ଫିଲ୍ମ 'କିଷାନ'ରେ ମୁଖ୍ୟ ଭୂମିକାରେ ନଜର ଆସିବେ ସୋନୁ ସୁଦ୍ : ମହାନାୟକ ଅମିତାଭ ବଚ୍ଚନ ଜଣାଇଲେ ଶୁଭେଚ୍ଛା

Published By : Prameya-News7 Bureau | January 04, 2021 IST

ମୁମ୍ବାଇ ୦୪/୦୧ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମହାନାୟକ ଅମିତାଭ ବଚ୍ଚନ ଶୁଭକାମନା ଜଣାଇଛନ୍ତି। ସୋନୁ ସୁଦଙ୍କ ଆଗାମୀ ଫିଲ୍ମ ପାଇଁ ବିଗ୍ ବି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋନୁ ସୁଦଙ୍କ ଏହି ଫିଲ୍ମର ନାଁ 'କିଷାନ'। ଫିଲ୍ମରେ ସୋନୁ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଶୁଭେଚ୍ଛା ପାଇଁ ସୋନୁ ସୁଦ୍ ବିଗ୍ ବିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ତେବେ ଫିଲ୍ମ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ।

wp:embed {"url":"https://twitter.com/SonuSood/status/1345978327752957953","type":"rich","providerNameSlug":"twitter","responsive":true,"className":""}
https://twitter.com/SonuSood/status/1345978327752957953
/wp:embed

ବିଗ୍ ବି ସୋନୁ ସୁଦଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି, 'ଫିଲ୍ମ 'କିଷାନ' ପାଇଁ ବହୁତ ବହୁତ ଶୁଭେଚ୍ଛା। ଏହାର ନିର୍ଦ୍ଦେଶକ ଇ ନିବାସ। ଫିଲ୍ମରେ ମୁଖ୍ୟ ଭୂମିକାରେ ସୋନୁ ସୁଦ ଅଭିନୟ କରୁଛନ୍ତି।' ଅମିତାଭଙ୍କୁ ଏଥିପାଇଁ ସୋନୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, "ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ"। ତେବେ ଏହି ଟ୍ୱିଟ୍ ଦେଖି ଲୋକେ ଅନୁମାନ କରୁଛନ୍ତି ଯେ, ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଫିଲ୍ମଟି ଆଧାରିତ ହୋଇଥାଇପାରେ।

wp:embed {"url":"https://twitter.com/taran_adarsh/status/1345971487736360960","type":"rich","providerNameSlug":"twitter","responsive":true,"className":""}
https://twitter.com/taran_adarsh/status/1345971487736360960
/wp:embed

ତାଛଡା ଫିଲ୍ମ କ୍ରିଟିକ୍ ତଥା ବିଶ୍ଳେଷକ ତରଣ ଆଦର୍ଶ ମଧ୍ୟ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, 'କିଷାନ ଫିଲ୍ମରେ ସୋନୁ ମୁଖ୍ୟ ଚରିତ୍ରରେ ରହିବେ। ଫିଲ୍ମର ନିର୍ଦ୍ଦେଶନା ଦେବେ ଇ ନିବାସ। ଫିଲ୍ମ ଡ୍ରିମ୍ ଗାର୍ଲ ଜରିଆରେ ବଲିଉଡରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରୁଥିବା ରାଜ ଶାଣ୍ଡିଲ୍ୟ ଏହି ଫିଲ୍ମର ପ୍ରଯୋଜକ ରହିବେ। ଫିଲ୍ମର ଅନ୍ୟ ଚରିତ୍ର ସମ୍ପର୍କରେ ଶୀଘ୍ର ଜଣାପଡିବ।'

{"id":386668,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ଇ ନିବାସ ୧୯୯୯ ମସିହାରେ ସୁପରହିଟ ଫିଲ୍ମ 'ଶୂଲ'ର ନିର୍ଦ୍ଦେଶନା ଦେଇଥିଲେ। ସୋନୁ ସୁଦଙ୍କୁ ଏହି ଫିଲ୍ମ ମିଳିବ ପରେ ସେ ଯେତେ ଖୁସି ଅଛନ୍ତି ତାଙ୍କଠୁ ଆହୁରି ଅଧିକ ଖୁସି ଅଛନ୍ତି ତାଙ୍କ ପ୍ରଶଂସକ | ସୋନୁ ସୁଦ କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅନ୍ୟ ଅସହାୟମାନଙ୍କୁ ସାହାଯ୍ୟ କରି ଯେଉଁ ମହନୀୟତାର ପରିଚୟ ଦେଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ସୋନୁ ସୁଦ୍ ଏବେ ମଧ୍ୟ ଅସହାୟ ଓ ଅଭାବୀଙ୍କୁ ସାହାଯ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.