Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ପୁଣି ମନ କିଣିନେଲେ ସୋନୁ : ମୁମ୍ବାଇରୁ ୫୫ ପ୍ରବାସୀ ଶ୍ରମିକଙ୍କୁ ବିମାନ ଯୋଗେ ପଠାଇଲେ ଡେରାଡୁନ୍

5/06/2020 at 6:42 PM

ମୁମ୍ବାଇ ୦୫/୦୬ : କରୋନା ଭାଇରସ ଯୋଗୁଁ ଲକଡାଉନରେ ଫସି ରହିଥିବା ଶ୍ରମିକଙ୍କୁ ବଲିଉଡ ତାରକା ସୋନୁ ସୁଦ ଲଗାତାର ସାହାଯ୍ୟ କରୁଛନ୍ତି | ମୁମ୍ବାଇରେ ଫସିଥିବା ହଜାର ହଜାର ପ୍ରବାସୀଙ୍କୁ ସେ ସେମାନଙ୍କ ଘରକୁ ପଠାଇ ଲୋକଙ୍କ ମନା କିଣି ନେଇଛନ୍ତି | ଉତ୍ତର ପ୍ରଦେଶ ଓ ମୁମ୍ବାଇର ଶ୍ରମିକଙ୍କୁ ସାହାଯ୍ୟ କରିବ ଛଡା କେରଳରେ ଫସି ରହିଥିବା ଓଡ଼ିଆ ଯୁବତୀମାନଙ୍କୁ ମଧ୍ୟ ସେ ବିମାନ ଯୋଗେ ଓଡିଶାକୁ ପଠାଇଛନ୍ତି | ବର୍ତ୍ତମାନ ସୋନୁ ଦେବଭୂମି ଉତ୍ତରାଖଣ୍ଡର ଶ୍ରମିକଙ୍କୁ ସାହାଯ୍ୟ କରିଛନ୍ତି | ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ବିମାନ ଯୋଗେ ମୁମ୍ବାଇରୁ ଡେରାଡୁନକୁ ପଠାଇଛନ୍ତି | ଡେରାଡୁନର ୫୦ ରୁ ଅଧିକ ଶ୍ରମିକ ମୁମ୍ବାଇରେ ଫସି ରହିଥିଲେ | ସୋନୁ ଏ ସମସ୍ତଙ୍କୁ ସେମାନଙ୍କ ଘରକୁ ପଠାଇଛନ୍ତି | ସୋନୁଙ୍କ ଏହି ବଦାନ୍ୟତା ପାଇଁ ତାଙ୍କୁ ସାରା ଦେଶ ପ୍ରଶଂସା କରୁଛି | 

ଉତ୍ତରାଖଣ୍ଡର ୫୦ ଶ୍ରମିକ ମୁମ୍ବାଇରେ ଫସି ରହିଥିଲେ | ଏମାନଙ୍କ ସୋନୁ ଡେରାଡୁନକୁ ପଠାଇଛନ୍ତି | ସେମାନଙ୍କ ମଧ୍ୟରେ କିଛି ଶ୍ରମିକ ବାଗେଶ୍ଵର ଅଞ୍ଚଳର ମଧ୍ୟ ଥିଲେ | ବିମାନବନ୍ଦରରୁ ଶ୍ରମିକଙ୍କୁ ନିଜ ଘର ପର୍ଯ୍ୟନ୍ତ ପଠାଇବା ପାଇଁ ସୋନୁ ଗାଡି ବ୍ୟବସ୍ଥା ମଧ୍ୟ କରିଦେଇଛନ୍ତି | ମୁମ୍ବାଇର ଏକ ସ୍ଥାନୀୟ ସଂସ୍ଥା ମଧ୍ୟ ଶ୍ରମିକଙ୍କୁ ସାହାଯ୍ୟ କରିଛି | ସୋନୁ ନିଜେ ଶ୍ରମିକଙ୍କୁ ଛାଡିବା ପାଇଁ ବିମାନବନ୍ଦରକୁ ଆସିଥିଲେ | କିଛି ଦିନ ପୂର୍ବରୁ ସୋନୁ ଟ୍ରେନରେ ୮୦୦ ଶ୍ରମିକଙ୍କୁ ଉତ୍ତର ପ୍ରଦେଶକୁ ପଠାଇଥିଲେ | ପ୍ରବାସୀଙ୍କ ସବୁ ଖର୍ଚ୍ଚ ସେ ନିଜେ ବହନ କରିଥିଲେ |

ସୋନୁଙ୍କ ଏହି କାମ ପାଇଁ ସୋସିଆଲ ମିଡ଼ିଆରେ ତାଙ୍କର ଖୁବ ପ୍ରଶଂସା ହେଉଛି | କେବଳ ସୋସିଆଲ ମିଡ଼ିଆ କାହିଁକି ସାରା ଦେଶ ଆଜି ସୋନୁଙ୍କ ଦିୱାନ ହୋଇଯାଇଛି | ଏହି ସଙ୍କଟ ସମୟରେ ସୋନୁ ଯେଉଁଭଳି କାମ କରିଛନ୍ତି ତାହା ସତରେ ପ୍ରଶଂସନୀୟ | ମିଡ଼ିଆ ରିପୋର୍ଟ ଅନୁଯାୟୀ, ସୋନୁ ଖୁବ ଶୀଘ୍ର ଏକ ନାମୀ କମ୍ପାନୀ ସହ ସୋସିଆଲ ମିଡ଼ିଆ ଅଭିଯାନରେ ଭାଗ ନେବାକୁ ଯାଉଛନ୍ତି | 

   Related Posts