛନ୍ତି |

wp:core-embed/twitter {"url":"https://twitter.com/i/status/1265549483456299014","type":"rich","providerNameSlug":"twitter","className":""}
https://twitter.com/i/status/1265549483456299014
/wp:core-embed/twitter

ସୋନୁଙ୍କ ଏହି କାମକୁ ଅଜୟ ଦେବଗନ ତାଙ୍କର ଖୁବ ପ୍ରଶଂସା କରିଛନ୍ତି | ଏନେଇ ସେ ଟ୍ୱିଟ କରି କହିଛନ୍ତି ଯେ, ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାର ଯେଉଁ ସାମ୍ବଦାନଶୀଳ କାମ ଆପଣ କରୁଛନ୍ତି ତାହା ସତରେ ବହୁତ ପ୍ରଶଂସନୀୟ ଏବଂ ଅନୁକରଣୀୟ | ଆପଣଙ୍କ ଉପରେ ସବୁବେଳେ ଭଗବାନଙ୍କ ଆଶୀର୍ବାଦ ଥାଉ | ଅଜୟ ଦେବଗନଙ୍କ ଟ୍ୱିଟର ଜବାବରେ ସୋନୁ ତାଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, 'ଭାଇ ଧନ୍ୟବାଦ, ଆପଣଙ୍କ ଶବ୍ଦ ମୋତେ ଆହୁରି ସାହସ ଯୋଗାଇଛି | ସମସ୍ତଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ମିସାଇବାକୁ ପୁରା ଚେଷ୍ଟା କରିବି |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.