ଫିଲ୍ମ 'ଆଚାର୍ଯ୍ୟ' ସେଟ୍‌ରେ ସୋନୁ ସୁଦ୍‌ଙ୍କ ନୂଆବର୍ଷ ଉପହାର, କ୍ରୁ ସଦସ୍ୟଙ୍କୁ ବାଣ୍ଟିଲେ ମୋବାଇଲ୍ ଫୋନ୍

Published By : Prameya-News7 Bureau | January 07, 2021 IST

ମୁମ୍ବାଇ ୦୭/୦୧ : ସୋନୁ ସୁଦ କରୋନା ମହାମାରୀ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରିବାକୁ ସାହାଯ୍ୟ କରିଥିଲେ। ବଲିଉଡ ଫିଲ୍ମରେ ସବୁବେଳେ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଏହି ଅଭିନେତା ଆବଶ୍ୟକୀୟଙ୍କୁ ସାହାଯ୍ୟ କରି ରିଅଲ ଲାଇଫ୍ ହିରୋ ସାଜିଲେ। କଠିନ ସମୟ ଦେଇ ଗତି କରୁଥିବା ଛାତ୍ରଛାତ୍ରୀ, ରୋଗୀ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଲୋକଙ୍କୁ ମଧ୍ୟ ସେ ସାହାଯ୍ୟ କରିଛନ୍ତି। ସୋସିଆଲ ମିଡ଼ିଆ ସାହାଯ୍ୟରେ ସେ ଲୋକଙ୍କୁ ସାହାଯ୍ୟ କରିଥିଲେ।

{"id":388319,"sizeSlug":"large","linkDestination":"none"}

ସୋନୁ ସୁଦ ବର୍ତ୍ତମାନ ଟେକ୍ନିସିଆନ ଏବଂ ଦୈନିକ ଶ୍ରମିକ ବା ଦିନ ମଜୁରିଆଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏମାନେ ସୋନୁ ସୁଦଙ୍କ ଆଗାମୀ ଫିଲ୍ମରେ କାମ କରିବେ। ସୋନୁ ସୁଦ୍ ନିଜ ଆଗାମୀ ଫିଲ୍ମ 'ଆଚାର୍ଯ୍ୟ'ର କ୍ରୁ ମେମ୍ବର୍ସଙ୍କୁ ମୋବାଇଲ୍ ଫୋନ୍ ବାଣ୍ଟିଛନ୍ତି। ଫୋନ୍ ପାଇଁ କ୍ରୁ ସଦସ୍ୟ ବହୁତ ଖୁସି ଅଛନ୍ତି। ଏହି ଉପହାର ପାଇ କିଛି ଲୋକେ ସୋନୁ ସୁଦଙ୍କୁ ଗୋଡ ଛୁଇଁ ଧନ୍ୟବାଦ କରିଥିଲେ।

{"id":388320,"sizeSlug":"large","linkDestination":"none"}

୨୦୨୦ ଏକ ଚ୍ୟାଲେଞ୍ଜିଂ ବର୍ଷ ଥିଲା। କରୋନା ମହାମାରୀ ସବୁ କ୍ଷେତ୍ରରେ ଲୋକଙ୍କୁ ପ୍ରଭାବିତ କରିଛି। ବିଶେଷକରି ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକ ବିଭିନ୍ନ ସ୍ଥାନରେ ଫସି ରହିଗଲେ। କାମ ନ ପାଇ ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଲକଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକ କୌଣସି ଉପାୟ ନ ପାଇ ଚାଲିଚାଲି, ସାଇକେଲ କିମ୍ବା ରିକ୍ସାରେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଠିକ ଏହି ସମୟରେ ସୋନୁ ସୁଦ ଏହି ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ଭଳି ପ୍ରକଟ ହୋଇଥିଲେ।

wp:embed {"url":"https://twitter.com/SonuSood/status/1346776565154263041","type":"rich","providerNameSlug":"twitter","responsive":true,"className":""}
https://twitter.com/SonuSood/status/1346776565154263041
/wp:embed

ସୋନୁ ସୁଦ୍ ଏହାକୁ ନୂଆବର୍ଷ ଉପହାର ବୋଲି କହିଛନ୍ତି। ନିଜର ଆଗାମୀ ଫିଲ୍ମ ଜରିଆରେ ଲୋକଙ୍କୁ ସାହାଯ୍ୟ କରି ସେ ବହୁତ ଖୁସି ଅନୁଭବ କରିଛନ୍ତି ବୋଲି କହିଛନ୍ତି। ସେ ଫିଲ୍ମ ସେଟର ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, "ମୁଁ ବହୁତ ଖୁସି ଏବଂ କ୍ରୁ ସଦସ୍ୟଙ୍କୁ ସାହାଯ୍ୟ କରିପାରି ଥିବାରୁ ନିଜକୁ ଭାଗ୍ୟବାନ ବୋଲି ଭାବୁଛି। ଏମାନେ ବହୁତ ଭଲ ଏବଂ ପରିଶ୍ରମୀ। ମୋ ତରଫରୁ ମୋବାଇଲ୍ ଫୋନ୍ ଏମାନଙ୍କ ପାଇଁ ନୂଆବର୍ଷ ଉପହାର।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.