ରାଜ୍ୟସ୍ତରୀୟ କ୍ରିକେଟରଙ୍କୁ ସାହାଯ୍ୟ କଲେ ସୋନୁ ସୁଦ : ୨୦୦% କଳ୍କି ଅବତାର ବୋଲି କହିଲେ ଫ୍ୟାନ୍
4/09/2020 at 11:56 AM

ମୁମ୍ବାଇ ୪/୯: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ତାଙ୍କ ହେଲ୍ପିଂ ନେଚର ଯୋଗୁଁ ଲୋକଙ୍କଠାରୁ ଖୁବ୍ ସମ୍ମାନ ମିଳୁଛି। ଏପରିକି ସରକାର ମଧ୍ୟ ସୋନୁ ସୁଦଙ୍କୁ ଡକାଇ ତାଙ୍କ ପ୍ରଶଂସା କରିଥିଲେ। ଲକଡାଉନରେ ସୋନୁ ସୁଦ ନିଜ ପରୋପକାରୀ ଗୁଣ ଯୋଗୁଁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏବେ ପୁଣି ଥରେ ସୋନୁ ସୁଦଙ୍କ ଉଦାରତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।

ସୋନୁ ସୁଦ ଟ୍ବିଟରରେ ବେଶ୍ ସକ୍ରିୟ ଅଛନ୍ତି ଏବଂ ସେଠାରେ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। କାହାକୁ ଘରକୁ ପହଞ୍ଚାଇବା ହେଉ,ଅଭାବୀଙ୍କୁ ସାହାଯ୍ୟ କରିବା ହେଉ କିମ୍ବା ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇବା ହେଉ,ସୋନୁ ସୁଦ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି। ନିକଟରେ ସେ ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇବାର ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏବେ ନିକଟରେ ସୋନୁ ସୁଦ ଜଣେ କ୍ରିକେଟରଙ୍କ ସାହାଯ୍ୟ କରିଛନ୍ତି।
ଧିରଜ ସିଂହ ନାମକ ଜଣେ ବ୍ୟକ୍ତି ଟ୍ବିଟରରେ ସୋନୁ ସୁଦଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି- ଭାଇ ମୁଁ ଡିସାବଲ୍ ସାଇଡରୁ ରାଜ୍ୟ ପାଇଁ କ୍ରିକେଟ ଖେଳେ। ମୁଁ ଉପର ସ୍ତରରେ ଖେଳିବାକୁ ଚାହୁଁଛି। କ’ଣ ଆପଣ ମୋତେ ସିଜନ୍ ବଲରେ ଖେଳିବା ପାଇଁ ମଜବୁତ ବ୍ୟାଟ୍ ଦେଇ ପାରିବେ ଯେଉଁଥିରେ ଆପଣଙ୍କ ଅଟୋଗ୍ରାଫ ଥିବ। ପ୍ଲିଜ ସୋନୁ ଭାଇ। ମୁଁ ମଧ୍ୟବିତ୍ତ ଘରର ଏବଂ ବ୍ୟାଟର ମୂଲ୍ୟ ୧୦ହଜାରରୁ ଅଧିକ।

ସୋନୁ ସୁଦ ତୁରନ୍ତ ବ୍ୟକ୍ତିକୁ ଜବାବ ଦେଇ କହିଥିଲେ ଯେ – ‘ପହଞ୍ଚି ଯିବ,ଠିକଣା ପଠାଅ।’ ସୋନୁ ସୁଦଙ୍କ ଏହି ଉତ୍ତର ପୁଣି ଥରେ ପ୍ରଶଂସକଙ୍କୁ ତାଙ୍କ ଦିଓ୍ବାନା କରି ଦେଇଥିଲା। ସମସ୍ତେ ତାଙ୍କର ଭୂୟସୀ ପ୍ରଶଂସା କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଥିଲେ-ସୋନୁ ଭାଇନା ଆପଣ ନିଜ ID ଚେକ୍ କରନ୍ତୁ। ମୋତେ ଜଣା। ୨୦୦% ଆପଣ କଳ୍କି ଅବତାର।

ଲକଡାଉନ ଫେଜରେ ସୋନୁ ସୁଦଙ୍କଠୁ ଲୋକେ ଏତେ ପ୍ରଭାବିତ ହୋଇଛନ୍ତି ଯେ ବିହାରରେ ତାଙ୍କର ମନ୍ଦିର ମଧ୍ୟ ନିର୍ମାଣ ହେବାକୁ ଯାଉଥିଲା। କିନ୍ତୁ ସୋନୁ ସୁଦ ଏପରି ନକରିବାକୁ ପରାମର୍ଶ ଦେଇଥିଲେ।
