ଛାତ୍ରଙ୍କୁ ପାଠ ପଢ଼ିବାରେ ସାହାଯ୍ୟ କଲେ ସୁପରହୀରୋ ସୋନୁ ସୁଦ : ୟୁପିଏସଇ ବହି ପଠାଇବାକୁ ଦେଲେ ପ୍ରତିଶ୍ରୃତି

Published By : Prameya-News7 Bureau | August 14, 2020 IST

ମୁମ୍ବାଇ ୧୪/୮: ସୋନୁ ସୁଦ ଲକଡାଉନ୍ ସମୟରେ ଯେଉଁ ବଦାନ୍ୟତା ଦେଖାଇଛନ୍ତି ତାହା ଦ୍ବାରା ସେ ଲୋକମାନଙ୍କ ପାଇଁ ଦେବତା ପାଲଟିଯାଇଥିଲେ। ସେ ତାଙ୍କର ଏପରି କାର୍ଯ୍ୟଧାରାକୁ ବଜାୟ ରଖିଥିବାବେଳେ ଲୋକଙ୍କ ଆଶା ମଧ୍ୟ ବଜାୟ ରହିଛି। ସେହି ଆଶାରେ ଜଣେ ଛାତ୍ର ଟ୍ବିଟ୍ କରି ସୋନୁଙ୍କୁ ବହି କିଣିବାକୁ ସାହାଯ୍ୟ ମାଗିଥିଲେ। ଛାତ୍ରଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ସୋନୁ ସୁଦ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି।

wp:core-embed/twitter {"url":"https://twitter.com/SonuSood/status/1293996487190302720","type":"rich","providerNameSlug":"twitter","className":""}
https://twitter.com/SonuSood/status/1293996487190302720
/wp:core-embed/twitter

ଛାତ୍ର ଜଣକ ଟ୍ବିଟ୍ କରି କହିଥିଲେ- ‘ସର ପ୍ଲିଜ ମୋତେ ୟୁପିଏସସି ବହି କିଣିବାରେ ସାହାଯ୍ୟ କରନ୍ତୁ। ମୁଁ ଏସବୁ ବହିଗୁଡ଼ିକ ବିନା ପ୍ରସ୍ତୁତି ଆରମ୍ଭ କରି ପାରୁ ନାହାନ୍ତି। ବହି କିଣିବାରେ ମୋତେ ସାହାଯ୍ୟ କରନ୍ତୁ। ଛାତ୍ରଙ୍କ ଏହି ଅନୁରୋଧରେ ସୋନୁ ମଧ୍ୟ ଟ୍ବିଟ୍ କରି ତାଙ୍କ ଠିକଣା ମାଗିଥିଲେ ଏବଂ କହିଥିଲେ ଯେ ବହି ଆପଣଙ୍କ ଦ୍ବାର ପାଖରେ ପହଞ୍ଚିଯିବ।

{"id":314300,"sizeSlug":"large"}

ଏହା ପୂର୍ବରୁ ମଧ୍ୟ ସୋନୁ ଅଭାବୀ ଲୋକଙ୍କୁ ସହାୟତା ପହଞ୍ଚାଇ ସାରିଛନ୍ତି। କିଛି ଦିନ ତଳେ ଦକ୍ଷିଣର ଜଣେ ଚାଷୀ ପରିବାରଙ୍କ ଭିଡିଓ ସାମନାକୁ ଆସିଥିଲା ଯେଉଁଥିରେ ଜଣେ ବାପା ନିଜ ଝିଅଙ୍କ ଦ୍ବାରା ଚା​‌​‌ଷ କରାଉଥିଲା। ସୋନୁ ତାଙ୍କୁ ମଧ୍ୟ ସାହାଯ୍ୟ ଯୋଗାଇ ଟ୍ରାକ୍ଟର ପଠାଇଥିଲେ। ଅନେକ ଥର କିଛି ଲୋକ ତାଙ୍କୁ କିଛି ଅଯଥା ସାହାଯ୍ୟ ମାଗିଥିଲେ,ଏଥିରେ ମଧ୍ୟ ସୋନୁ ଜବାବ ଦେବାକୁ ପଛେଇ ନଥିଲେ। ସେ କାହାକୁ ଦୁଃଖ ନପହଞ୍ଚାଇ ବୁଦ୍ଧିର ସହ ସମସ୍ତଙ୍କୁ ଜବାବ ଦେଇଥିଲେ।

{"id":314301,"sizeSlug":"large"}

ସୋନୁ ଲକଡାଉନ୍ ସମୟରେ ଅନେକ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ଫେରିବାର ବ୍ୟବସ୍ଥା କରିଥିଲେ। ଏବେ ସେ ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ଆଣିବାରେ ଲାଗିଛନ୍ତି। ସେ କିଛି କମ୍ପାନୀ ସହ ଚୁକ୍ତି କରି ପ୍ରବାସୀ ଭାଇ-ବନ୍ଧୁଙ୍କୁ ଚାକିରୀ ଦେବାକୁ ପ୍ରତିଶ୍ରୃତି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.