Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସୋନୁଙ୍କ ଅପିଲ୍-‘ଟିଭି ରିମୋଟ୍ ଛାଡ, ଦେଶକୁ ଯୋଡ…ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ ନିଜେ ବି ବଞ୍ଚିପାରିବା’

21/04/2021 at 6:52 PM

ମୁମ୍ବାଇ ୨୧/୦୪ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଦିଲ୍ଲୀ, ମୁମ୍ବାଇରେ ରହୁଥିବା ପ୍ରବାସୀ ଘରମୁହାଁ ହୋଇଛନ୍ତି। ଗତ ବର୍ଷ ଭଳି ବଲିଉଡ ଅଭିନେତା ସୋନୁ ସୁଦ ଏଥର ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି। ନିଜେ କରୋନାରେ ପୀଡିତ ସୋନୁ ସୁଦ କ୍ଵାରେଣ୍ଟାଇନରେ ଥାଇ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି। ଅଧିକାଂଶ ସହରରେ ଲକଡାଉନ ଲାଗୁ ହୋଇଛି। ଏହିଭଳି ସ୍ଥିତିରେ ଦିନ ରାତି ଘରେ ବସି ଟିଭି ଦେଖିବା ଛଡା ଲୋକଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ। ଟିଭିରେ କରୋନା ଖବର ଶୁଣି ଓ ଦେଖି ଲୋକେ ଆହୁରି ଚିନ୍ତିତ ହୋଇପଡୁଛନ୍ତି। ଏହିଭଳି ସ୍ଥିତିରେ ସୋନୁ ସୁଦ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ବେଡ଼ ଓ ଅକ୍ସିଜେନ ଅଭାବ ଦେଖାଦେଇଛି। ଲୋକଙ୍କ ଚିକିତ୍ସାରେ ଅନେକ ସମସ୍ୟା ହେଉଛି। ଏହି ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ କିଛି ସହୃଦୟ ବ୍ୟକ୍ତି ସାମ୍ନାକୁ ଆସୁଛନ୍ତି ତ ପୁଣି କିଛି ଲୋକ ଭୟରେ ବସି ଘରେ ବସି ଟିଭିରେ ଖବର ଦେଖୁଛନ୍ତି। ଏଥିପାଇଁ ଅଭିନେତା ସୋନୁ ସୁଦ ଟ୍ୱିଟ କରି ଜନତାଙ୍କୁ ପ୍ରାର୍ଥନା କରିଛନ୍ତି ଯେ ‘ଟିଭି ରିମୋଟ ଛାଡି ଦେଶକୁ ଯୋଡିବା କାମ କର, ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ ନିଜେ ବି ବଞ୍ଚିପାରିବା’

ଏହା ପୂର୍ବରୁ ସୋନୁ ସୁଦ ପ୍ରବାସୀଙ୍କ ଘର ଫେରିଯିବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତାଛଡା ସୋନୁ ସୁଦ ଦେଶର ପ୍ରତ୍ୟେକ ଆବ୍ୟଶକୀୟ ଲୋକଙ୍କୁ ଆଣ୍ଟି କରୋନା ଭ୍ୟାକସିନ ଦେବାକୁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ସହ Network18Group ଓ ଫେଡେରେଲ ବ୍ୟାଙ୍କ ମଧ୍ୟ ଯୋଡି ହୋଇଛନ୍ତି | ଟ୍ୱିଟ କରି ଦେଶବାସୀଙ୍କୁ ସାହାଯ୍ୟ ମାଗିଛନ୍ତି।

   Related Posts