ଫାଦର୍ସ ଡେ ପୂର୍ବରୁ ପୁଅକୁ ୩ କୋଟିର Mercedes Maybach କାର ଉପହାର ଦେଲେ ସୋନୁ ସୁଦ

Published By : Prameya-News7 Bureau | June 17, 2021 IST

ମୁମ୍ବାଇ ୧୭/୦୬ : ଅଭିନେତା ସୋନୁ ସୁଦ ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କରୋନାର ଦ୍ୱିତୀୟ ଲହରରେ ମଧ୍ୟ ସେ ଅଭାବୀ ଲୋକଙ୍କୁ ଚିକିତ୍ସା ସହାୟତା ଦେବାରେ ସକ୍ରିୟ ଥିଲେ। ଜନତାଙ୍କ ସେବାରେ ମଗ୍ନ ସୋନୁ ସୁଦ୍ ଏତେ ବ୍ୟସ୍ତତା ମଧ୍ୟରେ ନିଜ ପରିବାରକୁ କିନ୍ତୁ ଭୁଲି ନାହାନ୍ତି। ପରିବାର ପାଇଁ ସେ ସମୟ ବାହାର କରନ୍ତି। ଫାଦର୍ସ ଡେ ପୂର୍ବରୁ ସେ ନିଜ ପୁଅ ଇଶାନ୍ତଙ୍କୁ ଏକ ଆକର୍ଷଣୀୟ ଉପହାର ଦେଇଛନ୍ତି।

{"id":467586,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ସୋନୁ ସୁଦ ବର୍ତ୍ତମାନ Mercedes Maybach GLS600 ର ମାଲିକ। ଏହି କାର ସପ୍ତାହେରୁ କମ ସମୟ ପୂର୍ବରୁ ଲଞ୍ଚ କରାଯାଇଥିଲା। ୟୁଟ୍ୟୁବରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅଭିନେତା କାର ଡେଲିଭରୀ ଏବଂ ପରେ ନିଜ ପିଲାଙ୍କୁ ବୁଲିବାକୁ ବାହାରକୁ ନେଇ ଯାଇଥିବାର ନଜର ଆସିଛନ୍ତି। ସୋନୁଙ୍କ ନୂଆ ଏସୟୁଭିରେ କଳା ରଙ୍ଗର।କାରର ଫିଚର୍ସ ଯଦି ଦେଖନ୍ତି ତାହେଲେ ପଛ ଯାତ୍ରୀ ପାଇଁ ୧୧୦୩ ମିମିର ଲେଗରୁମ୍ ଅଛି। ଆଗ ଯାତ୍ରୀଙ୍କ ସିଟ୍ ଫୋଲ୍ଡ କରି ୧୩୪୦ ମିମି ପର୍ଯ୍ୟନ୍ତ ବଢାଯାଇ ପାରିବ। ଲଗେଜ୍ କ୍ଷମତା ୫୨୫ ଲିଟର, ୧୨.୩-ଇଞ୍ଚ୍ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ଏବଂ ବହୁତ କିଛି ରହିଛି।

wp:html https://www.youtube.com/watch?v=WaIQpNNSc5s /wp:html

ଏହି କାରର ଓଜନ ପ୍ରାୟ ୩ ଟନ୍ l ଏତେ ଭାରୀ ହେବା ପରେ ମଧ୍ୟ ଏହି କାର ୫ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଯାଇପାରେ। ସୋନୁ ସୁଦଙ୍କର ଏହା ପ୍ରଥମ ଲଗଜରୀ କାର ନୁହେଁ। ସୋନୁ ଜଣେ କାର୍ ପ୍ରେମୀ। ତାଙ୍କ ପାଖରେ ଗୋଟିଏ ଅଡି Q7, ମର୍ସିଡିଜ୍ ବେଞ୍ଜ୍ ML-Class, ଏବଂ Porsche Panamera ଅଛି। ଏହି ସମୟରେ ୱାର୍କ ଫ୍ରଣ୍ଟରେ ସୋନୁଙ୍କୁ 'ପ୍ରୀତିରାଜ', 'ଆଲୁଦୁ ଆଡୁରସ୍', 'ଆଚାର୍ଯ୍ୟ' ଏବଂ 'ତାମିଲାରାସାନ୍'ରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.