ପ୍ରଶଂସକଙ୍କ ପାଇଁ ମଇଁ‌ଷି କିଣିଲେ ସୁପର ହୀରୋ : କହିଲେ ‘ନିଜ କାର୍ କିଣିବାବେଳେ ବି ଏତେ ଉତ୍ସାହୀ ହୋଇନଥିଲି’

Published By : Prameya-News7 Bureau | August 21, 2020 IST

ମୁମ୍ବାଇ ୨୧/୮: ଲକଡାଉନରେ ଲୋକଙ୍କ ସାହାଯ୍ୟ କରି ଦେବତା ପାଲଟିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନିଜର ନୂଆ କିକ୍ ମିଳିସାରିଛି ଏବଂ ଏବେ ସେ ତାଙ୍କ ପୂରା ସମୟ ଏହି କାମ ପାଇଁ ଦେଉଛନ୍ତି। ସୋନୁ ଲଗାତାର ଭାବେ ଦେଶ ବିଦେଶରେ ଥିବା ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ନିକଟରେ ସେ ବିହାରର ଜଣେ ବ୍ୟକ୍ତିଙ୍କୁ ମଇଁଷି କିଣି ଦେଇଥିଲେ ଯାହା ବିଷୟରେ ସେ ନିଜ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ୍ କରିଛନ୍ତି।

wp:core-embed/twitter {"url":"https://twitter.com/Shaikhtabi2/status/1296477263035342858","type":"rich","providerNameSlug":"twitter","className":""}
https://twitter.com/Shaikhtabi2/status/1296477263035342858
/wp:core-embed/twitter

ଜଣେ ଟ୍ବିଟର ୟୁଜର ଟ୍ବିଟ୍ କରି ଲେଖିଥିଲେ ଯେ ଚମ୍ପାରଣର ଭୋଲା ବନ୍ୟାରେ ନିଜ ପୁଅ ଏବଂ ନିଜ ମଇଁଷି ହରାଇଥିଲେ,ଯାହା ତାଙ୍କ ଆମଦାନୀର ଏକମାତ୍ର ଉତ୍ସ ଥିଲା। ତାଙ୍କର ଏହି କ୍ଷତିପୂରଣ ସୋନୁ ସୁଦ ଏବଂ ନୀତି ଗୋୟଲଙ୍କ ଛଡ଼ା ଆଉ କେହି କରିପାରିବେ ନାହିଁ। ତାଙ୍କୁ ଗୋଟିଏ ମଇଁଷି ଦିଅନ୍ତୁ ଯାହା ଫଳରେ ସେ ନିଜ ଜୀବନଯାପନ ପାଇଁ କିଛି ଧନ ଆୟ କରିପାରିବେ ଏବଂ ନିଜ ପିଲାଙ୍କ ଲାଳନପାଳନ କରିପାରିବେ।

wp:core-embed/twitter {"url":"https://twitter.com/SonuSood/status/1296648796416258048","type":"rich","providerNameSlug":"twitter","className":""}
https://twitter.com/SonuSood/status/1296648796416258048
/wp:core-embed/twitter

ଏହାର ଉତ୍ତରରେ ସୋନୁ ସୁଦ ଟ୍ବିଟ୍ କରି ଲେଖିଥିଲେ ଯେ ,‘ ସେ ଏତେ ଉତ୍ସାହୀ ନିଜ କାର୍ କିଣିବାବେଳେ ହୋଇନଥିଲେ ଯେତେ ଉତ୍ସାହୀ ସେ ତାଙ୍କ ପାଇଁ ନୂଆ ମଇଁଷି କିଣିବାବେଳେ ହୋଇଛି। ଯେତେବେଳେ ସେ ବିହାର ଆସିବେ ସେତେବେଳେ ଗୋଟିଏ ଗ୍ଲାସ୍ ତାଜା ମଇଁଷୀ କ୍ଷୀର ପିଇବେ। ’ ସୋନୁ ସୁଦଙ୍କ ଏହି ଅନ୍ଦାଜରେ ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରିଛନ୍ତି। ସୋନୁ ସୁଦ ନିକଟରେ କହିଥିଲେ ଯେ ତାଙ୍କ ପାଖକୁ ସାହାଯ୍ୟ ପାଇଁ ପ୍ରତିଦିନ କେତେ ମ୍ୟାସେଜ ଆସୁଛି।

{"id":317899,"sizeSlug":"large"}

ସୋନୁ ସୁଦ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଲକଡାଉନରେ ଶ୍ରମିକଙ୍କ ଅବସ୍ଥା ଉପରେ ଏକ ପୁସ୍ତକ ଲେଖୁଛନ୍ତି ଯାହା ଖୁବ୍ ଶୀଘ୍ର ଲୋକଙ୍କୁ ମିଳିବ। ଆଗାମୀ ସମୟରେ ଲୋକେ ବୋଧହୁଏ ଏହା ବିଷୟରେ ପଢ଼ିବାକୁ ଚାହିଁବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.