Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୋନୁ ସୁଦଙ୍କୁ ଭେଟିବା ପାଇଁ ଖାଲି ପାଦରେ ହାଇଦ୍ରାବାଦରୁ ମୁମ୍ବାଇ ପହଞ୍ଚିଲେ ଫ୍ୟାନ୍, ଫଟୋ ସେୟାର କରି ଅଭିନେତା କହିଲେ ଏମିତି

11/06/2021 at 12:50 PM

ନୂଆଦିଲ୍ଲୀ ୧୧/୦୬: କରୋନା ମହାମାରୀରେ ସୋନୁ ସୁଦ ଲୋକଙ୍କୁ ନିରନ୍ତର ସାହାଯ୍ୟ କରିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରତିଦିନ ଅଭିନେତାଙ୍କ ବିଷୟରେ କିଛି ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ବ୍ୟତୀତ ସୋନୁ ସୁଦ ନିଜେ ମଧ୍ୟ ତାଙ୍କ ସୋସିଆଲ୍ ଆକାଉଣ୍ଟରେ କିଛି ନା କିଛି ସେୟାର କରୁଛନ୍ତି । ସୋନୁ ତାଙ୍କ ପୋଷ୍ଟରେ ବେଳେବେଳେ ତାଙ୍କ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଉଥିବାର ଦେଖାଯାଏ କିନ୍ତୁ ଏଥର ସୋନୁଙ୍କ ପୋଷ୍ଟ ଟିକିଏ ଭିନ୍ନ । ସୋନୁ ସୁଦ ତାଙ୍କର ଏକ ପୋଷ୍ଟରେ ପ୍ରକାଶ କରିଛନ୍ତି ଯେ ଜଣେ ଫ୍ୟାନ୍ସ ତାଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଖାଲି ପାଦରେ ଯାତ୍ରା କରିଆସିଛନ୍ତି।

ବାସ୍ତବରେ ସୋନୁ ସୁଦ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ଜଣେ ଫ୍ସାନ୍ସଙ୍କ ସହ ପୋଜ୍ ଦେଇଛନ୍ତି । ଏହି ଫଟୋରେ ତାଙ୍କ ଫ୍ୟାନ୍ସ ତାଙ୍କ ପ୍ରିୟ ହିରୋଙ୍କ ପୋଷ୍ଟର ଧରି ହସୁଥିବା ଦେଖିବାକୁ ମିଳିଛି। ପୋଷ୍ଟର ବୋର୍ଡରେ ‘ହାଇଦ୍ରାବାଦ ରୁ ମୁମ୍ବାଇ’ ଲେଖା ହୋଇଛି।

ଫଟୋରେ ଫ୍ୟାନ୍ସଙ୍କ ହସରୁ ଜଣା ପଡୁଛି ଯେ, ସୋନୁ ସୁଦଙ୍କୁ ଭେଟି ସେ ବହୁତ ଖୁସି ଅଛନ୍ତି । ତେବେ ସୋନୁ ଏହି ଫ୍ୟାନ୍ସ ଜଣଙ୍କ ବିଷୟରେ ଯାହା କହିଛନ୍ତି ତାହା ବିଶ୍ୱାସ କରିବା କଷ୍ଟକର। ସୋନୁ ଦେଇଥିବା କ୍ୟାପସନ୍ ଅନୁଯାୟୀ ତାଙ୍କ ଫ୍ୟାନ୍ସ ତାଙ୍କୁ ଭେଟିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଯାଇଛନ୍ତି।

ସୋନୁ କ୍ୟାପସନରେ ଲେଖିଛନ୍ତି, ‘ଭେଙ୍କଟେଶ, ମୋତେ ଦେଖା କରିବାକୁ ଏହି ବାଳକ ଖାଲି ପାଦରେ ହାଇଦ୍ରାବାଦରୁ ମୁମ୍ବାଇକୁ ଆସିଛନ୍ତି। ତେବେ ତାଙ୍କୁ ଏଠାରେ ପହଞ୍ଚିବା ପାଇଁ ପରିବହନ ବ୍ୟବସ୍ଥା କରାଯାଇଥିଲା। ସେ ପ୍ରକୃତରେ ପ୍ରେରଣାଦାୟକ । ଏଥିପାଇଁ ମୁଁ କୃତଜ୍ଞ। ‘ ସୋନୁ ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ କରି ଆଗକୁ ଲେଖିଛନ୍ତି, ଦୟାକରି! ମୁଁ କାହାକୁ ଏପରି ଅସୁବିଧା ଉଠାଇବାକୁ ଉତ୍ସାହିତ କରୁନାହିଁ । ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ। ‘

   Related Posts