ଦେଶର ସବୁଠାରୁ ବଡ ଟୀକାକରଣ ଅଭିଯାନ 'ସଞ୍ଜିବନୀ'ରେ ସାମିଲ ହେଲେ ରିୟଲ୍ ଲାଇଫ୍ ହିରୋ: ଅଟାରି ବର୍ଡ଼ରରୁ କରିବେ ଫ୍ଲାଗ୍ ଅଫ୍

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୦୫/୦୪ : ଲୋକଙ୍କ ପାଇଁ ରିଲ୍ ଲାଇଫରୁ ରିୟଲ୍ ଲାଇଫ୍ ହିରୋ ହୋଇଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ଭାଇରସ୍ ବିରୋଧରେ Network 18 ଗ୍ରୁପର ଭାରତର ସବୁଠାରୁ ବଡ ଟିକାକରଣ ଅଭିଯାନ 'ସଞ୍ଜିବନୀ' ସହ ଯୋଡି ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ (World health day) ଅର୍ଥାତ ଏପ୍ରିଲ ୭ ତାରିଖରେ ସୋନୁ ସୁଦ ଅଟାରି ବର୍ଡ଼ରରୁ ଫ୍ଲାଗ୍ ଅଫ୍ କରିବେ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ପୋଷ୍ଟ ସେୟାର କରି କହିଛନ୍ତି, "କୋଭିଡ୍-୧୯ ବିରୋଧରେ ଭାରତ ସବୁଠାରୁ ବଡ ଟିକାକରଣ ଅଭିଯାନ ସଞ୍ଜିବନୀ ସହ ଜଡିତ ହୋଇ ମୁଁ ବହୁତ ଗର୍ବିତ।"

wp:html
/wp:html

ନିକଟରେ ସୋନୁ ସୁଦଙ୍କୁ ଫୋର୍ବ୍ସ ତରଫରୁ ଲିଡରସିପ୍ ଆୱାର୍ଡ ୨୦୨୧ ଦିଆଯାଇଥିଲା। ତାଙ୍କୁ କୋଭିଡ୍ ହିରୋ କୁହାଯାଉଛି। ଟ୍ରଫି ଏକ ଫଟୋ ସେୟାର କରି ଆୱାର୍ଡ ପାଇଁ ଧନ୍ୟବାଦ ଜଣାଇଛନ୍ତି। କୋଭିଡ ଯୋଗୁଁ ସୋନୁ ସୁଦ ଭର୍ଚୁଆଲ୍ ତରିକାରେ ଆୱାର୍ଡ ଗ୍ରହଣ କରିଥିଲେ।

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନରେ ପ୍ରବାସୀ ଶ୍ରମିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ। ଅସହାୟ ପ୍ରବାସୀଙ୍କୁ ନିଜ ଘରକୁ ଫେରିବାକୁ ସୋନୁ ସୁଦ ସାହାଯ୍ୟ କରିଥିଲେ। ଲୋକଙ୍କୁ ସାହାଯ୍ୟ କରିବା ସିଲସିଲା ଏବେ ମଧ୍ୟ ଜାରି ରହିଛି। ସେ ଏବେ ବି ନିଜ ଦ୍ୱାରା ଯେତିକି ସମ୍ଭବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ରୋଗୀଙ୍କୁ ଅପରେସନ ପାଇଁ ମଧ୍ୟ ସେ ସାହାଯ୍ୟ କରୁଛନ୍ତି। ଏପରିକି ଅପହଞ୍ଚ ଅଞ୍ଚଳରେ ପିଲାଙ୍କୁ ପାଠ ପଢା ପାଇଁ ମଧ୍ୟ ସେ ସାହାଯ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.