Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ସଂକ୍ରମିତଙ୍କ ପାଇଁ ଶଯ୍ୟା ବନ୍ଦୋବସ୍ତ କରିଥିବା କହିଥିଲେ ସୋନୁ ସୁଦ: ଅଭିନେତାଙ୍କୁ ଏମିତି ଜବାବ ଦେଲେ ଜିଲ୍ଲାପାଳ, ସାମ୍ନାକୁ ଆଣିଲେ ସତ

17/05/2021 at 4:57 PM

ବ୍ରହ୍ମପୁର ୧୭।୦୫: ଗତ ବର୍ଷ କରୋନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବଲିଉଡ ଅଭିନେତା ସୋନୁ ସୁଦ କରୋନାର ଦ୍ଵିତୀୟ ଲହରରେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣାମଧ୍ୟମରେ ସାହାଯ୍ୟ ପାଇଁ ଗୁହାରି କରୁଥିବା ଲୋକଙ୍କୁ କେତେ ବେଳେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି ତ କାହା ପାଇଁ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଉଛନ୍ତି। ହେଲେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲରେ ଜଣେ ସଂକ୍ରମିତଙ୍କ ପାଇଁ ଶଯ୍ୟାର ବନ୍ଦୋବସ୍ତ କରାଇ ଦେଇଥିବା ଅଭିନେତାଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଜିଲ୍ଲାପାଳ କହିଛନ୍ତି, ଶଯ୍ୟାର ଅଭାବ ନେଇ କୌଣସି ଅଭିଯୋଗ ଆସିନାହିଁ କି, କେହି ବି ଏନେଇ ଅଭିଯୋଗ କରି ନାହାନ୍ତି। ଶଯ୍ୟା ପାଇଁ ଅଭିନେତା ଆମ ସହ କୌଣସି ଯୋଗାଯୋଗ କରି ନାହାନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ମେ ୧୭ରେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଏହି ଘଟଣାରେ ଅଭିନେତା ସୋନୁ ସୁଦଙ୍କୁ ଜବାବ ଦେଇଛନ୍ତି। ଜିଲ୍ଲାପାଳ ସୋନୁ ସୁଦଙ୍କ ଟ୍ଵିଟ୍‌ର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ। ବ୍ରହ୍ମପୁରରେ କରୋନାର ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏହାର ତଦାରଖ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ମାଗୁଥିବା ଲୋକଙ୍କୁ ସୋନୁ ସୁଦ ସର୍ବଦା ସାହାଯ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି। କିନ୍ତୁ ବ୍ରହ୍ମପୁର କେସ୍‌ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ‘ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍‌ରେ  ଶଯ୍ୟାର ବନ୍ଦୋବସ୍ତ ହୋଇ ସାରିଛି’ ସୋନୁ ସୁଦଙ୍କ ଆଶ୍ଵାସନାର ଏହି ଟ୍ଵିଟ୍‌ର ଜବାବ ଦେଇ ଗଞ୍ଜାମ ଜିଲ୍ଲାପାଳ ବାସ୍ତବତାକୁ ସାମ୍ନାକୁ ଆଣିଛନ୍ତି। ନଚେତ୍ ଲୋକେ ଭାବି ନେଇଥାନ୍ତେ ଯେ, ଅଭିନେତା ଚୁଟକିରେ ଏମିତି ସଙ୍କଟଜନକ ସ୍ଥିତିରେ ରୋଗୀଙ୍କ ସମସ୍ୟାର ସମାଧାନ କରି ଦେଉଛନ୍ତି, ଅଥଚ୍ ସଂପୂର୍ଣ୍ଣ ଶାସନକଳ ରୋଗୀଙ୍କୁ ଶଯ୍ୟାଟିଏ ମଧ୍ୟ ଦେଇ ପାରୁନାହିଁ।  

ସୂଚନାଯୋଗ୍ୟ, ମେ ୧୫ରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଜଣେ ସାମାଜିକ ଗଣମାଧ୍ୟମରେ ଶଯ୍ୟା ପାଇଁ ଆକୁଳ ନିବେଦନ କରିଥିବା ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଅଭିନେତା ସୋନୁ ସୁଦ।  ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁ ସୁଦ୍‌ଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ। ସେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ କୌଣସି ହସ୍‌ପିଟାଲ୍‌ରେ ଶଯ୍ୟା ମିଳୁନି। ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ସେ ଅନୁରୋଧ କରିଥିଲେ । ଟ୍ୱିଟ୍‌ କରିବାର କିଛି ସମୟ ପରେ ସୋନୁ ସୁଦ୍‌ ନିଜ ଟ୍ୱିଟ୍‌ ଆକାଉଣ୍ଟ୍‌ରେ ସିଟି ହସ୍‌ପିଟାଲ୍‌ରେ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ଉଲ୍ଲେଖ କରିଥିଲେ । ଉଭୟଙ୍କ ଟ୍ୱିଟ୍‌ ରବିବାର ବ୍ରହ୍ମପୁର ସହରରେ ଚର୍ଚ୍ଚିତ ହେବା ସାଙ୍ଗକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

   Related Posts