Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ନିଜ ଜନ୍ମଦିନରେ ପ୍ରବାସୀଙ୍କୁ ଉପହାର ଦେଲେ ଅଭିନେତା ସୋନୁ ସୁଦ : ୩ଲକ୍ଷ ଚାକିରୀ ଦେବାକୁ କଲେ ଘୋଷଣା

30/07/2020 at 11:45 AM

ମୁମ୍ବାଇ ୩୦/୭: ଅଭିନେତା ସୋନୁ ସୁଦ କରୋନା କାଳରେ ଯେଉଁଭଳି ଅଭାବୀ ଲୋକଙ୍କ ସାହାଯ୍ୟ କରିଛନ୍ତି,ଯେଉଁଭଳି ସଙ୍କଟ ସମୟରେ ଦେବତା ହୋଇ ଲୋକଙ୍କୁ ସମ୍ଭାଳିଛନ୍ତି,ତାଙ୍କ ପ୍ରଶଂସାର ଧାରା ଜାରି ରହିଛି। ଏବେ ଏହି ପ୍ରଶଂସା ପରେ ସୋନୁ ଅଟକି ଯାଇନାହାନ୍ତି। ବରଂ ସେ ତାଙ୍କ ସହାୟତା କାମକୁ ଅବ୍ୟାହତ ରଖିଛନ୍ତି। ପ୍ରଥମେ ସୋନୁ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ନେଇ ଯିବାରେ ସାହାଯ୍ୟ କରୁଥିଲେ,କିନ୍ତୁ ଏବେ ସେ ଚାଷୀଙ୍କୁ ଟ୍ରାକ୍ଟର ଦେବାଠୁ ଆରମ୍ଭ କରି ଚାକିରୀ ଦେବା ଭଳି କାମ କରୁଛନ୍ତି।

ଜୁଲାଇ ୩୦ତାରିଖରେ ସୋନୁ ସୁଦ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନିଜ ଜନ୍ମଦିନରେ କୌଣସି ବଡ଼ ବଲିଉଡ ପାର୍ଟି ଦେଉ ନାହାନ୍ତି ବରଂ ଏହି ଅବସରରେ ସେ ଲୋକଙ୍କ ସାହାଯ୍ୟ କରି ପୁଣ୍ୟ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ସୋନୁ ସୁଦ ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି ଯେ ସେ ଏବେ ପ୍ରବାସୀଙ୍କୁ ଚାକିରୀ ଯୋଗାଇବାରେ ସାହାଯ୍ୟ କରିବେ। ବନ୍ୟାରେ ପ୍ରଭାବିତ ବିହାର ଏବଂ ଆସାମରେ ସେ ଏହି ଅଭିଯାନକୁ ଜୋରସୋରରେ ଚଲାଇବେ। ଅଭିନେତା ସୋସିଆଲ୍ ମିଡିଆରେ କହିଛନ୍ତି ଯେ ତାଙ୍କ ଜନ୍ମଦିନ ଅବସରରେ ସେ ତାଙ୍କ ପ୍ରବାସୀ ଭାଇଙ୍କ ପାଇଁ http://PravasiRojgar.comମାଧ୍ୟମରେ ୩ଲକ୍ଷ ଚାକିରୀ ଯୋଗାଇବେ। ଏଗୁଡ଼ିକ ଭଲ ବେତନ, PF,ESI ଏବଂ ଅନ୍ୟ ଲାଭ ପ୍ରଦାନ କରିବେ। ଧନ୍ୟବାଦ AEPC, CITI, Trident, Quess Corp, Amazon, Sodexo, Urban Co , Portea।

ସୋନୁ ସୁଦ ପ୍ରବାସୀ ରୋଜଗାର ନାମରେ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସେ ଏଥିପାଇଁ ଅନେକ ବଡ଼ କମ୍ପାନୀ ସହ ଚୁକ୍ତି ମଧ୍ୟ କରିଛନ୍ତି। ବନ୍ୟା ଯୋଗୁଁ ଆସାମ ଏବଂ ବିହାରରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି ଏବଂ ​‌କେତେ ବ୍ୟକ୍ତି ନିଜ ଚାକିରୀ ହରାଉଛନ୍ତି। ଏବେ ଏମାନଙ୍କୁ ସାହାଯ୍ୟ କରିବା ଲାଗି ସୋନୁ ସୁଦ ଆଗେଇ ଆସିଛନ୍ତି।

   Related Posts