Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଲୁହ ପୋଛି ଦିଅ ଭଉଣୀ, ନୂଆ ବହି ଆସିବ, ଘର ବି ହେବ,’ : ମାଲକାନଗିରି ସୀମାନ୍ତରେ ରହୁଥିବା ଅଞ୍ଜଳିଙ୍କୁ ସହାୟତାର ହାତ ବଢାଇଲେ ସୋନୁ ସୁଦ୍

22/08/2020 at 10:00 PM

ମାଲକାନଗିରି, ୨୨|୦୮:  ବନ୍ୟାରେ ଭାଙ୍ଗି ଯାଇଛି ଘର । ନଷ୍ଟ ହୋଇଯାଇଛି ବହି ପତ୍ର । ଓଦା ବହିକୁ ଧରି କାନ୍ଦୁଛନ୍ତି ଛତିଶଗଡ ବିଜାପୁରରେ ରହୁଥିବା ଅଞ୍ଜଳି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାହାଯ୍ୟର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ ।

ସୂଚନାନୁସାରେ, ମାଲକାନଗିରି ସୀମାନ୍ତରେ ଥିବା ବିଜାପୁର ଗ୍ରାମରେ ପରିବାର ସହ ରୁହନ୍ତି ଅଞ୍ଜଳି । ଗତ ୧୬ ତାରିଖ ଦିନ ପ୍ରବଳ ବର୍ଷା ଫଳରେ ତାଙ୍କ ଘର ଭାଙ୍ଗିଯିବା ସହ ବହିପତ୍ର ମଧ୍ୟ ନଷ୍ଟ ହୋଇଯାଇଥିଲା । ସେ ସ୍କୁଲରେ ଭଲ ପାଠ ପଢୁଥିଲେ । ବାପା ବହୁ କଷ୍ଟରେ ମୂଲ ଲାଗି ଅଞ୍ଚଳିଙ୍କ ପାଇଁ ବହି କିଣିଥିଲେ । ବହି ନଷ୍ଟ ହୋଇଯିବା ପରେ ଅଞ୍ଜଳି ଭାଙ୍ଗି ପଡି ଭୋ ଭୋ ହୋଇ କାନ୍ଦିଥିଲେ । ବନ୍ୟାଞ୍ଚଳ ପରିଦର୍ଶନ କରିଯାଇଥିବା ଜଣେ ଯୁବକ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଏହାସହ ଅଞ୍ଚଳିଙ୍କ ପାଠପଢା, ପରିବାରର ଆର୍ଥିକ ବୋଝ ବାବଦରେ ସୋସିଆଲ ମିଡିଆଲେ ପୋଷ୍ଟ କରିଥିଲ ।  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଭିଡିଓ ସୋନୁ ସୁଦ୍ ଦେଖିବା ସହ ଅଞ୍ଜଳିଙ୍କ ପ୍ରତି ସାହାଯ୍ୟର ହାତ ବଢାଇଥିଲେ । ଏହାସହ ଟ୍ୱିଟ୍ କରି ଲୁହ ପୋଛ ଉଉଣୀ, ବହି ନୂଆ ଆସିବ ଓ ଘର ଆସିବ ବୋଲି ସେ ଲେଖିଥିଲେ । ଏହି ଘଟଣା ପରେ ବିଜାପୁରବାସୀ ସୋନୁ ସୁଦଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

   Related Posts