ସରକାରଙ୍କୁ ସୋନୁ ସୁଦଙ୍କ ଅପିଲ୍ : ମହାମାରୀରେ ବାପା-ମାଆ ଛେଉଣ୍ଡ ପିଲାଙ୍କୁ ଦିଆଯାଉ ମାଗଣା ଶିକ୍ଷା

Published By : Prameya-News7 Bureau | April 30, 2021 IST

ମୁମ୍ବାଇ ୩୦/୪ : କରୋନା ଯୁଦ୍ଧରେ ସମସ୍ତଙ୍କ ପାଇଁ ମସିହା ପାଲଟିଯାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ରିଲ ଲାଇଫରୁ ରିଅଲ ହିରୋ ସାଜି ସମସ୍ତଙ୍କ ଅସହାୟତା ସମୟରେ ଛିଡା ହେବା ସହ ଅନେକଙ୍କୁ କରିଛନ୍ତି ସାହାଯ୍ୟ । ନିକଟରେ ସେ ମଧ୍ୟ କରୋନାରୁ ସଂକ୍ରମିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସେ ପୁଣି କିଛି କରି ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । ଇନଷ୍ଟା ଜରିଆରେ କେନ୍ଦ୍ର ସରକାରଙ୍କୁ ପୁଣି ନିବେଦନ କରିଛନ୍ତି ।

wp:html
/wp:html

ସେ କହିଛନ୍ତି କୋଭିଡ ଯୁଦ୍ଧରେ ଯେଉଂ ପିଲାମାନେ ନିଜ ବାପା ମାଆଙ୍କୁ ହରାଇଛନ୍ତି ସେମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉ । ସେ କହିଛନ୍ତି ୧୦, ୧୨ ବର୍ଷର ପିଲା କିଏ ବାପାକୁ ହରାିଛି କିଏ କୋଳଶୂନ୍ୟ ହୋଇଛି । ଏହାସହ ନିଜର ବନ୍ଦୁ ପରିଜନ ବି ହରାଇଛନ୍ତି । ଫଳରେ ଏପରିସ୍ଥିତିରେ ଏଭଳି ପିଲାଙ୍କ ପ୍ରତି କେନ୍ଦ୍ର ସରକାର ସହଯୋଗ କରନ୍ତୁ । ଏମାନଙ୍କୁ ମାଗଣାରେ ପାଠପଢାର ବ୍ୟବସ୍ଥା କରନ୍ତୁ ବୋଲି ସେ ନିବେଦନ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.