ପୁଣି ଏକାଠି ହେଲେ ସୋନୁ ସୁଦ-ଫରାହ ଖାନ : ‘ତୁମ ତୋ ଠେହରେ ପରଦେଶୀ’ର ରିମେକରେ ନଜର ଆସିବେ ଅଭିନେତା

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୦୭ : ଗତ ବର୍ଷ ଲକଡାଉନ୍ ପରଠାରୁ ସୋନୁ ସୁଦ କ୍ରମାଗତ ଭାବରେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି । ଲୋକମାନେ ସୋନୁଙ୍କୁ ବହୁତ ପ୍ରଶଂସା କରିବା ସହିତ ତାଙ୍କୁ ଦେବଦୂତ ବୋଲି କହୁଛନ୍ତି । ଏହି ସମୟରେ ସୋନୁ ସୁଦଙ୍କ କ୍ୟାରିୟର ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି । ଫିଲ୍ମ ‘ହାପି ନ୍ୟୁ ଇୟର’ ରେ ଏକାଠି କାମ କରିଥିବା ଫରାହ ଖାନ ଏବଂ ସୋନୁ ସୁଦ ପୁଣି ଏକ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି।

wp:html
/wp:html

ଏହା ଏକ ମ୍ୟୁଜିକ୍ ଭିଡିଓ ସହିତ ଜଡିତ ପ୍ରୋଜେକ୍ଟ । ସୂଚନା ଅନୁଯାୟୀ, ଏହି ଭିଡିଓ ୧୯୯୭ ମସିହାରେ ରିଲିଜ୍ ହୋଇଥିବା କ୍ଲାସିକ୍ ଗୀତ ‘ତୁମ୍ ତୋ ଠେହରେ ପରଦେଶୀ’ର ଏକ ନୂଆ ଭର୍ଜନ୍ ହେବ। ଅଲତାଫ୍ ରାଜାଙ୍କ ଏହି ଗୀତ ୯୦ ଦଶକର ସବୁଠାରୁ ବଡ ହିଟ୍ ଥିଲା । ବର୍ତ୍ତମାନ ଟୋନି କକ୍କର ଏବଂ ଅଲତାଫ ରାଜା ଏକାଠି ହୋଇ ନୂଆ ଗୀତର ରିକ୍ରିଏଟ୍ କରିବେ ।

ନିଜର ନୂଆ ମ୍ୟୁଜିକ୍ ଭିଡିଓକୁ ନେଇ ସୋନୁ ସୁଦ ତାଙ୍କ ଏବଂ ଫରାହ ଖାନଙ୍କ ବନ୍ଧୁତା ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଫରାହ ‘ହାପି ନ୍ୟୁ ଇୟର’ରେ ମୋତେ ଡାଇରେକ୍ଟ କରିଥିଲେ ଏବଂ ମୁଁ ସେହି ସମୟର ଜିନିଷଗୁଡ଼ିକୁ ଏବେବି ମନେ ରଖିଛି । ବର୍ତ୍ତମାନ ଆମେ ପଞ୍ଜାବରେ ସୁଟିଂ କରୁଛୁ ଏବଂ ଏଥର ମଧ୍ୟ ସେଟରେ ସମାନ ପରିବେଶ ଅଛି । ଏଥି ସହିତ ସୋନୁ ସୁଦ ମଧ୍ୟ ତାଙ୍କ ପ୍ରୋଜେକ୍ଟ ବିଷୟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଭିଡିଓରେ ସେ ଜଣେ କୃଷକଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯାହା ପରେ ଜଣେ ପୋଲିସ କର୍ମଚାରୀ ହୋଇଛନ୍ତି । ଏହି ଗୀତରେ ଏକ ସୁନ୍ଦର ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିବ । ସୋନୁ  କହିଛନ୍ତି ଯେ ଏହି ପ୍ରୋଜେକ୍ଟ କେବଳ ଏକ ମଜାଦାର ପ୍ରୋଜେକ୍ଟ ଏବଂ ଏହାକୁ ଅଧିକ ଗମ୍ଭୀରତାର ସହ ଗ୍ରହଣ କରାଯିବା ଉଚିତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.