Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମନ ଜିତିବାରେ ଉସ୍ତାଦ୍ ସୋନୁ ସୁଦ୍ କରିବାକୁ ଯାଉଛନ୍ତି ଆଉ ଏକ ମହତ କାମ: ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଫିଲିପାଇନ୍ସରୁ ଭାରତକୁ ଆଣିବେ ୩୯ ଶିଶୁ

14/08/2020 at 12:26 PM

ମୁମ୍ବାଇ ୧୪/୦୮ : ହଜାର ହଜାର ଲୋକଙ୍କୁ ନିଃସ୍ୱାର୍ଥପର ଭାବେ ସାହାଯ୍ୟ କରି ଜନତାଙ୍କ ପ୍ରିୟ ସାଜିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ | ଜାତି, ଧର୍ମ, ବର୍ଣ୍ଣ ସବୁରୀ ଆଗରେ ମାନବ ସେବା | ମାନବ ସେବା ପରମ ଧର୍ମ ଏହାକୁ ପ୍ରମାଣ କରିଛନ୍ତି ସୋନୁ | କେବଳ ଯେ ଦେଶରେ ତାହା ନୁହେଁ ବରନଗ ଦେଶ ବାହାରେ ଥିବା ଅନେକ ଭାରତୀୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସୋନୁ ସୁଦ | କରୋନା ମହାମାରୀ ସମୟରେ ଯେତେବେଳେ ନେତା, ରାଜନେତା, ଅଭିନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଘରେ ବସି ରହିଛନ୍ତି ସେହିଭଳି ସମୟରେ ଘରୁ ବାହାରି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସୋନୁ | ଯିଏ ଯେଉଁଠି ଥାଉ ନା କାହିଁକି ସାହାଯ୍ୟ ମାଗିଲେ ସୋନୁ ସଙ୍ଗେସଙ୍ଗେ ହାତ ବଢ଼ାଇ ଦେଉଛନ୍ତି | ବର୍ତ୍ତମାନ ସୋନୁ ଆଉ ଏକ ମହତ କାମ କରିବାକୁ ଯାଉଛନ୍ତି | ଫିଲିପାଇନ୍ସରୁ ୩୯ ଶିଶୁଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଅପରେସନ ପାଇଁ ଭାରତକୁ ଆଣୁଛନ୍ତି |

ସୋନୁ ସୁଦ କହିଛନ୍ତି ଯେ ଲିଭର ଟ୍ରାନ୍ସପ୍ଲାଣ୍ଟ ଅପରେସନ ପାଇଁ ୩୯ ଶିଶୁଙ୍କୁ ଫିଲିପାଇନ୍ସରୁ ନୂଆଦିଲ୍ଲୀ ଆଣିବାକୁ ବ୍ୟବସ୍ଥା କରିବେ | ଏହି ଶିଶୁମାନଙ୍କ ବୟସ ବର୍ଷେରୁ ୫ ବର୍ଷ ମଧ୍ୟରେ ରହିଛି | ଫିଲିପାଇନ୍ସର ଅନେକ ଶିଶୁ ଲିଭର ରୋଗରେ ପୀଡିତ ଅଛନ୍ତି | କରୋନା ମହାମାରୀ ଯୋଗୁଁ ଅପରେସନ ପାଇଁ ଦିଲ୍ଲୀ ଆସିବାକୁ ଏହି ଶିଶୁମାନେ ଅସମର୍ଥ ଥିଲେ | ସୋନୁ ଟ୍ୱିଟ କରି କହିଛନ୍ତି, ‘ଏହି ବହୁମୂଲ୍ୟ ଜୀବନଗୁଡିକୁ ବଞ୍ଚାଇବାର ଅଛି | ଆଗାମୀ ଦୁଇ ଦିନରେ ୩୯ ଶିଶୁ ଭାରତ ଆସିବେ |’

ସୋନୁ ସୁଦଙ୍କ ଏହି ମହତ କାମ ପାଇଁ ସୋସିଆଲ ମିଡ଼ିଆରେ ଲୋକେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି | ନିକଟରେ ଜଣେ ଛାତ୍ର ୟୁପିଏସସି ବହି କିଣିବାରେ ତାଙ୍କୁ ସାହାଯ୍ୟ କରିବାକୁ ସୋନୁଙ୍କୁ ଟ୍ୱିଟ କରି କହିଥିଲେ | କାରଣ ବହି ବିନା ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେଇପାରିବ ନେହିଁ | ସେଥିପାଇଁ ସେ ସୋନୁଙ୍କୁ ସାହାଯ୍ୟ ମାଗିଥିଲେ | ଛାତ୍ରଙ୍କ ଟ୍ୱିଟରେ ରିଟ୍ୱିଟ କରି ସୋନୁ ତାଙ୍କୁ ତାଙ୍କର ଠିକଣା ମାଗିଥିଲେ ଏବଂ କହିଥିଲେ ବହି ଆପଣଙ୍କ ଘର ଦ୍ୱାର ଯାଏଁ ପହଞ୍ଚିଯିବ |

କରୋନା ଓ ଲକଡାଉନ ସମୟରେ ସୋନୁ ସୁଦ ଯେଉଁ ମହାନ କାମ କରିଛନ୍ତି ସେଥିପାଇଁ ଲୋକେ ତାଙ୍କୁ ଭଗବାନ ମାନୁଛନ୍ତି | କୁହାଯାଏ ଯେତେବେଳେ ଆବଶ୍ୟକ ପଡେ ଭଗବାନ ନିଜେ ଆସନ୍ତିନି, ନିଜର ଜଣେ ଅନୁଗାମୀଙ୍କୁ ପଠାନ୍ତି ସାହାଯ୍ୟ କରିବାକୁ | ବୋଧହୁଏ ସୋନୁ ସୁଦ ଭଗବାନଙ୍କ ସେହି ଅନୁଗାମୀ ଯିଏ ଏହିଭଳି ସଙ୍କଟ ସମୟରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି | 

   Related Posts