ଅଭିନେତାରୁ ସମାଜ ସେବୀ ବନିଥିବା ସୋନୁ ସୁଦଙ୍କ ପୁଣି ଏକ ବଡ଼ ନିଷ୍ପତ୍ତି : ଟ୍ବିଟରରେ ୩ଅନାଥ ଶିଶୁଙ୍କ ସମ୍ପର୍କରେ ଜାଣି ନେଲେ ପିଲାଙ୍କ ସମ୍ପୂର୍ଣ୍ଣ ଦାୟିତ୍ବ

Published By : Prameya-News7 Bureau | August 01, 2020 IST

ମୁମ୍ବାଇ ୧/୮: ଅଭିନେତା ସୋନୁ ସୁଦ ଏବେ କେବଳ ଅଭିନେତା ହୋଇ ନାହାନ୍ତି। ସେ ଜଣେ ସମାଜସେବୀ ମଧ୍ୟ ହୋଇଯାଇଛନ୍ତି ଯିଏ ସମାଜରେ ସବୁ ପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ ରୁହନ୍ତି। ଏବେ ଏପରି ପରିସ୍ଥିତି ହୋଇଗଲାଣି ଯେ ଅ​‌ନେକ ଥର ଲୋକ ସାହାଯ୍ୟ ପାଇଁ କୌଣସି ଏନଜିଓଙ୍କୁ ନୁହେଁ ବରଂ ସିଧା ସୋନୁଙ୍କୁ ସାହାଯ୍ୟ ମାଗୁଛନ୍ତି। ସୋନୁ ସୁଦ ସୋସିଆଲ୍ ମିଡିଆ ଜରିଆରେ ସମସ୍ତଙ୍କ ସାହାଯ୍ୟ କରୁଛନ୍ତି।

ଏବେ ସୋନୁ ସୁଦ ୩ଜଣ ଅନାଥ ଶିଶୁଙ୍କ ସହାୟତା ପାଲଟିଛନ୍ତି। ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ୩ଅନାଥ ଶିଶୁଙ୍କ ସୂଚନା ଦେଇଥିଲେ। କୁହାଯାଇଥିଲା ଯେ ଏହି ୩ଶିଶୁ ନିଜ ବାପା-ମାଆ ହରାଇଛନ୍ତି। ଏମାନଙ୍କର କେହି ବଡ଼ ଭାଇ ନାହାନ୍ତି କି ଏପରି କେହି ନାହାନ୍ତି ଯେଉଁମାନେ ଏମାନଙ୍କ ଦେଖାଶୁଣା କରିବେ। ଏହି ପିଲାମାନେ ଆପଣଙ୍କ ସାହାଯ୍ୟ ଚାହୁଁଛନ୍ତି। ଏମାନଙ୍କୁ ସାହାଯ୍ୟ କରନ୍ତୁ। ଅଭିନେତା​‌ ସୋନୁ ସୁଦ ବିଳମ୍ବ ନକରି ଘୋଷଣା କରି ଦେଇଥିଲେ ଯେ ଏବେ ଏହି ୩ପିଲା ଅନାଥ ନୁହେଁ। ସେ ଟ୍ବିଟ୍ କରି କହିଛନ୍ତି ଯେ ଏବେ ଏହି ପିଲା ଅନାଥ ନୁହେଁ। ଏମାନଙ୍କ ସମସ୍ତ ଦାୟିତ୍ବ ସେ ନେଉଛନ୍ତି।

ସୋନୁ ସୁଦଙ୍କ ଏହି ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେ ଲଗାତାର ସମସ୍ତଙ୍କୁ ମନ ଖୋଲି ସାହାଯ୍ୟ କରୁଛନ୍ତି ଏବଂ ସେବା କରିବାରେ ବିଶ୍ବାସ ରଖନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.