Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଲକ୍‌ଡାଉନ୍ ଯୋଗୁଁ ଚାଲିଗଲା ଚାକିରୀ, ବାଧ୍ୟ ହୋଇ ପରିବା ବିକୁଥିଲେ ସଫ୍ଟୱେୟାର୍ ଇଞ୍ଜିନିୟର୍: ଯୁବତୀଙ୍କୁ ଚାକିରୀ ଦେଲେ ସୋନୁ ସୁଦ୍

28/07/2020 at 11:49 AM

ମୁମ୍ବାଇ ୨୮/୦୭ : କରୋନା ମହାମାରୀ ସମୟରେ ହଠାତ ଲକଡାଉନ ଜାରି ହେବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ପ୍ରବାସୀ ଶ୍ରମିକ | ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ସେତେବେଳେ ଆଗେଇ ଆସିଥିଲେ ବଲିଉଡ ଜଗତର ଭିଲେନ ସୋନୁ ସୁଦ | ଫିଲ୍ମରେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ସୋନୁ ରିୟଲ ଲାଇଫରେ ଏହି ଶ୍ରମିକଙ୍କ ପାଇଁ ଭଗବାନ ସାଜିଗଲେ | ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ ଆଜି ସାରା ଦେଶରେ ହୃଦୟ ଜିତିଛନ୍ତି | ଲକଡାଉନରେ ଲୋକେ ତାଙ୍କ ଅସଲ ଚେହେରା ଦେଖିଛନ୍ତି | ସେ ଜଣେ ହୃଦୟବାନ ଓ କୃପାଳୁ ବ୍ୟକ୍ତି ଏହା କରୋନା ଦେଖାଇଦେଇଛି | ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଏବେ ସୁଦ୍ଧା କରୁଛନ୍ତି | ଆଗକୁ ମଧ୍ୟ ଲୋକଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବେ ବୋଲି ସେ କହିଛନ୍ତି | ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ମଧ୍ୟ ସୋନୁ ସାହାଯ୍ୟ କରିଛନ୍ତି |  

ଯୁବତୀ ଜଣକ କରୋନା ଯୋଗୁଁ ନିଜ ଚାକିରୀ ହରେଇଥିଲେ | କିଛି ଦିନ ଯେମିତି ସେମିତି ଗୁଜୁରାଣ କରିନେଲେ | କିନ୍ତୁ ପରେ ସମସ୍ୟା ହେବାରୁ ସେ ବାଧ୍ୟ ହୋଇ ପନିପରିବା ବିକ୍ରି କରିବା ଆରମ୍ଭ କରିଥିଲେ | ସୋନୁ ସୁଦ ଏ କଥା ଜାଣିବା ପରେ ଚାକିରୀ ଦେବା ପାଇଁ ଯୁବତୀଙ୍କ ଇଣ୍ଟରଭ୍ୟୁ ନେଇଥିଲେ | ବର୍ତ୍ତମାନ ସେ ଯୁବତୀଙ୍କୁ ଚାକିରୀ ପାଇଁ ଲେଟର ପଠେଇଛନ୍ତି | ଏହି ସଫ୍ଟୱେୟାର ଇଞ୍ଜିନିୟରଙ୍କ ଏକ ଭିଡିଓ ଟ୍ୱିଟରରେ ସେୟାର କରାଯାଇଥିଲା | କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନରେ ତାଙ୍କ ଚାକିରୀ ଚାଲିଯାଇଛି ବୋଲି ଟ୍ୱିଟରେ କୁହାଯାଇଥିଲା | ଜଣେ ୟୁଜର ଏହି ଭିଡିଓରେ ସୋନୁ ସୁଦଙ୍କୁ ତ୍ୟାଗ କରି ଲେଖିଥିଲେ ଯେ, ଡ଼ିଅର ସୋନୁ ସୁଦ, ଇଏ ହେଉଛନ୍ତି ସାରଦା, ଯାହାକୁ କୋଭିଡ କ୍ରାଇସେସ ପାଇଁ @VirtusaCorp ଚାକିରୀରୁ ବାହାର କରିଦେଇଛି | କିନ୍ତୁ ସେ ହାର ନ ମାନି ନିଜ ପରିବାର ପାଇଁ ପରିବା ବିକିବା ଆରମ୍ଭ କରିଛନ୍ତି | ଦେଖନ୍ତୁ, ଯଦି ଆପଣ କିଛି ସାହାଯ୍ୟ କରିପାରିବେ | ଆଶା କରୁଛି ଆପଣ ଜବାବ ଦେବେ |’

ସୋନୁ ସୁଦ ୟୁଜରଙ୍କ ଏହି ଅପିଲର ଜବାବରେ ଲେଖିଥିଲେ, ମୋ ଅଧିକାରୀ ତାଙ୍କୁ ସାକ୍ଷାତ କରିବେ | ଇଣ୍ଟରଭ୍ୟୁ ହୋଇଯାଇଛି ଓ ସାରଦାଙ୍କୁ ଚାକିରୀ ମଧ୍ୟ ମିଳିସାରିଛି | ଜୟ ହିନ୍ଦ |’

ଲକଡାଉନ ସମୟରେ ଅନେକ ପ୍ରବାସୀଙ୍କୁ ସୋନୁ ସୁଦ ସେମାନଙ୍କୁ ଘରକୁ ପଠେଇଥିଲେ | ଚଳିତ ମାସ ଆରମ୍ଭରେ ସୋନୁ ପ୍ରବାସୀଙ୍କ ସାହାଯ୍ୟ ପାଇଁ ସେମାନଙ୍କୁ ଚାକିରୀ ଦେବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି | ପ୍ରବାସୀ ରୋଜଗାର ନାମକ ଏହି କାର୍ଯ୍ୟକ୍ରମ ଜରିଆରେ ସେ ଅନେକ ଅଭାବୀ ଓ ଆବଶ୍ୟକୀୟଙ୍କ ଚାକିରୀ କରାଇବାକୁ ଚେଷ୍ଟା କରୁଛନ୍ତି | 

   Related Posts