ଟିକସ ଫାଙ୍କିବା ଅଭିଯୋଗ ପରେ ସୋନୁ ସୁଦଙ୍କ ପ୍ରଥମ ପୋଷ୍ଟ, କହିଲେ-ସମୟ ସବୁକିଛି କହିଥାଏ

Published By : Prameya-News7 Bureau | September 20, 2021 IST

ନୂଆଦିଲ୍ଲୀ ୨୦/୦୯: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ଇନ୍‌କମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ୨୦ କୋଟିର ଟ୍ୟାକ୍ସ ଚୋରି କରିଥିବା ଅଭିଯୋଗ ଲଗାଇଛି। ଏଭଳି ଅଭିଯୋଗ ପରେ ସୋନୁ ସୁଦ ଆଜି ତାଙ୍କର ପ୍ରଥମ ପୋଷ୍ଟ କରିଛନ୍ତି। ସୋନୁ କହିଛନ୍ତି, "ଆପଣଙ୍କୁ ସବୁବେଳେ ଆପଣଙ୍କ ଅଂଶର ସତ୍ୟ କହିବା ଆବଶ୍ୟକ ପଡେନାହିଁ। ସମୟ ସବୁକିଛି କହିଥାଏ।"

wp:html
/wp:html

ସୋନୁ ଆହୁରି ଲେଖିଛନ୍ତି, "ମୁଁ ପୁରା ସଚ୍ଚୋଟତା ସହିତ ଦେଶର ଲୋକଙ୍କୁ ସାହାଯ୍ୟ କରୁଛି। ମୋର ଫାଉଣ୍ଡେସନ୍ ସର୍ବଦା ଲୋକଙ୍କ ଜୀବନ ବଞ୍ଚାଇବାକୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାଏ। ମୁଁ ଗତ ଚାରି ଦିନ ଧରି ଟିକେ ବ୍ୟସ୍ତ ଥିଲି ତେଣୁ ଆପଣଙ୍କୁ ସାହାଯ୍ୟ କରି ପାରିନାହିଁ। ବର୍ତ୍ତମାନ ମୁଁ ଆପଣଙ୍କୁ ସାହାଯ୍ୟ କରିବାକୁ ଆସିଯାଇଛି।"

ଆୟକର ବିଭାଗର ସୂଚନାନୁସାରେ, ସୋନୁ ସୁଦ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପାଇଥିବା ଟଙ୍କା ମଧ୍ୟରୁ ଅନେକ ସେ ନିଜର ଆୟ ନ ଦେଖାଇ ନକଲି କମ୍ପାନୀ ମାଧ୍ୟମରେ ଅସୁରକ୍ଷିତ ଋଣ ଦେଖାଇଛନ୍ତି। ବିଭାଗ ଦାବି କରିଛି ଯେ ଏପର୍ଯ୍ୟନ୍ତ ଅନୁସନ୍ଧାନ ବେଳେ ଏଭଳି ୨୦ ଟି କମ୍ପାନୀ ମିଳିଛି, ଯେଉଁଥିରୁ ସୋନୁ ଅସୁରକ୍ଷିତ ଋଣ ଦେଖାଇଥିବାବେଳେ ଏହି ଟଙ୍କା ତାଙ୍କ ରୋଜଗାରରୁ ଆସିଥିଲା।

ବିଭାଗର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଯେତେବେଳେ ଏହି ସେଲ୍ କମ୍ପାନୀଗୁଡିକର ହର୍ତ୍ତାକର୍ତ୍ତାଙ୍କୁ ପଚରାଉଚରା କରାଯାଇଥିଲା, ସେମାନେ ସୋନୁ ସୁଦଙ୍କୁ ବୋଗସ୍ ଏଣ୍ଟ୍ରି ଦେଇଥିବା ସ୍ୱିକାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.