ଆହତ ଯୁବତୀଙ୍କ ଚିକିତ୍ସା ପାଇଁ ହାତ ବଡ଼ାଇଲେ ସୋନୁ ସୁଦ୍, ଲଗାତାର ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ଅଭିନେତା

Published By : Prameya-News7 Bureau | October 24, 2020 IST

ଭଦୋହୀ ୨୪/୧୦ : ବଲିଉଡ ଅଭିନେତା ସୋନୁ ସୁଦ ଲକଡାଉନ୍ ଠାରୁ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛନ୍ତି। ଫିଲ୍ମରେ ସର୍ବଦା ଖଳନାୟକ ଭୂମିକାରେ ନଜର ଆସୁଥିବା ସୋନୁ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ଗରିବ ଅସହାୟଙ୍କ ଭଗବାନ ସାଜିଛନ୍ତି। ଲକଡାଉନ୍ ସମୟରେ ହଜାର ହଜାର ଅସହାୟ ପ୍ରବାସୀଙ୍କୁ ନିଜ ଭିଟାମାଟିକୁ ଯିବା ପାଇଁ ସାହାଯ୍ୟ କରିବା ସହ ବିଦେଶରୁ ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିଥିଲେ। ଏହାପରେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ପାଠ ପଢାରେ ମଧ୍ୟ ସାହାଯ୍ୟ କରିଛନ୍ତି। ତାଛଡା ବିଭିନ୍ନ ରୋଗରେ ପୀଡିତ ଆର୍ଥିକ ଅନାଟନରେ ଥିବା ଲୋକଙ୍କୁ ଚିକିତ୍ସା ମଧ୍ୟ କରିଛନ୍ତି। ବର୍ତ୍ତମାନ ଉତ୍ତର ପ୍ରଦେଶ ଭଦୋହୀ ଜିଲ୍ଲାର ୨୨ ବର୍ଷୀୟ ଯୁବତୀଙ୍କ ଚିକିତ୍ସା ପାଇଁ ସୋନୁ ହାତ ବଢ଼ାଇଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ଯୁବତୀ ଜଣକ ସୋସିଆଲ ମିଡ଼ିଆରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ। ଏହାପରେ ସୋନୁ ସୁଦ ତାଙ୍କୁ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଆମ୍ବୁଲାନ୍ସରେ ଯୁବତୀଙ୍କୁ ହରିୟାଣା କରନାଲ ପଠାଯାଇଛି। ସେଠାରେ ଯୁବତୀଙ୍କ ଚିକିତ୍ସା ହେବ। 

ଭଦୋହୀ ଜିଲ୍ଲା ଘଷିଆର ପ୍ରତିମା ନାମକ ଯୁବତୀ ଗତ କିଛି ବର୍ଷ ପୂର୍ବରୁ ନିଜ ପିତାଙ୍କ ଅଶ୍ଳୀଳ ବ୍ୟବହାର ଯୋଗୁଁ ଘର ଛାଡି ଚାଲି ଯାଇଥିଲେ। ନୋଏଡାରେ ସେ ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ। ବସ୍ ଯାତ୍ରା କରିବା ସମୟରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ ଯାହାଫଳରେ ତାଙ୍କୁ ବୋନ ଟିବି ହୋଇଯାଇଥିଲା। ଆର୍ଥିକ ସମସ୍ୟା ଯୋଗୁଁ ସେ ନିଜ ଘରକୁ ଫେରି ଆସିଥିଲେ କିନ୍ତୁ ଚିକିତ୍ସା କରିପାରିନଥିଲେ। ଫଳରେ ସୋସିଆଲ ମିଡ଼ିଆରେ ଏ ସାହାଯ୍ୟ ପାଇଁ ଗୁହାରି କରିଥିଲେ। ଏହାପରେ ସୋନୁ ସୁଦ ତାଙ୍କୁ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ।

ସୋନୁଙ୍କ ବଦାନ୍ୟତା ଯୋଗୁଁ ପ୍ରତିମାଙ୍କ ଅପରେସନ୍ ହେବ। ଭଦୋହୀ ସିଏମଓ ଡ.ଲକ୍ଷ୍ମୀ ସିଂହ କହିଛନ୍ତି ଯେ ସୋନୁ ସୁଦ ପ୍ରତିମାଙ୍କ ଚିକିତ୍ସା ପାଇଁ କରନାଲ ପଠାଇବାକୁ କହିଥିଲେ ଯେପରିକି ଭଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇପାରିବ। ପ୍ରତିମାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କରନାଲ ପଠାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.