Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସୋନୁ ସୁଦ୍ ହେଲେ ଟପ୍ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦, ଏମାନଙ୍କ ନାଁ ମଧ୍ୟ ରହିଛି ତାଲିକାରେ

10/12/2020 at 11:10 AM

ମୁମ୍ବାଇ ୧୦।୧୨: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନାଁ ଏବେ ସମସ୍ତଙ୍କ ମୁହଁରେ ରହୁଛି । କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବାରୁ ଲୋକେ ଅଭିନେତା ସୋନୁ ସୁଦଙ୍କୁ ରିଲ୍ ହିରୋ ନୁହେଁ ବରଂ ରିୟଲ ହିରୋ ବୋଲି କହୁଛନ୍ତି। ତାଙ୍କ ନାଁ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ଅଧିକାର କରିଛନ୍ତି । ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ‘ବିଶ୍ବର ୫୦ ଏସିଆନ୍ ସେଲିବ୍ରିଟି’ ତାଲିକାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ସୂଚନା ଅନୁସାରେ ଏହି ସୂଚୀ ମାଧ୍ୟମରେ ସେହି କଳାକାରଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ନିଜ କାମ ମାଧ୍ୟମରେ ସମାଜରେ ସକାରାତ୍ମକ ଛାପ ଛାଡିଛନ୍ତି ଏବଂ ଲୋକମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି । ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇ ସୋନୁ ସୁଦ୍‌ କହିଛନ୍ତି, ମହାମାରୀ ସମୟରେ ମୁଁ ଅନୁଭବ କଲି ଯେ, ‘ମୋ ଦେଶର ଲୋକଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ।’ କୋଭିଡ୍-୧୯ ଲକଡାଉନ୍ ସମୟରେ, ସୋନୁ ସୁଦ୍‌ ଭାରତୀୟ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

‘ଇଷ୍ଟର୍ଣ୍ଣ ଆଇ’ ସଂପାଦକ ଅସଜଦ ନାଜିର ଏହି ତାଲିକା ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି ଯେ, ‘ସୋନୁ ସୁଦ୍ ଏହି ସମ୍ମାନ ପାଇବାର ଯୋଗ୍ୟ, କାରଣ ଲକଡାଉନ୍ ସମୟରେ ଅନ୍ୟ କୌଣସି ବ୍ୟକ୍ତି ଏଭଳି କାମ କରିନାହାଁନ୍ତି।’

ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା…

ଅରମାନ ମଲିକ ୫ମ ସ୍ଥାନରେ ଅଛନ୍ତି ।

ପ୍ରିୟଙ୍କା ଚୋପ୍ରା ଜୋନାସ ୬ଷ୍ଠ ସ୍ଥାନରେ ଅଛନ୍ତି।

ତେଲୁଗୁ ସୁପରଷ୍ଟାର ପ୍ରଭାସ ୭ମ ସ୍ଥାନରେ ଅଛନ୍ତି।

ଆୟୁଷ୍ମାନ ଖୁରାନା ଏକାଦଶ ସ୍ଥାନରେ ଅଛନ୍ତି।

ଦିଲଜିତ ଦୋସାଞ୍ଜ ୧୪ତମ ସ୍ଥାନରେ ଅଛନ୍ତି।

ଶେହନାଜ ଗିଲ ୧୬ତମ ସ୍ଥାନରେ ଅଛନ୍ତି ।

ଅମିତାଭ ବଚ୍ଚନ ୨୦ତମ ସ୍ଥାନରେ ଅଛନ୍ତି।

ପଙ୍କଜ ତ୍ରିପାଠୀ ୨୩ତମ ସ୍ଥାନରେ ଅଛନ୍ତି ।

ଆସିମ୍ ରିଆଜ୍ ୨୫ତମ ସ୍ଥାନରେ ଅଛନ୍ତି ।

ଡିଜାଇନର୍ ମସାବା ଗୁପ୍ତା ୩୨ତମ ସ୍ଥାନରେ ଅଛନ୍ତି ।

ହାସ୍ୟ ଅଭିନେତା ସାଲୋନି ଗୌର ୩୬ତମ ସ୍ଥାନରେ ଅଛନ୍ତି |

ଧ୍ବନି ଭାନୁଶାଲୀ ୪୨ତମ ସ୍ଥାନରେ ଅଛନ୍ତି ।

ହେଲି ଶାହା ୪୭ତମ ସ୍ଥାନରେ ଅଛନ୍ତି ।

ଅନୁଷ୍କା ଶଙ୍କର ୫୦ର ସ୍ଥାନରେ ଅଛନ୍ତି ।

   Related Posts