ବିଦେଶରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ହାତ ବଢ଼ାଇଲେ ସୋନୁ ସୁଦ୍ : କିର୍ଗିଜସ୍ଥାନରୁ ଫେରିବେ ୩ ହଜାର ଛାତ୍ରଛାତ୍ରୀ

Published By : Prameya-News7 Bureau | July 21, 2020 IST

ମୁମ୍ବାଇ ୨୧/୦୭ : କରୋନା ସଙ୍କଟ ସମୟରେ ଜଣେ ବଲିଉଡ ଅଭିନେତା ଯିଏ ଫିଲ୍ମରେ ଭିଲେନ ଚରିତ୍ରରେ ଅଭିନୟ କରନ୍ତି, ରିୟଲ ଲାଇଫରେ ସେ ହିରୋ ହୋଇ ଲୋକଙ୍କ ସାମ୍ନାକୁ ଆସିଛନ୍ତି | ଅନ୍ୟମାନଙ୍କ ସମସ୍ୟାକୁ ନିଜର ଭାବି ନିଜ ଦ୍ୱାରା ଯେତିକି ସମ୍ଭବ ସାହାଯ୍ୟର ହାତ ବଢ଼ାଇଛନ୍ତି | ଆମେ କହୁଛୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ କଥା | ଆଜି ସମସ୍ତଙ୍କ ମୁହଁରେ ତାଙ୍କରି ଚର୍ଚ୍ଚା | ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୋନୁ | ଲକଡାଉନ ସମୟରେ ମହାରାଷ୍ଟ୍ରରୁ ହଜାର ହଜାର ପ୍ରବାସୀଙ୍କୁ ସେମାନଙ୍କ ଗାଁକୁ ପଠାଇଥିଲେ | ଏହାଛଡା କେରଳରେ ଫସି ରହିଥିବା ଓଡ଼ିଆଙ୍କୁ ମଧ୍ୟ ଓଡିଶାକୁ ପଠାଇଥିଲେ | ବର୍ତ୍ତମାନ ଦେଶ ବାହାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବାକୁ ଆଉ ଗୋଟିଏ ପାଦ ଆଗକୁ ବାଢ଼ିଛନ୍ତି ସୋନୁ | କିର୍ଗିଜସ୍ଥାନରେ ଫସିଥିବା ଝାରଖଣ୍ଡ ଓ ବିହାରର ୩ ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ଦେଶକୁ ଫେରିବାକୁ ଏକ ଆଶାର କିରଣ ଦେଖାଦେଇଛି | ଝାରଖଣ୍ଡର ସଦ୍ଦାମ ଖାନ ଖୁଲାସା କରିଛନ୍ତି ଯେ ସୋନୁ ସୁଦ ବହରାଗୋୖଡାର ପୂର୍ବତନ ବିଧାୟକ କୁନାଲ ସାରଙ୍ଗୀ ଓ ସାମାଜିକ କର୍ମୀ ରେଖା ମିଶ୍ରଙ୍କ ପ୍ରୟାସର ପ୍ରଭାବ ଦେଖିବାକୁ ମିଳିଛି ଏବଂ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି |

{"id":303511,"sizeSlug":"large"}

ମେଡିକାଲ ଛାତ୍ର ସଦ୍ଦାମ ଖାନ ଟ୍ୱିଟ କରି କହିଛନ୍ତି ଯେ, କିର୍ଗିଜସ୍ଥାନର ଏସିଆନ ମେଡିକାଲ ଇନଷ୍ଟିଚ୍ୟୁଟରେ ମେଡିକାଲ ଡିଗ୍ରୀ ହାସଲ କରିବାକୁ ଆସିଥିବା ୩ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ସାମୁହିକ ପ୍ରୟାସ ପାଇଁ ସୋନୁ, କୁନାଲ ସାରଙ୍ଗୀ ଓ ରେଖା ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରିବାକୁ ବିମାନ ଶୁଳ୍କ ଦେବାକୁ ପଡିବ ନାହିଁ ବୋଲି ସୋନୁ ସୁଦ ଆଶ୍ୱାସନା ଦେଇଛନ୍ତି |

wp:core-embed/twitter {"url":"https://twitter.com/SonuSood/status/1283666846332235777","type":"rich","providerNameSlug":"twitter","className":""}
https://twitter.com/SonuSood/status/1283666846332235777
/wp:core-embed/twitter

ହିନ୍ଦୁସ୍ତାନ ଟାଇମ୍ସ ଖବର ଅନୁଯାୟୀ, କୁନାଲ ସାରଙ୍ଗୀ କହିଛନ୍ତି ଯେ, ସେ ଝାରଖଣ୍ଡ ଓ ବିହାରର ପାଖାପାଖି ୨୦ ଛାତ୍ରଛାତ୍ରୀଙ୍କ ସମେତ ୩ ହଜାର ଭାରତୀୟ ଛାତ୍ରଛାତୀଙ୍କ ଦୁର୍ଦଶା ଦେଖି ଟ୍ୱିଟ କରିଥିଲେ | ସେ ଟ୍ୱିଟ କରି ବିଦେଶ ମନ୍ତ୍ରାଳୟ ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟ୍ୟାଗ କରି ଭିଡିଓ ସେୟାର କରିଥିଲେ | ଏହି ଭିଡିଓ ଦେଖିବା ପରେ ସୋନୁ ସୁଦ ସେମାନଙ୍କୁ ଯୋଗାଯୋଗ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଥିଲେ | ଏକ ଟ୍ୱିଟରେ ସୋନୁ କହିଛନ୍ତି, 'ଖୁବ ଶୀଘ୍ର ତୁମମାନକୁ ନିଜ ଗାରକୁ ଫେରାଇ ଅଣାଯିବ | ଭଗବାନ ଆମର ମାର୍ଗ ଦର୍ଶନ କରିବେ ଏବଂ ଆମର ପରିବାରର ପ୍ରାର୍ଥନା ନିଶ୍ଚୟ ପ୍ରଭାବ ପକାଇବା | କିର୍ଗିଜସ୍ଥାନରୁ ଭାରତ |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.