ଦୁଃଖ ଦେଖିପାରିଲେନି ସୋନୁ ସୁଦ୍: ବଳଦ ନଥିବା ଚାଷୀ ପରିବାରକୁ ଦେଲେ ଟ୍ରାକ୍ଟର, ୨ ଝିଅ ନିଜେ ହଳ କରୁଥିବା ଭିଡିଓ ହୋଇଥିଲା ଭାଇରାଲ

Published By : Prameya-News7 Bureau | July 26, 2020 IST

ହାଇଦ୍ରାବାଦ, ୨୬|୦୭: ଆନ୍ଧ୍ରପ୍ରେଦେଶ ଚିତୋରର ଦୁଇ ଝିଅ ବାପାକୁ ସାହାରା ଦେଇ ନିଜେ ଙଲ କରୁଥିବା ଖବର ଶନିବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଅର୍ଥାଭାବ ହେତୁ ବଳଦ କିଣି ପାରିନଥିଲା ବାପା । ତେଣୁ ବାଧ୍ୟ ହୋଇ ୨ ଝିଅ ନିଜେ ହଳ ବୁଲାଇଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓ ଦେଖିବା ପରେ ପୀଡିତ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଅଭିନେତା ସୋନୁ ସୁଦ୍ ।

ସୋନୁ ସୁଦ୍ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ପରିବାରକୁ ବଳଦ ନୁହେଁ ଟ୍ରାକ୍ଟର ଦରକାର । ସେ ପରିବାରକୁ ଗୋଟିଏ ଟ୍ରାକ୍ଟର ଦେଇଛନ୍ତି । ଟ୍ରାକ୍ଟର ପ୍ରୟୋଗ ଦ୍ୱାରା ଚାଷକାମ ସହଜ ହେବ କହିବା ସହ ସେ ପରିବାରର ଉନ୍ନତି କାମନା କରିଛନ୍ତି ।

wp:html /wp:html

ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ଜଣେ ବ୍ୟକ୍ତି ଚା ଦୋକାନ ଦେଇ ରୋଜଗାର କରନ୍ତି । ରୋଜଗାର ହେଲେ ଘରର ଚୁଲି ଜଳେ । ରୋଜଗାର ନହେଲେ ଉପାସ ରହନ୍ତି ୪ ପ୍ରାଣୀ କୁଟୁମ୍ବ । ପରିବାର କହିଲେ ସ୍ତ୍ରୀ ଓ ଦୁଇ ଝିଅ । ଲକଡାଉନ୍ ପାଇଁ ବେଉସା ବୁଡିଗଲା । ହଜିଗଲା ରୋଜଗାର । ଦେଖାଦେଲା ଅର୍ଥାଭାବ । ଗତ ୩ ମାସ ହେଲା ବନ୍ଦ ହୋଇ ରହିଛି ଚା ଦୋକାନ । ଅର୍ଥାଭାବ ଦୂର କରିବା ପାଇଁ ବ୍ୟକ୍ତିଜଣଙ୍କ ଚାଷ କରିବେ ବୋଲି ମନସ୍ଥ କଲେ । କିନ୍ତୁ ନା ଅଛି ସାର ନା ଚାଷ ହଳ ପାଇଁ ବଳଦ । ନୂଆ ବଳଦ କିଣିବା ପାଇଁ ଟଙ୍କା ଦରକାର । ଯାହା ବି ଆୟ କରିଥିଲେ ତାହା ସରିଗଲାଣି । କେତେ ବା ସେ ହାତ ପତେଇ ମାଗିଥାନ୍ତେ । କେତେ ଧାର୍ କରିଥାନ୍ତେ । ଶେଷରେ ବାଧ୍ୟ ହେଲେ ଯେମିତି ବି ହେଉ ଚାଷ କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ବୟସ ସାଜିଲା ବାଧକ । କମରରେ ମଧ୍ୟ ଆଉ ଆଗ ଭଳି ଦମ୍ ନାହିଁ ।

ବାପାର କଷ୍ଟ ସହିପାରିଲେନି ଦୁଇ ଝିଅ । ନିଜେ ଧରିଲେ ଲଙ୍ଗଳ । ବଳଦ ବଦଳରେ ନିଜେ ଲଙ୍ଗଳ ଧରି ଆରମ୍ଭ କଲେ ଚାଷ କାମ । ଏପରି ବ୍ୟକ୍ତିଙ୍କ ସ୍ତ୍ରୀ ମଧ୍ୟ ଚାଷ କାମରେ ୨ ଝିଅଙ୍କୁ ସାହାଯ୍ୟ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ବାପାର କାନ୍ଧରେ ବୋଝ ନହୋଇ ଝିଅଙ୍କ ଏଭଳି କାମକୁ ଅନେକ ପ୍ରଶଂସା ମଧ୍ୟ କରିଥିଲେ ।ଏବେ ପରିବାରକୁ ସୋନୁ ସୁଦ୍ ସାହାଯ୍ୟ କରିବା ପରେ ଦୁଃଖ ଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସୋନୁଙ୍କ ଏହି ମହାନତାକୁ ପ୍ରଶଂସା ମଧ୍ୟ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.