Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

‘ବାପା ମାଆଙ୍କୁ କୁହ ନୂଆ ଗୋଡ଼ ମିଳିଯିବ’ : ଦୁର୍ଘଟଣାରେ ଗୋଡ଼ ହରାଇଥିବା ଯୁବକଙ୍କୁ ସାହାଯ୍ୟ କଲେ ସୋନୁ ସୁଦ

18/09/2020 at 4:39 PM

ମୁମ୍ବାଇ ୧୮/୯: ଅଭିନେତା ସୋନୁ ସୁଦ କେବଳ ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କ ସାହାଯ୍ୟ କରୁଛନ୍ତି ଏବଂ କେବଳ ପ୍ରବାସୀ ଶ୍ରମିକଙ୍କ ଉପରେ ଜୋର ଦେଉଛନ୍ତି,ତେବେ ଏପରି ବିଲକୁଲ ନାହିଁ। ସୋନୁ ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କାହାକୁ ବହି ଦେଉଛନ୍ତି ତ କାହା ପାଇଁ ଘରର ବ୍ୟବସ୍ଥା କରୁଛନ୍ତି। ଏବେ ସୋନୁଙ୍କ ଯୋଗୁଁ ଜଣେ ଯୁବକଙ୍କୁ ନୂଆ ଗୋଡ଼ ମିଳିବାକୁ ଯାଉଛି।

 ସୋନୁଙ୍କୁ ସୋସିଆଲ୍ ମିଡିଆରେ ଜଣେ ଯୁବକ ନିଜ ଦୁଃଖ କଥା କହିଥିଲେ। ଯୁବକ କହିଥିଲେ ଯେ ସେ ଦୁର୍ଘଟଣାରେ ତାଙ୍କର ଏକ ଗୋଡ଼ ହରାଇଛନ୍ତି ଏବଂ ତାଙ୍କ ପାଖରେ ଏତେ ଟଙ୍କା ନାହିଁ ଯେ ସେ ଅପରେସନ କରିପାରିବେ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ବାପା-ମାଆ ଦର୍ଜି। ଏପରି କ୍ଷେତ୍ରରେ ତାଙ୍କ ପାଖରେ ବି ଏତେ ଟଙ୍କା ନାହିଁ। ଏବେ ସୋନୁ ବିଳମ୍ବ ନକରି କେବଳ ଗୋଟିଏ ଟ୍ବିଟ୍ କରିଥିଲେ ଏବଂ ଯୁବକଙ୍କ ସମସ୍ତ ଚିନ୍ତା ଦୂର କରି ଦେଇଥିଲେ। ସୋନୁ ଟ୍ବିଟ୍ କରି ଲେଖିଥିଲେ ଯେ ଆପଣଙ୍କୁ ଏହି ସପ୍ତାହରେ ନୂଆ ଗୋଡ଼ ମିଳିବାକୁ ଯାଉଛି। ନିଜ ବାପା-ମାଆଙ୍କୁ କହି ଦିଅନ୍ତୁ। ସୋନୁଙ୍କ ଏହି ଟ୍ବିଟ୍ ସୋସିଆଲ୍ ମିଡିଆରେ ତୁରନ୍ତ ଭାଇରାଲ୍ ହୋଇ ଯାଇଥିଲା। ଅଭିନେତା ଏହି ଅନ୍ଦାଜରେ ସାହାଯ୍ୟ କରି ସମସ୍ତଙ୍କ ମନ ଜିତୁଛନ୍ତି। ଲୋକେ ସୋନୁଙ୍କୁ ନିଜ ଭଗବାନ ମାନୁଛନ୍ତି।

 ଏହା ପୂର୍ବରୁ ମଧ୍ୟ ସୋନୁ କାହା ମାଙ୍କ ଚିକିତ୍ସା କରାଇଛନ୍ତି ତ ଶିଶୁର ସଫଳ ହାର୍ଟ ସର୍ଜରି କରାଇଛନ୍ତି। ସୋନୁଙ୍କ ପାଖରେ ଯାହା କିଛି ସୀମିତ ସାଧନ ରହିଛି ସେ ତାହା ଦ୍ବାରା ସମସ୍ତଙ୍କ ସାହାଯ୍ୟ କରୁଛନ୍ତି। ସେ ଏବେ ନିଜ ସ୍କଲାରଶିପ୍ ପ୍ରୋଗ୍ରାମ୍ ମଧ୍ୟ ଆରମ୍ଭ କରି ଦେଇଛନ୍ତି।

   Related Posts